Successful surgery in MKCG medical college: ଯୁବକଙ୍କ ପେଟରୁ ବାହାରିଲା ଷ୍ଟିଲଗ୍ଲାସ୍‌, ମଳଦ୍ୱାରରେ ପୁରାଇଥିଲେ ମଦ୍ୟପ ସାଙ୍ଗ
Advertisement
Article Detail0/zeeodisha/odisha1313956

Successful surgery in MKCG medical college: ଯୁବକଙ୍କ ପେଟରୁ ବାହାରିଲା ଷ୍ଟିଲଗ୍ଲାସ୍‌, ମଳଦ୍ୱାରରେ ପୁରାଇଥିଲେ ମଦ୍ୟପ ସାଙ୍ଗ

ବ୍ରହ୍ମପୁର ଏମକେସିଜି ଡାକ୍ତର ଜଣେ ବ୍ୟକ୍ତିଙ୍କ ଅନ୍ତନଳୀରୁ ଏକ ଷ୍ଟିଲ ଗ୍ଲାସ୍ ବାହାର କରିବା ସହ ସଫଳ ଅସ୍ତ୍ରୋପଚାର କରିଛନ୍ତି। ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ, ବାଲିପଦରର ୪୫ ବର୍ଷୀୟ ବ୍ୟକ୍ତି ଗୁଜୁରାଟର ସୁରଟକୁ ଯାଇ ସେଠାରେ ସୂତା କଳରେ କାମ କରୁଥିଲେ। ପ୍ରାୟ ୧୦ ଦିନ ପୂର୍ବରୁ, ସେ ସେଠାରେ ନିଜ ସାଙ୍ଗମାନଙ୍କ ସହିତ ମଦ୍ୟପାନ କରୁଥିବାବେଳେ ସେମାନେ ମଦ୍ୟପାନ କରି ତାଙ୍କ ମଳଦ୍ୱାରରେ ଷ୍ଟିଲଗ୍ଲାସ୍ ଭର୍ତ୍ତି କରି ଦେଇଥିଲେ। 

 Successful surgery in MKCG medical college: ଯୁବକଙ୍କ ପେଟରୁ ବାହାରିଲା ଷ୍ଟିଲଗ୍ଲାସ୍‌, ମଳଦ୍ୱାରରେ ପୁରାଇଥିଲେ ମଦ୍ୟପ ସାଙ୍ଗ

Successful surgery in MKCG, ବ୍ରହ୍ମପୁର:  ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି। ଦୀର୍ଘ ଦଶ ଦିନ ଅସହ୍ୟ କଷ୍ଟ ଭୋଗିବା ପରେ ବ୍ୟକ୍ତିଙ୍କୁ ଆଶ୍ୱସ୍ତି ମିଳିଛି। ଜଣେ ୪୫ ବର୍ଷୀୟ ଯୁବକଙ୍କ ପେଟରୁ ସଫଳତାରର ସହ ଏକ ଷ୍ଟିଲଗ୍ଲାସ୍ ବାହାର କରାଯାଇଛି। ମଦ୍ୟପ ସାଙ୍ଗମାନେ ନିଶାଶକ୍ତ ଅବସ୍ଥାରେ ବ୍ୟକ୍ତିଙ୍କ ମଳଦ୍ୱାରରେ ଏହି ଗ୍ଲାସ ଭର୍ତ୍ତି କରିଥିବା ନେଇ ଅଭିଯୋଗ ହୋଇଛି।

ମିଳିଥିବା ସୂଚନାନୁସାରେ, ମଦ୍ୟପ ଅବସ୍ଥାରେ ସାଙ୍ଗ ମାନେ ଜଣେ ୪୫ବର୍ଷୀୟ ଯୁବକଙ୍କ ମଳଦ୍ୱାରରେ ଷ୍ଟିଲ୍‌ ଗ୍ଲାସ୍‌ ପୁରାଇ ଦେଇଥିଲେ। ୮ ଦିନ ଧରି ଗ୍ଲାସ୍‌ ମଳଦ୍ୱାରରେ ରହିବା ପରେ ତାହା ପେଟ ଭିତରକୁ ପଳାଇଥିଲା। ଏହାପରେ ପେଟ ଫୁଲିବା ସହିତ ସମ୍ପୃକ୍ତ ଯୁବକଙ୍କୁ ଅନେକ କଷ୍ଟ ଭୋଗ କରିବାକୁ ପଡ଼ିଥିଲା। ଏମ୍‌କେସିଜିରେ ସଂପୃକ୍ତ ଯୁବକଙ୍କ ଅସ୍ତ୍ରୋପଚାର କରାଯାଇ ଷ୍ଟିଲ୍‌ ଗ୍ଲାସ୍‌ ପେଟରୁ ବାହାର କରାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି।

