Mayurbhanj News: ନୃଶଂସ ସାଜିଲା ପୁଅ, ଅନ୍ଧ ବିଶ୍ବାସର ବସବର୍ତ୍ତୀ ହୋଇ ମାଆକୁ କଲା ହତ୍ୟା, ପରେ ବାପାକୁ...
Advertisement
Article Detail0/zeeodisha/odisha1603505

Mayurbhanj News: ନୃଶଂସ ସାଜିଲା ପୁଅ, ଅନ୍ଧ ବିଶ୍ବାସର ବସବର୍ତ୍ତୀ ହୋଇ ମାଆକୁ କଲା ହତ୍ୟା, ପରେ ବାପାକୁ...

Mayurbhanj News: ପୁଅ ବୁଝିଲାନି ମାଆର ମମତା । ଦେଖିଲାନି ମାଆ -ପୁଅ ସମ୍ପର୍କ । ଭୁଲିଗଲା ରକ୍ତ ସମ୍ପର୍କ। ଅନ୍ତଚିରି ଜନ୍ମ ଦେଇଥିବା ମାଆକୁ କଲା ହତ୍ୟା (son killed his mother )। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା (Mayurbhanj News) ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପାଟଶିଳା ଗାଁରେ । ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Mayurbhanj News:   ପୁଅ ବୁଝିଲାନି ମାଆର ମମତା । ଦେଖିଲାନି ମାଆ -ପୁଅ ସମ୍ପର୍କ ।  ଭୁଲିଗଲା ରକ୍ତ ସମ୍ପର୍କ।  ଅନ୍ତଚିରି ଜନ୍ମ ଦେଇଥିବା ମାଆକୁ କଲା ହତ୍ୟା (son killed his mother )। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା (Mayurbhanj News) ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପାଟଶିଳା ଗାଁରେ । ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କିଭଳି ଏହି ହତ୍ୟାକାଣ୍ତ ଘଟିଲା ସେନେଇ ଅଧିକ ଛାନଭିନ୍ ମଧ୍ୟ କରୁଛି । 

କ'ଣ ଥିଲା ପୂରା ଘଟଣାକ୍ରମ ?
 ମୟୂରଭଞ୍ଜ ଜିଲ୍ଲା (Mayurbhanj News) ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପାଟଶିଳା ଗାଁରେ  ରୁହନ୍ତି କର୍ମ ମୁର୍ମୁଙ୍କ ପରିବାର । ସ୍ବାମୀ ଭଟାଲୀ ଓ ପୁଅ ଗଜେନ୍ଦ୍ରଙ୍କୁ ନେଇ କର୍ମଙ୍କ ତେଲ ଲୁଣର ସଂସାର ଠିକଠାକା ଚାଲିଥିଲା । କିନ୍ତୁ ୩୫ବର୍ଷିୟ ପୁଅ ଗଜେନ୍ଦ୍ର କୌଣସି କାରଣରୁ  ନିଜ ବାପା ମାଆଙ୍କ ଠାରୁ ଅଲଗା ହୋଇ ରହୁଥିଲେ । ଏପରିକି ଗଜେନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଦିର୍ଘ ଦିନ ହେବ ଠିକ୍ ରହୁନ ଥିଲା । ତାଙ୍କୁ ଏପରି ଅନୁଭବ ହେଉଥିଲା ଯେ,ତାଙ୍କ ମାଆ ତାଙ୍କୁ ଗୁଣି ଗାରେଡି କରୁଛନ୍ତି । ସେଥିପାଇଁ ତାଙ୍କ ସ୍ବାସ୍ଥ୍ୟ ଖରାପ ରହୁଛି। ଏନେଇ ସେ ଚିନ୍ତାଗ୍ରସ୍ତ ହୋଇପଡିଥିଲେ । କିନ୍ତୁ ବୁଧବାର ଦିନ ରାତିରେ ନିଶା ପାନ କରି ଘରୁକୁ ଫେରିଥିଲେ ଗଜେନ୍ଦ୍ର ଛାତ ଉପରେ ବସିଥିବା ମାଆକୁ ତଣ୍ଟିଚିପି ହତ୍ୟା କରିଦେଇଥିଲେ (son killed his mother )। ଏପରିକି ନିଜ ବାପା ଭାଟଲୀଙ୍କୁ ଏ ବାବଦରେ କାହାକୁ କିଛି ନ କହିବାକୁ ମନା କରିଥିଲେ। ଯଦି ଏହି ଘଟଣା ପ୍ରଘଟ ହୁଏ ,ତେବେ, ବାପାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ  ଗଜେନ୍ଦ୍ର । ପରେ ଏନେଇ ଗଜେନ୍ଦ୍ର ନିଜ ବାଙ୍ଗିରପୋସି ଥାନାରେ ଯାଇ ଆତ୍ମସମର୍ପଣ କରିଥିଲେ। ପୋଲିସ ତାଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କ ମୃତଦେହକୁ ଉଦ୍ଧାର କରି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ, ଗଜେନ୍ଦ୍ରଙ୍କ ମାନସିକ ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ଏଭଳି ହତ୍ୟାକାଣ୍ତ ଘଟିଥିବା ଅଭିଯୋଗ ହୋଇଛି । ଗଜେନ୍ଦ୍ରଙ୍କ ବିରୋଧରେ ଆଇପିସି ଧାରା ୩୦୨ ଏବଂ ଓଡ଼ିଶା ପ୍ରିଭେନସନ୍ ଅଫ୍ ୱିଚ୍ ହଣ୍ଟିଂ ଆକ୍ଟ ୨୦୧୩ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।  ଆଜି ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଛି। ଏବଂ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । 

Also Read : Jajpur News: ଲଜ୍ଜା! ବାପାକୁ ହତ୍ୟା କରି ମାଆକୁ ଦୁଷ୍କର୍ମ କଲା ପୁଅ

Also Read : Shocking News: ବାପା ନା ସେ ନର୍କର କୀଟ, ନିଜ ଜନ୍ମକଲା ଝିଅକୁ ବର୍ଷେ ହେବ କରୁଥିଲା ଦୁଷ୍କର୍ମ

ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଯାଜପୁରରେ । ଜଣେ ପୁଅ ତାର ନିଜ ଜନ୍ମକଲା ମାଆକୁ କଟୁରୀରେ ହାଣି ହତ୍ୟା କରିଛି ।ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବିଞ୍ଚ୍ଝାରପୁର ବିନ୍ଧାଣି ଗ୍ରାମରେ ଜଣକ ଘରେ ପାରିବାରିକ କଳହ ହୋଇଥିଲା । କଳହ ଚରମସୀମାରେ ପହଁଚିବା ହେତୁ ପୁଅ ମାଆକୁ କଟୁରୀରେ ହାଣି ରକ୍ତାକ୍ତ କରିଦେଇଥିଲା । ତେବେ ଘଟଣାସ୍ଥଳରେ ସାଙ୍ଗେ ସାଙ୍ଗେ ମାଆଟିର ଜୀବନ ଚାଲିଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହ ଉଦ୍ଧାର କରି ପୁଅକୁ ଥାନାକୁ ନେଇଯାଇଛି । ଅନ୍ୟାନ୍ୟ ତଥ୍ୟ ପାଇବା ପାଇଁ ମୃତକଙ୍କ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ପୁଅ ଥାନାରେ ଅଟକ ଥିବା ସୂଚନା ମିଳିଛି ।