Smart Phone Hacking: ହ୍ୟାକିଂ ନେଇ ସରକାରଙ୍କ ଚେତାବନୀ ବଢ଼ାଇଲା ଚିନ୍ତା,ନିଜ ସ୍ମାର୍ଟ୍ ଫୋନରେ ଏହି ଦୁଇ ନମ୍ବରକୁ କରନ୍ତୁ ସେଭ୍
Advertisement
Article Detail0/zeeodisha/odisha2014323

Smart Phone Hacking: ହ୍ୟାକିଂ ନେଇ ସରକାରଙ୍କ ଚେତାବନୀ ବଢ଼ାଇଲା ଚିନ୍ତା,ନିଜ ସ୍ମାର୍ଟ୍ ଫୋନରେ ଏହି ଦୁଇ ନମ୍ବରକୁ କରନ୍ତୁ ସେଭ୍

  ଯଦି ଆପଣ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ସବୁବେଳେ  ସାବଧାନ ରହିବାକୁ ପଡିବ । ବର୍ତ୍ତମାନର  ଡିଜିଟାଲ ଯୁଗରେ ଆମ ସ୍ମାର୍ଟ୍ ଫୋନ ଆମର ସବୁ  ଛୋଟ ବଡ଼ ତଥ୍ୟର ଷ୍ଟୋର ହାଉସ ହୋଇଯାଇଛି।  ଏହା ଉପରେ ଯଦି ଆପଣ  ସାମସଙ୍ଗର ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି  ତେବେ ଆପଣଙ୍କୁ ଅଧିକ

SOCIAL MEDIA

Smart Phone Hacking: 

ଯଦି ଆପଣ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ସବୁବେଳେ  ସାବଧାନ ରହିବାକୁ ପଡିବ । ବର୍ତ୍ତମାନର  ଡିଜିଟାଲ ଯୁଗରେ ଆମ ସ୍ମାର୍ଟ୍ ଫୋନ ଆମର ସବୁ  ଛୋଟ ବଡ଼ ତଥ୍ୟର ଷ୍ଟୋର ହାଉସ ହୋଇଯାଇଛି।  ଏହା ଉପରେ ଯଦି ଆପଣ  ସାମସଙ୍ଗର ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି  ତେବେ ଆପଣଙ୍କୁ ଅଧିକ  ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ଏହା ଆମେ କହୁନାହୁଁ, ବରଂ ସରକାର ନିଜେ କହୁଛନ୍ତି।

ସାମସଙ୍ଗର ଅନେକ ସ୍ମାର୍ଟଫୋନକୁ ନେଇ ସରକାର ଚେତାବାନୀ  ଜାରି କରିଛନ୍ତି । ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ନୋଡାଲ ଏଜେନ୍ସି ସିଇଆରଟି-ଇନ୍ ସାମସଙ୍ଗର ୪ଟି ଆଣ୍ଡ୍ରଏଡ୍ ଭର୍ସନ କୁ ନେଇ ସତର୍କ ସୂଚନା ଜାରି କରିଛି। ନୋଡାଲ ଏଜେନ୍ସି କହିଛି ଯେ ଆପଣଙ୍କ ମୋବାଇଲର ସମ୍ବେଦନଶୀଳ ସୂଚନା ହ୍ୟାକରଙ୍କ ଟାର୍ଗେଟରେ ରହିଛି । ଆଜି ଆମେ ଆପଣଙ୍କୁ କହିବୁ ସାମସଙ୍ଗର କେଉଁ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି ଏବଂ ହ୍ୟାକିଂରୁ ବର୍ତ୍ତିବା ପାଇଁ ସେମାନଙ୍କୁ ତୁରନ୍ତ କ'ଣ ପଦକ୍ଷେପ ନେବାକୁ ପଡିବ ।

 ପୂରା ମାମଲା କଣ?

ଚିନ୍ତାର ବିଷୟ ହେଉଛି ଯେ ଏହି ଆଲର୍ଟ୍  ହାଇ ରିସ୍କ ବର୍ଗରେ ଯାଉଛି।  ସରକାରଙ୍କ କହିବା ଅନୁସାରେ ସାମସଙ୍ଗର ୪ଟି ଆଣ୍ଡ୍ରଏଡ ଭର୍ସନରେ ଏଭଳି ତ୍ରୁଟି ଦେଖିବାକୁ ମିଳିଛି ଯାହା ଦ୍ୱାରା ହ୍ୟାକର୍ସ  ସହଜରେ ଆପଣଙ୍କ ଫୋନକୁ ହ୍ୟାକ୍ କରିପାରିବେ । ଆଲର୍ଟ ଅନୁଯାୟୀ ଆପଣଙ୍କ ମୋବାଇଲର  ସମ୍ବେଦନଶୀଳ ତଥ୍ୟ ହ୍ୟାକରଙ୍କ ଟାର୍ଗେଟରେ ରହିଛି । କେବଳ ଏତିକି ନୁହେଁ ହ୍ୟାକର୍ସ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସହ ସିମ୍ ପିନ୍ କୁ ମଧ୍ୟ ଆକ୍ସେସ୍ କରିପାରିବେ।

 ହ୍ୟାକିଂରୁ କେମିତି ବର୍ତ୍ତିବେ  ?

ଆଜି  ଆମେ ଆପଣଙ୍କୁ ଏଭଳି ଗୋଟିଏ ନମ୍ବର ମଧ୍ୟରେ ବାବଦରେ କହିବୁ ଯାହା ଦ୍ୱାରା ଆପଣ ଜାଣି ପାରିବେ ଯେ,ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି କି ନାହିଁ। । ଏହା ସହ ଆଉ ଏକ ନମ୍ବର ବାବଦରେ କହିବୁ ଯାହାକୁ  ବ୍ୟବହାର ଆପଣ  ହ୍ୟାକ୍ ହୋଇଥିବା ଫୋନକୁ ହ୍ୟାକର୍ସଙ୍କ କବଳରୁ ମୁକ୍ତ କରିପାରିବେ । ପ୍ରଥମ ନମ୍ବର  ହେଉଛି *#21#। ଆମେ ଏହାକୁ ଡାଏଲ କରିବା ମାତ୍ରେ ମେସେଜ୍ କିମ୍ବା ଅନ୍ୟାନ୍ୟ ଫିଚର୍ସ ସାମ୍ନାରେ  ନଟ୍ ଫରୱାର୍ଡେଡ୍ ଲେଖାଥିବା ମେସେଜ୍ ଆସିଥାଏ। ଯାହାର ଅର୍ଥ ହେଉଛି ଆପଣଙ୍କ ମୋବାଇଲ୍ ସୁରକ୍ଷିତ ଅଛି । କିନ୍ତୁ  ଯଦି ଫରୱାର୍ଡେଡ୍ ବୋଲି ମେସେଜ୍ ଆସିବ ତେବେ ଜାଣିବେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି ଏବଂ କେହି ଆପଣଙ୍କ ଡାଟା ଚୋରି କରୁଛି।

ଏବେ ଆସନ୍ତୁ ଜାଣିବା କିପରି ଆପଣ ନିଜ ମୋବାଇଲକୁ  ହ୍ୟାକର କବଳରୁ ମୁକ୍ତ କରିବେ। ଏଥିପାଇଁ ଆପଣଙ୍କୁ ଆଉ ଏକ ନମ୍ବର ଡାଏଲ କରିବାକୁ ପଡିବ । ##002#, ଏହାକୁ ଡାଏଲ କରିବା ମାତ୍ରେ  ଆପଣଙ୍କ ଫୋନ ସୁରକ୍ଷିତ ହୋଇଯିବ। ଫୋନ୍ ହ୍ୟାକର ନିୟନ୍ତ୍ରଣରୁ ଆପଣଙ୍କ ନିୟନ୍ତ୍ରଣକୁ ଆସିଯିବ।

କେଉଁ ଡାଟା ଚୋରି ହୋଇପାରେ?

ଆପଣଙ୍କ ଫୋନରେ ଥିବା ବ୍ୟକ୍ତିଗତ  ଫଟୋ ଓ ଭିଡିଓ ହ୍ୟାକର୍ସଙ୍କ ଟାର୍ଗେଟରେ ସବୁବେଳେ ରହିଥାଏ।  ଫୋନରେ ସେଭ୍ ହୋଇଥିବା ନମ୍ବର ମଧ୍ୟ ଚୋରି ହୋଇପାରେ । ମୋବାଇଲରେ ସେଭ ହୋଇଥିବା ବ୍ୟାଙ୍କ ଆକାଉଣ୍ଟର ବିବରଣୀ ମଧ୍ୟ ଚୋରି ହୋଇପାରେ । ପାସୱାର୍ଡ ମଧ୍ୟ ଲିକ୍ ହୋଇପାରେ ଏବଂ ଲୋକେସନ ସେୟାରିଂ ହେବାର ଆଶଙ୍କା ରହିଥାଏ ।

ଏହି ୪ଟି ସାମସଙ୍ଗ ଫୋନ୍ ପ୍ରତି ଅଧିକ ବିପଦ

ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ସଂସ୍ଥା ଇଣ୍ଡିଆନ୍ କମ୍ପ୍ୟୁଟର ରେସପନ୍ସ ଟିମ୍ ସାମସଙ୍ଗର ୪ଟି ଆଣ୍ଡ୍ରଏଡ୍ ଭର୍ସନ କୁ ନେଇ ଚେତାବନୀ ଜାରି କରିଛି, ଏବେ ସେମାନଙ୍କ ବିଷୟରେ ଜାଣିବା ଜରୁରୀ। ସିଇଆରଟି ଅନୁଯାୟୀ, ଆଣ୍ଡ୍ରଏଡ ୧୧, ୧୨, ୧୩ ଏବଂ ଆଣ୍ଡ୍ରଏଡ ୧୪ ଭର୍ସନରେ ଚାଲୁଥିବା ସାମସଙ୍ଗର ସ୍ମାର୍ଟଫୋନର ତ୍ରୁଟିର ଲାଭ  ଉଠାଇ ହ୍ୟାକରମାନେ ଯେକୌଣସି ୟୁଜରଙ୍କ ଫୋନହ୍ୟାକ୍ କରି ତାଙ୍କ ବ୍ୟକ୍ତିଗତ ଡାଟା ଚୋରି କରିପାରିବେ ।

ହ୍ୟାକିଂରୁ ବର୍ତ୍ତିବା ପାଇଁ ଏହା କରନ୍ତୁ

•              ମୋବାଇଲ୍ ଫୋନ ରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥାକୁ ଶୀଘ୍ର ଅପଡେଟ୍ କରନ୍ତୁ

•              ଯେକୌଣସି ଆପ୍ ଡାଉନଲୋଡ୍ ଏବଂ ଇନଷ୍ଟଲେସନ୍ ପୂର୍ବରୁ, ଏହା ବିଷୟରେ ସମ୍ପୂର୍ଣ୍ଣ ସୂଚନା ସଂଗ୍ରହ କରନ୍ତୁ

•              ନ ଜାଣି କୌଣସି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ

•              ଏହା ବ୍ୟତୀତ ଆପଣଙ୍କ ମୋବାଇଲରେ ପୂର୍ବରୁ ଥିବା ଆପଗୁଡିକୁ ଅପଡେଟ୍ କରିବା ଜାରି ରଖନ୍ତୁ