Odisha Budget 2023-24: ରାଜ୍ୟରେ ସବୁଠାରୁ ବଡ ବଜେଟ୍ କେବେ ଉପସ୍ଥାପନ ହୋଇଥିଲା? ଜାଣନ୍ତୁ ବିସ୍ତୃତ ଭାବରେ ସବୁକିଛି
Advertisement
Article Detail0/zeeodisha/odisha1570246

Odisha Budget 2023-24: ରାଜ୍ୟରେ ସବୁଠାରୁ ବଡ ବଜେଟ୍ କେବେ ଉପସ୍ଥାପନ ହୋଇଥିଲା? ଜାଣନ୍ତୁ ବିସ୍ତୃତ ଭାବରେ ସବୁକିଛି

Odisha Budget 2023-24: ରାଜ୍ୟରେ ୨୦୨୩-୨୪ ପାଇଁ ବଜେଟ୍ ଆସନ୍ତା ୨୪ ଫେବ୍ରୁଆରୀରେ ଉପସ୍ଥାପନା ହେବ । ତେବେ ଆପଣ ଜାଣନ୍ତି ରାଜ୍ୟରେ ସବୁଠାରୁ ବଡ ବଜେଟ୍ କେବେ ଉପସ୍ଥାପନ ହୋଇଥିଲା । ଆସନ୍ତୁ ଜାଣିବା ବିସ୍ତୃତ ଭାବରେ...

ସୌ: ସୋସିଆଲ ମିଡିଆ

Odisha Budget 2023-24: ପୂର୍ବସୂଚୀ ଅନୁଯାୟୀ ରାଜ୍ୟରେ ୨୦୨୩-୨୪ ପାଇଁ ବଜେଟ୍ ଆସନ୍ତା ୨୪ ଫେବ୍ରୁଆରୀରେ ଉପସ୍ଥାପନା ହେବ । ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ଚାଲିଥିବାରୁ ୨୦୨୩-୨୪ ପାଇଁ ରାଜ୍ୟ ସରକାର ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା ବଜେଟ୍ ଉପସ୍ଥାପନ କରିବାକୁ ଯୋଜନା କରୁଛନ୍ତି, ଯଦି ଏହା ହୁଏ ତେବେ ଓଡି଼ଶା (Odisha) ପାଇଁ ଏହା ସବୁଠୁ ବଡ ବଜେଟ୍ ହେବ । ଯଦି ଆମ ଓଡ଼ିଶାର ବଜେଟ୍ ଇତିହାସକୁ (Odisha Budget History) ଦେଖିବା ତେବେ ୨୦୨୨-୨୩ ବଜେଟ୍ ରାଜ୍ୟ ପାଇଁ ସର୍ବ ବୃହତ ବଜେଟ୍ ଥିଲା ।

୨୦୨୨-୨୩ ବଜେଟ୍ ଉପସ୍ଥାପନା କରିବା ସମୟରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ (Finance Minister Niranjan Pujari) ଦାବି କରିଥିଲେ ଯେ ଆର୍ଥିକ ବର୍ଷର ଆନୁମାନିକ ଖର୍ଚ୍ଚ ରାଜ୍ୟ ବଜେଟ୍ ଇତିହାସରେ 'ସର୍ବାଧିକ' ଓ ଏହା ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆବଣ୍ଟିତ ୧.୭ଲକ୍ଷ କୋଟି ଟଙ୍କା ତୁଳନାରେ ପ୍ରାୟ ୧୭.୬ ପ୍ରତିଶତ ଅଧିକ । ସେ ଏହା ମଧ୍ୟ କହିଥିଲେ ଯେ ମୋଟ ବଜେଟ୍ ଆକଳନ ମଧ୍ୟରୁ ଏକ ଲକ୍ଷ କୋଟି ଟଙ୍କା ଯୋଜନାବଦ୍ଧ ବ୍ୟୟ ଅଟେ ।

ଯଦି ଆମେ ଅକାଳନକୁ ଦେଖିବା ତେବେ ଚଳିତ ବର୍ଷ ମଧ୍ୟ ରାଜ୍ୟରେ ସବୁଠାରୁ ବଡ ବଜେଟ୍ ଉପସ୍ଥାପନ ହୋଇପାରେ । ସରକାରୀ ସୂତ୍ରରୁ ପ୍ରକାଶ ଯେ ୨୦୨୨-୨୩ ମସିହାରେ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ୩୬,୯୭୭ କୋଟି ଥିଲା । ଓଡି଼ଶାର ବଜେଟକୁ ସମର୍ଥନ କରିବାକୁ ରାଜ୍ୟର ଅଂଶକୁ ଅତି କମରେ ୫୦୦୦ କୋଟି ଟଙ୍କା ବୃଦ୍ଧି କରିବାକୁ ପଡିବ । ରାଜ୍ୟର ରାଜସ୍ୱ ରସିଦ ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି ଓ ୧୫ ପ୍ରତିଶତ ବୃଦ୍ଧି ସହିତ ପ୍ରାୟ ୧.୮ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ରାଜ୍ୟ ନିଜସ୍ୱ ସମ୍ବଳ, ଉଭୟ ଟ୍ୟାକ୍ସ ଓ ଅଣ ଟ୍ୟାକ୍ସ ରାଜସ୍ୱ ଜରିଆରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରୁଥିବାବେଳେ କେନ୍ଦ୍ରରୁ ଟ୍ୟାକ୍ସ ଅଂଶଧନ ସହିତ ସମୁଦାୟ ଆଶା ପ୍ରାୟ ୭୫,୦୦୦ କୋଟି ଟଙ୍କା ହେବାର ସମ୍ଭାବନା ରହିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଟିକସ ଏବଂ ଅଣ-ଟିକସ ରାଜସ୍ୱ ପ୍ରାୟ ୯୫,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । ସରକାରୀ ସୂତ୍ରରୁ ପ୍ରକାଶ ଯେ ରାଜ୍ୟର ଟିକସ ଓ ଅଣ ଟିକସ ରାଜସ୍ୱର ଅଭିବୃଦ୍ଧି ଆଶା କରାଯାଉଛି ଓ ବର୍ଷ ଶେଷ ସୁଦ୍ଧା ଏହା ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ହେବ ।

୨୦୨୩-୨୪ ବଜେଟ୍ ପାଇଁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉପସ୍ଥାପିତ ହେଉଛି । ସେଥିପାଇଁ ସମସ୍ତ ଶ୍ରେଣୀର ଲୋକଙ୍କ ସୁହାଇଲା ଭଳି ବଜେଟ୍ ଘୋଷଣା କରାଯାଇପାରେ । ଖବର ଅନୁଯାୟୀ ଯେହେତୁ କେନ୍ଦ୍ର ନିଜର ମାଗଣା ଚାଉଳ ଯୋଜନା ଆରମ୍ଭ କରିଛି, ତେଣୁ ରାଜ୍ୟ ସରକାର ମଧ୍ୟ ଏହି ଯୋଜନା ଘୋଷଣା କରିପାରନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ କାଳିଆ ଯୋଜନା ସହିତ ସମସ୍ତ ଫ୍ଲାଗସିପ୍ ଯୋଜନା ମଧ୍ୟ ଜାରି ରହିବ ବୋଲି ଆଶା କରାଯାଉଛି ।