Swachh Survekshan Awards 2022: ଶ୍ରେଷ୍ଠ ୧୦ରେ ନାହିଁ ଭୁବନେଶ୍ୱର, ଗଞ୍ଜାମର ଦୁଇଟି ସହରକୁ ମିଳିଲା ଜାତୀୟ ପୁରସ୍କାର
Advertisement

Swachh Survekshan Awards 2022: ଶ୍ରେଷ୍ଠ ୧୦ରେ ନାହିଁ ଭୁବନେଶ୍ୱର, ଗଞ୍ଜାମର ଦୁଇଟି ସହରକୁ ମିଳିଲା ଜାତୀୟ ପୁରସ୍କାର

Swachh Survekshan Awards 2022: ସ୍ୱଚ୍ଛ ସିଟି ଆୱାର୍ଡରେ ଜାତୀୟ ସ୍ତରରେ ସମ୍ମାନିତ ହୋଇ ବେଲଗୁଣ୍ଠା କେବଳ ଗଞ୍ଜାମ ନୁହଁ ରାଜ୍ୟ ପାଇଁ ଗୌରବ ଆଣିଛି। ନୂଆଦିଲ୍ଲୀରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୨ର ସମ୍ମାନ ପ୍ରଦାନ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ଏଇ ସମ୍ମାନ ପ୍ରଦାନ କରିଥିଲେ।

Swachh Survekshan Awards 2022: ଶ୍ରେଷ୍ଠ ୧୦ରେ ନାହିଁ ଭୁବନେଶ୍ୱର, ଗଞ୍ଜାମର ଦୁଇଟି ସହରକୁ ମିଳିଲା ଜାତୀୟ ପୁରସ୍କାର

Swachh Survekshan Awards 2022, ଗଞ୍ଜାମ: ନୂଆଦିଲ୍ଲୀ ଠାରେ ଗଞ୍ଜାମ ଜିଲ୍ଲା ଟିମଙ୍କୁ ସ୍ବଚ୍ଛ ସର୍ବେକ୍ଷଣ ୨୦୨୨ର ଦୁଇଟି ସମ୍ମାନଜନକ ପୁରସ୍କାର ମିଳିଛି। ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ  ପୁରସ୍କାର ପ୍ରାପ୍ତ ହୋଇଛି। ଦ୍ରୁତ ଉନ୍ନତ ସହର-ରାଙ୍କରେ ଚିକିଟିକୁ ପ୍ରଥମ ପୁରସ୍କାର ଓ ନାଗରିକଙ୍କ ମତାମତ ଉପରେ ସର୍ବୋତ୍ତମ ପାଇଁ ବେଲଗୁଣ୍ଠାକୁ ପୁରସ୍କାର ମିଳିଛି। ଏହି ସମ୍ମାନ ଜନକ ପୁରସ୍କାର ବିତରଣ ଉତ୍ସବରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନୀତ କରିଥିଲେ। କ୍ୟାବିନେଟ ମନ୍ତ୍ରୀ ହରଦୀପ ସିଂ ପୁରୀ, ଯୁଗ୍ମ ସଚିବ ରୁପା ମିଶ୍ର, ପ୍ରମୁଖ ସଚିବ ମନୋଜ ମିଶ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି. କୀର୍ତ୍ତି ଭାସନ ଏବଂ ଡୁ ଡା ପ୍ରକଳ୍ପ ନିର୍ଦ୍ଦେଶକ ସଚିଦା ନନ୍ଦ ନାୟକ, ଚିକିଟି ଏବଂ ବେଲଗୁଣ୍ଠା ଚେୟାରମ୍ୟାନ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଚିକିଟି ଏବଂ ଗଞ୍ଜାମର ପରିମଳ ବିଶେଷଜ୍ଞମାନେ ଏହି ପୁରସ୍କାର ଗ୍ରହଣ କରିଥିଲେ।

