ବୌଦ୍ଧ ଜିଲ୍ଲା ଚିକିତ୍ସାଳୟରେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି ସୁରକ୍ଷା କର୍ମୀ
Advertisement
Article Detail0/zeeodisha/odisha969821

ବୌଦ୍ଧ ଜିଲ୍ଲା ଚିକିତ୍ସାଳୟରେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି ସୁରକ୍ଷା କର୍ମୀ

ଡାକ୍ତରଙ୍କୁ ଦେଖାଇବା ପୁର୍ବରୁ ରୋଗ ସମ୍ପର୍କରେ ସୁରକ୍ଷା କର୍ମୀଙ୍କୁ କହିବାକୁ ପଡିବ। ଗେଟପାସ ନଥିଲେ ଡାକ୍ତରଖାନା ଭିତରକୁ ଯିବା ମନା। ନେହୁରା ହେଲେ ଦୁର୍ବ୍ୟବହାର କରି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ଫେରାଇ ଦିଆଯାଉଛି। ସୁରକ୍ଷା କର୍ମୀଙ୍କ ଏଭଳି ବ୍ୟବହାରକୁ ନେଇ କେବଳ ଜିଲ୍ଲାରେ ନୁହେଁ ଜିଲ୍ଲା ବାହାରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

ବୌଦ୍ଧ ଜିଲ୍ଲା ଚିକିତ୍ସାଳୟରେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି ସୁରକ୍ଷା କର୍ମୀ

ବୌଦ୍ଧ: ରୋଗୀଙ୍କୁ ସଠିକ ଚିକିତ୍ସା ଯେତିକି ଆବଶ୍ୟକ ସେତିକି ଆବଶ୍ୟକ କର୍ମଚାରୀଙ୍କ ବ୍ୟବହାର। ହେଲେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ରୁକ୍ଷ ବ୍ୟବହାରରେ ଅତିଷ୍ଠ ହେଲେଣି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ। ଡାକ୍ତରଙ୍କୁ ଦେଖାଇବା ପୁର୍ବରୁ ରୋଗ ସମ୍ପର୍କରେ ସୁରକ୍ଷା କର୍ମୀଙ୍କୁ କହିବାକୁ ପଡିବ। ଗେଟପାସ ନଥିଲେ ଡାକ୍ତରଖାନା ଭିତରକୁ ଯିବା ମନା। ନେହୁରା ହେଲେ ଦୁର୍ବ୍ୟବହାର କରି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ଫେରାଇ ଦିଆଯାଉଛି। ସୁରକ୍ଷା କର୍ମୀଙ୍କ ଏଭଳି ବ୍ୟବହାରକୁ ନେଇ କେବଳ ଜିଲ୍ଲାରେ ନୁହେଁ ଜିଲ୍ଲା ବାହାରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

କୋରୋନା ସମୟରେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଭୂମିକା ଅତୁଳନୀୟ। ନିଜ ଜୀବନକୁ ବାଜିରେ ଲଗାଇ ରୋଗୀ ସେବାରେ ନିୟୋଜିତ ଅଛନ୍ତି। ମହାମାରୀ ପାଇଁ ଦୁଇବର୍ଷ ହେବ ଅତି ଆବଶ୍ୟକ ନ ହେଲେ ଲୋକେ ଘରୁ ବାହାରୁନଥିବାବେଳେ ଡାକ୍ତରଖାନାକୁ ବିନା କୌଣସି କାମରେ ଯିବା ଅସମ୍ଭବ। ଅତି ଜରୁରୀ ହେଲେ ଲୋକେ ଡାକ୍ତରଖାନାକୁ ଯାଉଛନ୍ତି। ହେଲେ ଚିକିତ୍ସା ପାଇଁ ଯାଉଥିବା ରୋଗୀ ଓ ରୋଗୀଙ୍କ ସମ୍ପର୍କିୟଙ୍କୁ ଡାକ୍ତରଖାନାରେ କାର୍ଯ୍ୟରତ କିଛି ସୁରକ୍ଷା କର୍ମୀଙ୍କ ର୍ଦୁବ୍ୟବହାର ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଜିଲ୍ଲାରେ ଓ ଜିଲ୍ଲା ବାହାରେ ବଦନାମ ହେବାକୁ ଯାଉଛି ବୋଲି ବୌଦ୍ଧ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମାହାନ୍ତି ଅଭିଯୋଗ କରିଛନ୍ତି।

