Good news for bjp:ଅଯୋଧ୍ଯା ରାମମନ୍ଦିରରେ ଏହି ଦୁଇ ଚେହେରା ବିଜେପି ପାଇଁ ଶୁଭ ସଂକେତ,ଜାଣନ୍ତୁ କାହିଁକି
Advertisement

Good news for bjp:ଅଯୋଧ୍ଯା ରାମମନ୍ଦିରରେ ଏହି ଦୁଇ ଚେହେରା ବିଜେପି ପାଇଁ ଶୁଭ ସଂକେତ,ଜାଣନ୍ତୁ କାହିଁକି

ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ହୋଇନାହିଁ । ବରଂ ଏହା ପରସ୍ପର ବିରୋଧୀ ରାଜନୈତିକ ଶକ୍ତିଙ୍କୁ ନିକଟତର କରାଇଛି । ରାଜନୈତିକ ମତବାଦର ବିରୋଧୀ ଶୀବିରରେ ଥିବା ନେତାଙ୍କ ହୃଦୟ ମଧ୍ଯ ରାମମନ୍ଦିରରେ ମିଳୁଥିବା ଦେଖିବାକୁ ମିଳିଛି  । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ କୌଣସି ବିରୋଧୀଦଳର ନେତା ଆସିନଥିଲେ

SOCIAL MEDIA

Good news for bjp:

ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ହୋଇନାହିଁ । ବରଂ ଏହା ପରସ୍ପର ବିରୋଧୀ ରାଜନୈତିକ ଶକ୍ତିଙ୍କୁ ନିକଟତର କରାଇଛି । ରାଜନୈତିକ ମତବାଦର ବିରୋଧୀ ଶୀବିରରେ ଥିବା ନେତାଙ୍କ ହୃଦୟ ମଧ୍ଯ ରାମମନ୍ଦିରରେ ମିଳୁଥିବା ଦେଖିବାକୁ ମିଳିଛି  । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ କୌଣସି ବିରୋଧୀଦଳର ନେତା ଆସିନଥିଲେ କିନ୍ତୁ ଆନ୍ଧ୍ରପ୍ରଦେଶର ପୂର୍ବତନ ସିଏମ ଚନ୍ଦ୍ରବାବୁ ନାଇଡୁ ଏବଂ ଜେଡିଏସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା ଏବଂ ତାଙ୍କ ପୁଅ ଏଚଡି କୁମାରସ୍ୱାମୀ ଉପସ୍ଥିତ ଥିଲେ। ଗୋଟିଏ ସମୟ ଥିଲା ଯେତେବେଳେ ନାଇଡୁ  ରାମ ମନ୍ଦିର, ଧାରା 370 ଆଦି ପ୍ରସଙ୍ଗକୁ ନେଇ ବିଜେପିକୁ ବିରୋଧ କରୁଥିଲେ । ଅଟଳ ବିହାରୀ ବାଜପାୟୀ ନେତୃତ୍ୱାଧିନ ଏନଡିଏ ସରକାରରେ ସାମିଲ ଥାଇ ବି ସେ ଏହି ପ୍ରସଙ୍ଗକୁ ନେଇ  ବିଜେପିକୁ ବିରୋଧ କରୁଥିଲେ । ଏକଦା ସେ କହିଥିଲେ ଯେ, ମେଣ୍ଟ ସରକାରରେ ସାମିଲ ହୋଇ ସେ ବିଜେପି ଉପରେ ଚାପ ପ୍ରୟୋଗ କରୁଛନ୍ତି ।

 ତେବେ ବର୍ତ୍ତମାନର ରାଜନୈତିକ ଉତ୍ଥାନପତନ  ମଧ୍ୟରେ ରାମ ମନ୍ଦିର କାର୍ଯ୍ୟକ୍ରମରେ ନାଇଡୁଙ୍କ ଉପସ୍ଥିତି ଦକ୍ଷିଣରେ ଏନଡିଏ ପାଇଁ ବିଶେଷ କରି ବିଜେପି ପାଇଁ ଏକ ଭଲ ସଙ୍କେତ ଅଟେ। କେନ୍ଦ୍ରରେ ବାଜପେୟୀଙ୍କ ଯୁଗରେ ବିଜେପିକୁ ନାଇଡୁଙ୍କ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ଆବଶ୍ୟକ ଥିଲା। ଏହି କାରଣରୁ ନାଇଡୁ ନିଜ ଭାଷଣରେ କହିଥିଲେ ଯେ ସେ କେନ୍ଦ୍ର ସରକାରରେ ବିଜେପି ଉପରେ ଚାପ ପକାଇବେ। ତାଙ୍କର ସନ୍ଦର୍ଭ ବିଜେପିର ମୂଳ ପ୍ରସଙ୍ଗକୁ ନେଇ ଥିଲା। ଧାରା 370, ରାମମନ୍ଦିର ଏବଂ ସମାନ ନାଗରିକ ସଂହିତା ପ୍ରସଙ୍ଗରେ ବିଜେପି ଉପରେ ଚାପ ପ୍ରୟୋଗକୁ ନେଇ ସେ ଏକଥା କହିଥିଲେ । ଆଉ ସେହି ସମୟରେ ବିଜେପି ମଧ୍ଯ ଏହି ସବୁ ପ୍ରସଙ୍ଗକୁ ସର୍ବନିମ୍ନ କାର୍ଯ୍ୟସୂଚୀରେ ରଖିନଥିଲା ।

ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ ଏକଦା ଲୋକସଭାରେ କହିଥିଲେ ଯେ ବିଜେପି ଏହାର ମୂଳ ପ୍ରସଙ୍ଗ କେବେ ଛାଡି ନାହିଁ କିନ୍ତୁ ସେମାନଙ୍କୁ ଏକ ମେଣ୍ଟ  ସରକାର ଚଳାଇବାକୁ ପଡୁଥିବାରୁ ଏହି ପ୍ରସଙ୍ଗଗୁଡ଼ିକ  ସରକାରରେ ଆମ ପାଇଁ ନୁହେଁ । ସେହି ନାଇଡୁ ଏବେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପହଂଚିବା ଗୋଟିଏ ବଡ ରାଜନୈତିକ ସଂକେତ ଦେଉଛି । 2018 ଲୋକସଭା ନିର୍ବାଚନ ପୂର୍ବରୁ ନାଇଡୁ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରି  ଏନଡିଏ ସହ ସମ୍ପର୍କ ଭାଙ୍ଗିଥିଲେ। ଆନ୍ଧ୍ରପ୍ରଦେଶରେ ଏହା ତାଙ୍କୁ ଲାଭ ଦେବ ବୋଲି ସେ ଆଶା କରିଥିଲେ। କିନ୍ତୁ ଏହାର ବିପରୀତ ଘଟଣା ଘଟିଥିଲା ଏବଂ ଜଗନ୍ ମୋହନ ରେଡ୍ଡୀ ନେତୃତ୍ୱରେ YSR କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସିଥିଲା ଏବଂ ସେହି ଦିନଠାରୁ ନାଇଡୁ ମୁଖ୍ୟ ସ୍ରୋତ ରାଜନୀତିରୁ ଦୂରେଇ ଯାଇଥିଲେ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦାନ ନୂଆ ସମୀକରଣର ସୂଚକ କି ?

ରାମ ମନ୍ଦିର କାର୍ଯ୍ୟକ୍ରମରେ ପହଞ୍ଚିବା ପରେ ନାଇଡୁ ବିଜେପି ସହ ବନ୍ଧୁତା ସ୍ଥାପନ କରିବାକୁ ଚେଷ୍ଟା କରୁଥିବା ଜଣାପଡିଛି। ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ବିଜେପି ପାଇଁ ମଧ୍ୟ ଏହା ଏକ ଲାଭଜନକ ଚୁକ୍ତି ହୋଇପାରେ। ଗତଥର ଆନ୍ଧ୍ରପ୍ରଦେଶରେ ଏକାକୀ ନିର୍ବାଚନରେ ବିଜେପି ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ରାମ ମନ୍ଦିରରେ ନାଇଡୁଙ୍କ ଉପସ୍ଥିତି ପରେ ବିଜେପି ଏବଂ ଟିଡିପି ମଧ୍ୟରେ ଥିବା ରାଜନୈତିକ ବରଫ ଆହୁରି ତରଳି ଯାଇଥିବା ଜଣାପଡିଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡା ମଧ୍ୟ ପୁଅଙ୍କ ସହ ଆସିଥିଲେ ଅଯୋଧ୍ୟା

ପୂର୍ବତନ ପିଏମ ଏଚଡି ଦେବ ଗୌଡ଼ା ମଧ୍ୟ ପୁଅ HD କୁମାରସ୍ୱାମୀଙ୍କ ସହ ରାମ ମନ୍ଦିର କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। କର୍ଣ୍ଣାଟକରେ ବିଜେପି ଏବଂ ଜେଡିଏସ୍ ଏକ ମିଳିତ ମଞ୍ଚ ଗଠନ କରିଛନ୍ତି। ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ଉଭୟ ଦଳକୁ ଏକ ବଡ଼ ଧକ୍କା ଦେଇଥିଲା। ବର୍ତ୍ତମାନ ରାଜ୍ୟରେ ଉଭୟଙ୍କ ମଧ୍ୟରେ ମିଳନ ପରେ ବିଜେପି ଅଧିକ ଶକ୍ତି ସହ କର୍ଣ୍ଣାଟକରେ ଲୋକସଭା ନିର୍ବାଚନରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି। ରାମମନ୍ଦିର କାର୍ଯ୍ୟକ୍ରମରେ ଏହି ଦୁଇ ନେତାଙ୍କ ଉପସ୍ଥିତି ମଧ୍ୟ 2024 ରେ ଏନଡିଏର ଚିତ୍ର ସ୍ପଷ୍ଟ କରିଛି।