ସ୍ୱଚ୍ଛ ସିଟି ଆୱାର୍ଡରେ ଜାତୀୟ ସ୍ତରରେ ସମ୍ମାନିତ ହୋଇ ବେଲଗୁଣ୍ଠା କେବଳ ଗଞ୍ଜାମ ନୁହଁ ରାଜ୍ୟ ପାଇଁ ଗୌରବ ଆଣିଛି। ନୂଆଦିଲ୍ଲୀରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୨ର ସମ୍ମାନ ପ୍ରଦାନ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ଏଇ ସମ୍ମାନ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ରୂପେ କେନ୍ଦ୍ର ଓ ରାଜ୍ୟର ବହୁ ମନ୍ତ୍ରୀ ଉପସ୍ଥିତ ଥିଲେ। ନାଗରିକଙ୍କ ମତାମତ ଉପରେ ସର୍ବୋତ୍ତମ ପାଇଁ ବେଲଗୁଣ୍ଠାକୁ ପୁରସ୍କାର ମିଳିଲା ପରେ ସହରବାସୀ ଖୁସିରେ ବାଣ ଫୁଟାଇବା ସହ ଶନିବାର ସନ୍ଧ୍ୟାରେ ନଗରପାଳ ଓ ନିର୍ବାହୀ ଅଧିକାରୀଙ୍କ ପାଇଁ ଏକ ସମ୍ବୋଧନା ଉତ୍ସଵର ଆୟୋଜନ କରିଥିଲେ। ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ତରଫରୁ ସ୍ୱଚ୍ଛତା ପାଇଁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପକୁ ଭୁଇୟସୀ ପ୍ରଶଂସା କରାଯାଇଛି। 

Also Read: Govt Contractual Employees: 'ସରିଛି ରଥଯାତ୍ରା, ବାହୁଡା ବି ଦେଖିବେ ରାଜ୍ୟ ସରକାର'

ସ୍ୱଚ୍ଛତା ପ୍ରତି ଜନ ସଚେତନତା ହେଉ କିମ୍ବା ଜଳ ନିଷ୍କାସନ କ୍ଷେତ୍ରରେ ଡ୍ରେନେଜର ବ୍ୟବସ୍ଥା। ନତୁବା ସନ୍ଧ୍ୟା ସମୟରେ ସହରରେ ମଶା ନିବାରଣ ପାଇଁ ଆପଣା ଯାଉଥିବା ତାରିକାକୁ ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି। ଛୋଟିଆ ଗୋଟିଏ ବିଜ୍ଞାପିତ ଅଞ୍ଚଳ ହୋଇଥିଲେ ବି ସହରକୁ ସୌନ୍ଦଯ୍ୟ କାରଣ କ୍ଷେତ୍ରରେ ବେଲଗୁଣ୍ଠା ସାରା ଓଡିଶା ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି। ଯାହାକୁ ନେଇ ଏବେ ସହରବାସୀ ବେଶ ଗର୍ବ ମନେ କରିଛନ୍ତି। ସେପଟେ ଦେଶର ଶ୍ରେଷ୍ଠ ସ୍ୱଚ୍ଛ ସହର ମଧ୍ୟରେ ସ୍ମାର୍ଟି ସିଟିର ନାମ ନାହିଁ। ଷଷ୍ଠ ଥରପାଇଁ ମଧ୍ୟପ୍ରଦେଶର ଇନ୍ଦୋର ଦେଶର ସବୁଠାର ସ୍ୱଚ୍ଛ ସହରର ପୁରସ୍କାର ପାଇଛି। ଏହା ପରେ ସୁରଟ ଦ୍ୱିତୀୟ ଓ ମୁମ୍ବାଇ ତୃତୀୟ ସ୍ଥାନରେ ଅଛି। 

fallback

ସେହିପରି ୧୦୦ରୁ କମ୍ ପୌରାଞ୍ଚଳ ଥିବା ରାଜ୍ୟମାନଙ୍କ ମଧ୍ୟରେ ତ୍ରିପୁରା ସର୍ବାଧିକ ପୁରସ୍କାର ପାଇ ଶୀର୍ଷ ସ୍ଥାନ ଅଧିକାର କରିଛି। କେନ୍ଦ୍ର ମନ୍ତ୍ରୀ ପୁରୀ କହିଛନ୍ତି ଯେ, ଆଠ ବର୍ଷ ପୂର୍ବେ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହୋଇଥିଲା। ସରକାରଙ୍କ ପଦକ୍ଷେପ ଆଜି ଏକ ଜନ ଆନ୍ଦୋଳନ ପାଲଟିଛି। ସ୍ୱଚ୍ଛ ସର୍ଭେ ଆଜି ବିଶ୍ୱର ସର୍ବ ବୃହତ ପରିମଳ ସର୍ବେକ୍ଷଣ ଅଟେ। ୨୦୧୬ରେ ଏହା ୭୩ ଟି ସହରରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ୨୦୨୨ ମସିହାରେ ଏଥିରେ ୪୩୫୫ରୁ ଅଧିକ ସହର ଭାଗ ନେଇଛନ୍ତି। ତେବେ ଚଳିତ ବର୍ଷ ୯ କୋଟି ଲୋକଙ୍କ ମତାମତ ନେଇ ଏହି ରିପୋର୍ଟ ପ୍ରକାଶ କରାଯାଇଛି। ଗତ ବର୍ଷ ୫ କୋଟି ଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା।