Belgium Children Murder Case: ୫ ସନ୍ତାନଙ୍କୁ ହତ୍ୟା କରିଥିବା ମା'କୁ ମିଳିଲା ଇଚ୍ଛା ମୃତ୍ୟୁ: ମରିବା ପାଇଁ ଶିଶୁଙ୍କ ହତ୍ୟା ତାରିଖକୁ କଲା ଚୟନ
Advertisement
Article Detail0/zeeodisha/odisha1596895

Belgium Children Murder Case: ୫ ସନ୍ତାନଙ୍କୁ ହତ୍ୟା କରିଥିବା ମା'କୁ ମିଳିଲା ଇଚ୍ଛା ମୃତ୍ୟୁ: ମରିବା ପାଇଁ ଶିଶୁଙ୍କ ହତ୍ୟା ତାରିଖକୁ କଲା ଚୟନ

Belgium Children Murder Case: ଜେନିଭାଇଭ୍ ହର୍ମିଟର ସାଇକୋଲୋଜିଷ୍ଟ କହିଛନ୍ତି ଯେ, ସେ ଫେବୃଆରୀ ୨୮ରେ ନିଜ ସନ୍ତାନମାନଙ୍କ ହତ୍ୟା ତାରିଖକୁ ଇଚ୍ଛା ମୃତ୍ୟୁ ମାଗିଥିଲା । ଏହା ମାଧ୍ୟମରେ ସେ ନିଜ ପିଲାମାନଙ୍କୁ ହତ୍ୟା କରିଥିବାରୁ ପଶ୍ଚାତାପ କରିବାକୁ ଚାହୁଁଥିଲା । ତାଙ୍କ ମୃତ୍ୟୁ ପରେ ବୁଧବାର ତାଙ୍କ ଶବଦାହ କରାଯାଇଛି ।

Belgium Children Murder Case: ୫ ସନ୍ତାନଙ୍କୁ ହତ୍ୟା କରିଥିବା ମା'କୁ ମିଳିଲା ଇଚ୍ଛା ମୃତ୍ୟୁ: ମରିବା ପାଇଁ ଶିଶୁଙ୍କ ହତ୍ୟା ତାରିଖକୁ କଲା ଚୟନ

Belgium Children Murder Case: ଜଣେ ମହିଳା ଯିଏ ନିଜ ପାଞ୍ଚ ସନ୍ତାନଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିଲା । ବର୍ତ୍ତମାନ ଏହି ମହିଳାକୁ ଇଚ୍ଛା ମୃତ୍ୟୁ (Euthanasia) ମିଳିଛି । ଏହି ଘଟଣାଟି ବେଲଜିୟମ (Belgium) ରେ ଘଟିଥିଲା । ଜେନିଭାଇଭ୍ ହର୍ମିଟ୍ (Genevieve Hermit) ନାମକ ଜଣେ ମହିଳା ୧୬ ବର୍ଷ ପୂର୍ବେ ଫେବୃଆରୀ ୨୮, ୨୦୦୭ରେ ରୋଷେଇ ଘରେ ଥିବା ଛୁରୀରେ ଗଳା କାଟି ତାଙ୍କ ପୁଅ ଓ ୪ ଝିଅଙ୍କୁ ହତ୍ୟା କରିଥିଲା । ଏହା ପରେ ସେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା । ଯଦିଓ ସେତେବେଳେ ସେ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିଲା । ଜେନିଭାଇଭ୍ ହର୍ମିଟ୍ (Genevieve Hermit) ର ସାଇକୋଲୋଜିଷ୍ଟ କହିଛନ୍ତି ଯେ, ସେ ଫେବୃଆରୀ ୨୮ରେ ନିଜ ସନ୍ତାନମାନଙ୍କ ହତ୍ୟା ତାରିଖକୁ ଇଚ୍ଛା ମୃତ୍ୟୁ ମାଗିଥିଲା । ଏହା ମାଧ୍ୟମରେ ସେ ନିଜ ପିଲାମାନଙ୍କୁ ହତ୍ୟା କରିଥିବାରୁ ପଶ୍ଚାତାପ କରିବାକୁ ଚାହୁଁଥିଲା । ତାଙ୍କ ମୃତ୍ୟୁ ପରେ ବୁଧବାର ତାଙ୍କ ଶବଦାହ କରାଯାଇଛି ।

ଡେଲିମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜେନିଭାଇଭ୍ ହର୍ମିଟ୍ (Genevieve Hermit) ନିଜ  ପିଲାମାନଙ୍କୁ ହତ୍ୟା କରିବା ପାଇଁ ସୁପର ମାର୍କେଟରୁ ଛୁରୀ ଚୋରି କରିଥିଲା । ଶୁଣାଣି ସମୟରେ ସେ କୋର୍ଟଙ୍କୁ କହିଥିଲା ଯେ ସେ ପିଲାମାନଙ୍କ ସହିତ ଘରେ ଫସି ରହିଥିବାର ଅନୁଭବ କରୁଥିଲା । ଜେନିଭାଇଭ୍ ହର୍ମିଟ୍ (Genevieve Hermit) ନିଜ ବୟାନରେ କହିଥିଲା, ମୁଁ ମୋ ସ୍ୱାମୀଙ୍କୁ ଏକ ପୁଅ ଦେଇଥିଲି ଓ ତା’ପରେ ତାଙ୍କୁ ହତ୍ୟା ମଧ୍ୟ କରିଥିଲି, ମୋର ଭୁଲ ଯୋଗୁଁ ମୁଁ ମୋର ପିଲାମାନଙ୍କୁ ହରାଇଛି । ତାଙ୍କ ସହିତ ଏପରି ହେବାର ନଥିଲା ।

୨୦୦୭ରେ ନିଜ ପିଲାମାନଙ୍କ ହତ୍ୟା ପାଇଁ ଜେନିଭାଇଭ୍ ହର୍ମିଟ୍ (Genevieve Hermit) କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା । ଏହି ଶୁଣାଣି ସମୟରେ ଓକିଲ ଦାବି କରିଥିଲେ କି ତାଙ୍କ କ୍ଲାଇଣ୍ଟ ମାନସିକ ସ୍ତରରେ ଅସୁସ୍ଥ ଅଛି । ୨୦୧୯ରେ ଜେନିଭାଇଭ୍ ହର୍ମିଟ୍ (Genevieve Hermit) କୁ ମାନସିକ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଓକିଲ ଏହା ମଧ୍ୟ କହିଛନ୍ତି ଯେ, ଚିକିତ୍ସାର ପ୍ରଭାବ ନ ଥିବାରୁ ସେ ନିଜକୁ ନିୟନ୍ତ୍ରଣ କରିପାରିନଥିଲା ଓ ଏହି ହତ୍ୟାକାଣ୍ଡ ଘଟାଇଥିଲା । ଚିକିତ୍ସାର ପ୍ରଭାବ ନ ଥିବାରୁ ସେ ତାଙ୍କ ଡାକ୍ତରଙ୍କଠାରୁ କ୍ଷତିପୂରଣ ହିସାବରେ ୨୫ କୋଟି ଟଙ୍କା ମାଗିଥିଲା । ଏହିସବୁ ବିଷୟକୁ ବିଚାର କରି ଜେନିଭାଇଭ୍ ହର୍ମିଟ୍ (Genevieve Hermit) ଜେଲକୁ ପଠାଯିବା ଉଚିତ୍ ନୁହେଁ ।

ତେବେ ଜେନିଭାଇଭ୍ ହର୍ମିଟ୍ (Genevieve Hermit) ର ଓକିଲଙ୍କ ଯୁକ୍ତି କୋର୍ଟ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା । ଖଣ୍ଡପୀଠ ଏଥିରେ ସହମତ ହୋଇଥିଲେ ଯେ ସେ ଯୋଜନା କରି ପିଲାମାନଙ୍କୁ ହତ୍ୟା କରିଥିଲା । ସେଥିପାଇଁ ତାକୁ ଦଣ୍ଡ ଦିଆଯିବା ଜରୁରୀ ।

ଅଧିକ ପଢ଼ନ୍ତୁ:-ଚଳିତ ବର୍ଷ ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଦଳ!

ଅଧିକ ପଢ଼ନ୍ତୁ:-ଦଳକୁ ଲାଗିଲା ବଡ଼ ଝଟକା, ଏହି ବଡ଼ ମ୍ୟାଚ୍ ୱିନର ଖେଳାଳି ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟରୁ ହେଲେ ବାହାର!

ଅଧିକ ପଢ଼ନ୍ତୁ:-ଏପ୍ରିଲ ୧ରୁ ମିଳିବ ପୁରୁଣା ପେନସନର ଲାଭ, ଆଶା କର୍ମୀଙ୍କ ୭୮୦ ପଦ ହେବ ପୂରଣ; ସରକାର କଲେ ଘୋଷଣା