Also Read: Mathili Day: ମାଥିଲି ଗୁଳିକାଣ୍ଡ ଦିବସକୁ ସରକାରୀ କାର୍ଯ୍ୟକ୍ରମର ମାନ୍ୟତା ଦାବି

ବ୍ରହ୍ମପୁର ଏମକେସିଜି ଡାକ୍ତର ଜଣେ ବ୍ୟକ୍ତିଙ୍କ ଅନ୍ତନଳୀରୁ ଏକ ଷ୍ଟିଲ ଗ୍ଲାସ୍ ବାହାର କରିବା ସହ ସଫଳ ଅସ୍ତ୍ରୋପଚାର କରିଛନ୍ତି। ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ, ବାଲିପଦରର ୪୫ ବର୍ଷୀୟ ବ୍ୟକ୍ତି ଗୁଜୁରାଟର ସୁରଟକୁ ଯାଇ ସେଠାରେ ସୂତା କଳରେ କାମ କରୁଥିଲେ। ପ୍ରାୟ ୧୦ ଦିନ ପୂର୍ବରୁ, ସେ ସେଠାରେ ନିଜ ସାଙ୍ଗମାନଙ୍କ ସହିତ ମଦ୍ୟପାନ କରୁଥିବାବେଳେ ସେମାନେ ମଦ୍ୟପାନ କରି ତାଙ୍କ ମଳଦ୍ୱାରରେ ଷ୍ଟିଲଗ୍ଲାସ୍ ଭର୍ତ୍ତି କରି ଦେଇଥିଲେ। ଏହାପରେ ବ୍ୟକ୍ତି ଜଣକ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ସୁରଟ ଛାଡି ନିଜ ଗାଁକୁ ଫେରି ଆସିଥିଲେ। କିନ୍ତୁ ଲୋକଲଜ୍ଜା ପାଇଁ ଯୁବକ ଜଣକ ଏ ସମ୍ପର୍କରେ କାହାକୁ କିଛି କହିନଥିଲେ। 

ଧୀରେ ଧିରେ ତାଙ୍କ ପେଟ ଫୁଲିବା ଆରମ୍ଭ ହୋଇଥିଲା ଏବଂ ଠିକ୍ ଭାବେ ସେ ମଳତ୍ୟାଗ ବି କରିପାରିନଥିଲେ। ଶେଷରେ ସେ ଡାକ୍ତରଙ୍କ ପରାମର୍ଶ ପାଇଁ MKCG ଡାକ୍ତରଖାନାକୁ ଯାଇଥିଲେ। ଏକ୍ସ-ରେ ରିପୋର୍ଟରେ ଅନ୍ତନଳୀରେ ଗ୍ଲାସ ଦେଖିବାକୁ ମିଳିଥିଲା। ପରେ ଡାକ୍ତରମାନେ ଗ୍ଲାସକୁ ରେକ୍ଟମ ମାଧ୍ୟମରେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ରେକ୍ଟମ ଉଦ୍ୟମ ବିଫଳ ହେବାରୁ ଡାକ୍ତର ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ। ଆଉ ଶେଷରେ ଅସ୍ତ୍ରୋପଚାର କରାଯାଇ ପେଟ ଭିତରୁ ଷ୍ଟିଲଗ୍ଲାସକୁ ବାହାର କରାଯାଇଛି।

Also Read: Bhubaneswar AIIMS: ହସ୍ପିଟାଲ ଛାତ ଉପରୁ ପଡି଼ ରୋଗୀ ମୃତ

ଡାକ୍ତରଖାନାର ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଚରଣ ପଣ୍ଡାଙ୍କ ପରାମର୍ଶ କ୍ରମେ ସହକାରୀ ପ୍ରଫେସର ସଞ୍ଜିତ କୁମାର ନାୟକ, ଡା ସୁବ୍ରତ ବାରାଲ, ଡା ସତ୍ୟସ୍ୱରୂପ ପଟନାୟକ ଏବଂ ଡକ୍ଟର ପ୍ରତୀଭାଙ୍କୁ ନେଇ ଏହି ଅସ୍ତ୍ରୋପଚାର କରାଯାଇଥିଲା। ସେମାନେ ଅନ୍ତନଳୀକୁ କାଟି ଷ୍ଟିଲ୍ ଗ୍ଲାସ୍ ବାହାର କରିଥିଲେ। ଅସ୍ତ୍ରୋପଚାର ପରେ ବ୍ୟକ୍ତି ସୁସ୍ଥ ହୋଇଥିଲେ ଏବଂ ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ତେବେ ଏହା ଏକ ଅପରାଧିକ ମାମଲା ହୋଇଥିଲେ ବି ଏନେଇ କୌଣସି ଏତାଲା ହୋଇନଥିବା ଜଣାପଡିଛି।