ହୋଲି ପୂର୍ବରୁ ବିପୁଳ କଫ ସିରଫ ଜବତ
Advertisement

ହୋଲି ପୂର୍ବରୁ ବିପୁଳ କଫ ସିରଫ ଜବତ

୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ ଜଣ ଫେରାର ହୋଇଯାଇଛନ୍ତି। ବେହେରାମାଲରେ ସିଜ୍ କଫ ସିରଫକୁ ବେଆଇନ ଭାବେ ଚାଲାଣ କରାଯାଉଥିଲା ବୋଲି ଝାରସୁଗୁଡ଼ା ପୋଲିସ କହିଛି।

ଫାଇଲ ଫଟୋ

ଝାରସୁଗୁଡା: ଯାନବାହନ ଯାଞ୍ଚ କରିବା ବେଳେ ଗୋଟିଏ ବୋଲେରୋ ଗାଡ଼ିରୁ ୧୨ ଶହ ବୋତଲ କଫ ସିରପ ଜବତ ହୋଇଛି। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ ଜଣ ଫେରାର ହୋଇଯାଇଛନ୍ତି। ବେହେରାମାଲରେ ସିଜ୍ କଫ ସିରଫକୁ ବେଆଇନ ଭାବେ ଚାଲାଣ କରାଯାଉଥିଲା ବୋଲି ଝାରସୁଗୁଡ଼ା ପୋଲିସ କହିଛି।  

ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟା ୫ଟାରେ ବେହେରାମାଲରେ କୋଭିଡ ଏନଫୋର୍ସମେଂଟ ଡ୍ୟୁଟି (Covid enforcement duty) ରେ ଝାରସୁଗୁଡା ପୋଲିସ (Jharsugufa police) ନିୟୋଜିତ ହୋଇଥିଲା। ଏତିକି ବେଳେ ଏକ ବୋଲେରୋରେ ୭ ଜଣ ସମ୍ବଲପୁର ପଟକୁ ଯାଉଥିଲେ। ପୋଲିସ ପକ୍ଷରୁ ଗାଡିକୁ ଅଟକାଇ ଯାଂଚ କରିବା ସମୟରେ ୧୦ଟି ବଡବଡ ପ୍ୟାକେଟ ମିଲିଥିଲା। ପ୍ୟାକେଟଟି ପୋଲିସ ହାତରେ ଧରାପଡିବା ପରେ ୨ ଜଣ ଅଭିଯୁକ୍ତ ଫେରାର ହୋଇ ଯାଇଥିବାବେଳ ୫ ଜଣକୁ ପୁଲିସ କାବୁ କରି ନେଇଥିଲା।

Also Read: ସମ୍ବଲପୁର ରେଳଷ୍ଟେସନ ଉଚ୍ଛେଦ ପ୍ରତିବାଦରେ ଆନ୍ଦୋଳନ

ଅନ୍ୟପଟେ ଏବେ ପାର୍ବଣ ସମୟ ଚାଲିଥିବାରୁ ନିଶା କାରବାର ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେଣୁ ଜିଲ୍ଲା ପୋଲିସ ପକ୍ଷରୁ ଯାଂଚ କଡାକଡି କରାଯିବା ସହ ବେଆଇନ ନିଶା ଦ୍ରବ୍ୟ (Cough syrup) ଚାଲାଣ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯିବ ଝାରସୁଗୁଡା (Jharsuguda)  ଏସପି ବିକାଶ ଚନ୍ଦ୍ର ଦାଶ କହିଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ବିରୋଧରେ ପୂର୍ବରୁ ଝାରସୁଗୁଡା ତଥା ସମ୍ବଲପୁର ଥାନାରେ ଏକାଧିକ ମାମଲା ରହିଛି।