Advertisement
Photo Details/zeeodisha/odisha2260872
photoDetails0hindi

Lucky Zodiac Sign: ୨୪ ମଇରେ ଶିବ ଯୋଗର ଶୁଭ ସଂଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 24 May 2024: ୨୪ ମଇ ଶୁକ୍ରବାର ଦିନ, ଚନ୍ଦ୍ର ବିଛା ରାଶିରେ ଚଳନ କରିବେ । ଏଥିସହ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷର ପ୍ରତୀପଦା ତିଥି ଏହି ଦିନଠାରୁ ଆରମ୍ଭ ହେଉଛି । ଆଜିର ଦିନରେ ଶିବ ଯୋଗ, ସର୍ବସିଦ୍ଧି ସିଦ୍ଧ ଯୋଗ ଏବଂ ଜ୍ୟେଷ୍ଠ ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେବାକୁ ଯାଉଛି ।  ଯେଉଁ କାରଣରୁ ଦିନଟିର ଗୁରୁତ୍ୱ ମଧ୍ୟ ବଢିଛି । 

1/5

ମିଥୁନ ରାଶି -  ୨୪ ମଇ ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । କିଛି ପୂର୍ବର ଇଚ୍ଛା ପୂରଣ ହୋଇପାରେ । ଆର୍ଥିକ ଲାଭର ସମ୍ଭାବନା ରହିଛି । ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଆର୍ଥିକ ସଙ୍କଟ ରହିବ ନାହିଁ । ପୈତୃକ ସମ୍ପତ୍ତିରୁ ଅର୍ଥ ଉପାର୍ଜନ କରିବେ । ବ୍ୟବସାୟୀମାନେ ଲାଭ ଅର୍ଜନ କରିବେ । ପ୍ରତିଦ୍ୱନ୍ଦ୍ୱୀମାନେ ଆପଣଙ୍କୁ ପ୍ରଶଂସା କରିବେ । ନିଯୁକ୍ତି ସନ୍ଧାନରେ ଥିବା ବ୍ୟକ୍ତିଙ୍କ କ୍ୟାରିୟର ଉଜ୍ୱଳ ହେବ । ପ୍ରେମ ଜୀବନରେ ଭୁଲ ବୁଝାମଣାର ସମାପ୍ତ ହେବ । ପରିବାର ସଦସ୍ୟଙ୍କ ସହ ଦୂରଯାତ୍ରା କରିବାକୁ ଯୋଜନା କରିପାରନ୍ତି ।

2/5

ସିଂହ ରାଶି -  ୨୪ ମଇ ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ପ୍ରତ୍ୟେକ କାର୍ଯ୍ୟକୁ ଆତ୍ମବିଶ୍ୱାସର ସହ ସମାପ୍ତ କରିବେ । ନିଜ କାର୍ଯ୍ୟ ପାଇଁ ଗର୍ବିତ ଅନୁଭବ କରିବେ । ଅଟକି ରହିଥିବା କାମ ଶେଷ ହେବ । ଆତ୍ମବିଶ୍ୱାସ ବୃଦ୍ଧି କାରଣରୁ ବ୍ୟବସାୟୀମାନେ ବିପୁଳ ଲାଭ ପାଇବେ । ବ୍ୟବସାୟକୁ ବିସ୍ତାର କରିବାକୁ ଚେଷ୍ଟା କରିବେ । ଚାକିରୀ କ୍ଷେତ୍ରରେ କ୍ୟାରିଅରକୁ ମଜବୁତ କରିବା ପାଇଁ ନୂତନ ସୁଯୋଗ ପାଇବେ । ବୈବାହିକ ଜୀବନରେ ଜୀବନସାଥୀ ସହିତ ଆପଣଙ୍କର ସମ୍ପର୍କ ସୁଦୃଢ ହେବ । ସନ୍ଧ୍ୟା ସମୟରେ ଧାର୍ମିକ ଏବଂ ସାମାଜିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିପାରନ୍ତି । ମାନ ସମ୍ମାନରେ ବୃଦ୍ଧି ଘଟିବ ।

3/5

ବିଛା ରାଶି -  ୨୪ ମଇ ଆପଣଙ୍କ ପାଇଁ ଲାଭଦାୟକ ହେବାକୁ ଯାଉଛି । ନିଜ ଆବଶ୍ୟକତା ପୂରଣ କରିବା ମୁତାବକ ଟଙ୍କା ସଞ୍ଚୟ କରିବାରେ ସମର୍ଥ ହେବେ ।  ବିଦେଶ ବ୍ୟବସାୟ ଉତ୍ସରୁ ଭଲ ଲାଭ ପାଇବେ । ସମ୍ପର୍କୀୟଙ୍କଠାରୁ ମଧ୍ୟ ଭଲ ଖବର ପାଇବେ । ପୁରୁଣା ବିନିଯୋଗରୁ ଭଲ ରିଟର୍ନ ପାଇବେ ।  ବିଶେଷଜ୍ଞଙ୍କ ପରାମର୍ଶ ନେବା ପରେ ଆପଣ ବିନିଯୋଗ କରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିଲେ ସେଥିରୁ ମୁକ୍ତି ପାଇବେ । ନିଯୁକ୍ତ ବ୍ୟକ୍ତିମାନେ ବଡ଼ କମ୍ପାନୀରୁ ଭଲ ଅଫର୍ ପାଇପାରନ୍ତି । ପାରିବାରିକ ଏବଂ ବୈବାହିକ ଜୀବିନରେ ଥିବୀ ସମସ୍ତ ସମସ୍ୟା ଧୀରେ ଧୀରେ ଶେଷ ହୋଇଯିବ ।

4/5

ଧନୁ ରାଶି -  ଆପଣ ପ୍ରତିଟି କ୍ଷେତ୍ରରେ ଆଗକୁ ବଢିବେ । ପାରିବାରିକ ଜୀବନରେ ସୁଖ ଶାନ୍ତି ଫେରି ଆସିବ । ମାନସିକ ଶାନ୍ତି ମିଳିବ । ଆର୍ଥିକ ସ୍ଥିତିରେ ବଡ଼ ସୁଧାର ଆସିବ । ଚାକିରୀ ଏବଂ ବ୍ୟବସାୟ ଉଭୟ କ୍ଷେତ୍ରରୁ ଲାଭ ପାଇବେ। ଘରକୁ ସମ୍ପର୍କିୟଙ୍କ ଆଗମନ ହେବ । ପ୍ରେମ ସମ୍ପର୍କ ଆଗକୁ ବଢିବ ।

5/5

ମୀନ ରାଶି -  ଜୀବନର ପ୍ରତଟି କ୍ଷେତ୍ରରେ ଆଗକୁ ବଢିବେ । ଆପଣଙ୍କ କ୍ଷେତ୍ରରେ ଅର୍ଥର ଅଭାବ ରହିବ ନାହିଁ । ବ୍ୟବସାୟରୁ ଲାଭ ମିଳିବ । ସେୟାର ମାର୍କେଟ୍ ବିନିଯୋଗରେ ଲାଭର ସମ୍ଭାବନା ଅଧିକ ରହିଛି । ଟଙ୍କା ରୋଜଗାରର ନୂଆ ରାସ୍ତା ଆପଣଙ୍କୁ ମିଳିପାରେ । କ୍ୟାରିୟରରେ ଆପଣ ଖୁବ ଆଗକୁ ବଢିବେ । ବୈବାହିକ ଜୀବନ ଖୁସିରେ କଟିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