Also Read: ଦୁର୍ନୀତି ବଖାଣୁଛି ଆବାସ ଯୋଜନାର ଫଳକ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲୋକେ ୧୦୦ କିମି ଦୂରରୁ ମଧ୍ୟ ଚିକିତ୍ସା ପାଇଁ ଆସୁଛନ୍ତି। ଏପରି କି ଡାକ୍ତରଖାନା ଉପରେ ପଡୋଶୀ ଅନୁଗୁଳୁ ଜିଲ୍ଲାବାସୀ ମଧ୍ୟ ନିର୍ଭର କରୁଛନ୍ତି। ଡାକ୍ତରଖାନାରେ ସୁରକ୍ଷା କର୍ମୀଙ୍କ ର୍ଦୁବ୍ୟବହାରରେ ଅତିଷ୍ଠ ହେଉଥିବା ରୋଗୀ ଓ ରୋଗୀ ଙ୍କ ସମ୍ପର୍କିୟମାନେ ଏବେ ଡାକ୍ତରଖାନାରୁ ମୁହଁ ଫେରାଇବା ସହିତ ସେହି ସୁରକ୍ଷା କର୍ମୀଙ୍କ ଔଧତ୍ୟ ଉପରେ ଚର୍ଚ୍ଚା କରୁଛନ୍ତି। ଜିଲ୍ଲା ସଦରମହକୁମାରୁ ୮୦ କିମି ଦୂର ତଳଗାଁ ଗ୍ରାମପଂଚାୟତର ଗୌରାଙ୍ଗ ନାଏକଙ୍କଠାରେ ଏଭଳି ଏକ ସମାନ ଘଟଣା ଘଟିଛି। ଯହାକୁ ଗଣମାଧ୍ୟମ ଆଗରେ ବଖାଣିବା ବେଳେ ଗୌରାଙ୍ଗଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରିପଡିଥିଲା।

ବୋହୂ ଗୁରୁତର ଅବସ୍ଥାରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ। ଏହି ଖବର ଜାଣି ଗୌରାଙ୍ଗ ନାଏକ ବୋହୁର ସ୍ୱାସ୍ଥ୍ୟ ବସ୍ଥା ଜାଣିବା ପାଇଁ ଡାକ୍ତରଖାନାକୁ ଆସିଥିଲେ। ହେଲେ ସୁରକ୍ଷା କର୍ମୀମାନେ ତାଙ୍କୁ ଡାକ୍ତରଖାନା ଭିତରକୁ ଛାଡିଲେ ନାହିଁ। ନା ନା ପ୍ରଶ୍ନ ପଚାରି ଗୌରଙ୍ଗଙ୍କୁ ମାନସିକ ଚାପ ଦେବା ସହ କହି ଦେଖା କରିବାକୁ ମନାକରିଦେଲେ। ସେ ବାରମ୍ବର ସୁରକ୍ଷାକର୍ମୀଙ୍କ ପାଖରେ ନେହୁରା ହେଲେ, କିନ୍ତୁ କାର୍ଯ୍ୟରତ ସୁରକ୍ଷା କର୍ମୀ ରୁକ୍ଷ ବ୍ୟବହାର କରି ଫେରାଇଦେଲେ। ଶେଷରେ ନିଜର ବୋହୁର ସ୍ୱାସ୍ଥ୍ୟବସ୍ଥା ବାବଦରେ ନଜାଣି ନିରାଶ ହୋଇ ଗୌରଙ୍ଗ ଫେରି ଥିଲେ। 

Also Read: ସୁରକ୍ଷା କର୍ମୀଙ୍କ ଭରସାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ରୋଗୀ

ସେହିପରି ଗତ କିଛି ଦିନତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଆଠମଲିକ ଅଚଂଳରୁ ଚିକିତ୍ସା ପାଇଁ ଆସିଥିବା ଗର୍ଭବତି ମହିଳାଙ୍କୁ ଭିତରକୁ ନ ଛାଡିବାରୁ ମହିଳା ଜଣକ ବାହାରେ ହିଁ ପ୍ରସବ କରିଥିଲେ, ଯାହାକି ସେତେବେଳେ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ଭୂମିକାକୁ ନେଇ ଜିଲ୍ଲାରେ ହଟଚମଟ ହୋଇଥିଲା। ଲୋକଙ୍କୁ ସାହାଯ୍ୟ ତଥା ସଚେତନ କରିବା ବଦଳରେ କାର୍ଯ୍ୟରତ ସୁରକ୍ଷା କର୍ମୀମାନେ ହାତରେ ବାଡି ଧରି ଡାକ୍ତରଖାନା ପରିସରରେ ପାଟି କରିବା, ମୋବାଇଲରେ କଥା ହେବା, ଗୀତ ବଜାଇବା, ଚାଟ କରିବା ଭଳି କାମରେ ବ୍ୟସ୍ତ ରହୁଛନ୍ତି। ତା ସହିତ ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କୁ ର୍ଦୁବ୍ୟବହାର କରୁଥିବାବେଳେ ଏହାର ପ୍ରତିବାଦ କଲେ ହଇରାଣ କରୁଥିବା ମଧ୍ୟ ଦେଖିବାକୁ ମିଳିଛି।

ଏକ ବେସରକାରୀ ସଂସ୍ଥା ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁରକ୍ଷାକର୍ମୀ ନିଯୁକ୍ତି ଦେଇଛି। ଏ ବାବଦରେ ସମ୍ପୃକ୍ତ ସଂସ୍ଥା ସରକାରଙ୍କ ଠାରୁ ପ୍ରତିମାସରେ ଲକ୍ଷାଧିକ ଟଙ୍କା ନେଉଛି। ହେଲେ ସୁରକ୍ଷା କର୍ମୀଙ୍କୁ କୌଣସି ତାଲିମ ଦିଆଯାଉନଥିବା ବେଳେ ସେମାନଙ୍କ ଦାୟିତ୍ୱ ବାବଦରେ ଅବଗତ କରାଯାଉନାହିଁ। ଏଫରି କି ସେମାନଙ୍କ କାର୍ଯ୍ୟର ଫିଡବେକ, ରେଟିଂର ବ୍ୟବସ୍ଥା କରାନଯାଇ କେବଳ ଡ୍ରେସ କୋର୍ଡ ଦେଇ ନିଯୁକ୍ତି ଦେଇଛି। ଫଳରେ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ କାର୍ଯ୍ୟକଳାପକୁ ନେଇ ଜିଲ୍ଲାବାସୀ ପ୍ରଶ୍ନ ଉଠାଇଛନ୍ତି।

Also Read: ଅସହାୟଙ୍କୁ ସାହାରା ଦେବ ଅତ୍ୟାଧୁନିକ ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ, ଜାଣନ୍ତୁ କ'ଣ ସବୁ ମିଳିବ ସୁବିଧା

ହସ୍ପିଟାଲର ସୁରକ୍ଷଆ କର୍ମୀଙ୍କ ଔଧତ୍ୟ ପାଇଁ ଜିଲ୍ଲା ବଦନାମ ହେଉଥିବାବେଳେ ଏହାକୁ ନେଇ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମାହାନ୍ତି ଦୁଖଃ ପ୍ରକାଶ କରିବା ସହିତ ଘଟଣାରେ ତୁରନ୍ତ ତଦନ୍ତ କରାଯାଇ ସମ୍ପୃକ୍ତ ସଂସ୍ଥା ଓ କାର୍ଯ୍ୟରତ ସୁରକ୍ଷାତ କର୍ମୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିବା ସହିତ ସେମାନଙ୍କ ବିରୋଧରେ ମାମଲା ଦାଏର କରିବା ନିତ୍ୟାନ୍ତ ଜରୁରୀ ବୋଲି କହିଛନ୍ତି। ବୌଦ୍ଧ ଜିଲ୍ଲାର ଏଭଳି ସମ୍ବେଦନଶୀଳ ଘଟଣା ସମ୍ପର୍କରେ କିଛି ଗଣମାଧ୍ୟମ ପ୍ରତିନିଧି ବୌଦ୍ଧ ଜି୍‌ଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଜିଲ୍ଲାପାଳ ଘଟଣାକୁ ଗମ୍ଭୀରତାର ସହିତ ନେଇ ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ସୁରକ୍ଷା କର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଛନ୍ତି।