ମୋବାଇଲ ଟାୱାରରେ ଝୁଲିଛି ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ, ଦୁନିଆଠୁ ବିଚ୍ଛିନ୍ନ ମହାଲିକପଡା ପଞ୍ଚାୟତ
Advertisement
Article Detail0/zeeodisha/odisha1028691

ମୋବାଇଲ ଟାୱାରରେ ଝୁଲିଛି ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ, ଦୁନିଆଠୁ ବିଚ୍ଛିନ୍ନ ମହାଲିକପଡା ପଞ୍ଚାୟତ

ମହାମାରୀ କୋରୋନା ପାଇଁ ଦୁଇବର୍ଷ ହେଲା ଲୋକେ ପ୍ରଭାବିତ ହୋଇଛନ୍ତି। ବିଶେଷଭାବେ ଛାତ୍ରଛାତ୍ରୀ ଅଧିକ କ୍ଷତି ସହିଛନ୍ତି। ସ୍କୁଲ ବନ୍ଦ ଯୋଗୁଁ ଅନଲାଇନ ପାଠ ପଢା ହେଲା। କିନ୍ତୁ ମୋବାଇଲ ଓ ଇଣ୍ଟରନେଟ ସୁବିଧା ନଥିବା ଛାତ୍ରଛାତ୍ରୀ ପାଠରୁ ଦୁରେଇଗଲେ। ଆଉ ଯାହା ପାଖରେ ମୋବାଇଲ ଥିଲା ସେ ଗଛ ଉପରେ ରହି ଗୋଟିଏ ହାତରେ ମୋବାଇଲକୁ ଧରି ଜୀବନକୁ ବାଜିରେ ଲଗାଇ ଅନଲାଇନ ଶିକ୍ଷାଲାଭ କରୁଥିଲା।

ଡିଜାଇନ୍ ଫଟୋ

ବୌଦ୍ଧ: ଦେଶ ସ୍ୱାଧିନ ହେବାର ଦୀର୍ଘ ସାତ ଦଶନ୍ଧି ପରେ ବି ଆଦିବାସୀ ଅଧ୍ୟୁଷିତ ଅଚଂଳକୁ ମୋବାଇଲ କି ଇଣ୍ଟରନେଟ ସୁବିଧା ପହଁଚି ପାରିନାହିଁ। ଗୋଟିଏପଟେ ପ୍ରଧାନମନ୍ତ୍ରୀ ଡିଜିଟାଲ ଇଣ୍ଡିଆର ଆହ୍ୱାନ ଦେଉଛନ୍ତି, ଅନ୍ୟପଟେ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ସୁଯୋଗ ପହଞ୍ଚିବାରେ ମୋବାଇଲ ସେବା ବାଧକ ସାଜିଛି। ବାରମ୍ବାର ଗୁହାରୀ ପରେ ବି କୌଣସି ସୁଫଳ ମିଳୁନାହିଁ। ଶେଷରେ ଟାୱାର ନାହିଁ ତ, ଭୋଟ ନାହିଁ ବୋଲି ବୌଦ୍ଧ ଜିଲ୍ଲାର ମହାଲିକପଡା ପଞ୍ଚାୟତବାସୀ ନିଷ୍ପତ୍ତି ନେଇଛନ୍ତି।

ମହାମାରୀ କୋରୋନା ପାଇଁ ଦୁଇବର୍ଷ ହେଲା ଲୋକେ ପ୍ରଭାବିତ ହୋଇଛନ୍ତି। ବିଶେଷଭାବେ ଛାତ୍ରଛାତ୍ରୀ ଅଧିକ କ୍ଷତି ସହିଛନ୍ତି। ସ୍କୁଲ ବନ୍ଦ ଯୋଗୁଁ ଅନଲାଇନ ପାଠ ପଢା ହେଲା। କିନ୍ତୁ ମୋବାଇଲ ଓ ଇଣ୍ଟରନେଟ ସୁବିଧା ନଥିବା ଛାତ୍ରଛାତ୍ରୀ ପାଠରୁ ଦୁରେଇଗଲେ। ଆଉ ଯାହା ପାଖରେ ମୋବାଇଲ ଥିଲା ସେ ଗଛ ଉପରେ ରହି ଗୋଟିଏ ହାତରେ ମୋବାଇଲକୁ ଧରି ଜୀବନକୁ ବାଜିରେ ଲଗାଇ ଅନଲାଇନ ଶିକ୍ଷାଲାଭ କରୁଥିଲା। ଆଉ ଅନ୍ୟମାନେ ଘରେ ରହି ଅଫଲାଇନ ପାଠପଢାକୁ ଅପେକ୍ଷା କରିଥିଲା। ଏଭଳି ଦୃଶ୍ୟ ବୌଦ୍ଧ ଜିଲ୍ଲାର ଦୁର୍ଗମ, ଉପାନ୍ତ ତଥା ମାଓ ଅଧ୍ୟୁଷିତ ଅଚଂଳଭାବେ ଜଣାଶୁଣା ମହାଲିକପଡା ପଞ୍ଚାୟତରେ ଦେଖିବାକୁ ମିଳିଥିଲା।

Also Read: ୪୦ ହଜାରରେ ମିଳୁଛି ଅଙ୍ଗନବାଡି ଚାକିରି! ସବୁ ଜାଣି ଚୁପ୍ ଅଧିକାରୀ

ମହାଲିକପଡା ପଞ୍ଚାୟତ ଅଧିନରେ ୨୫ରୁ ଊର୍ଦ୍ଧ୍ୱ ଗ୍ରାମ ଅଛି। କିନ୍ତୁ ଦେଶ ସ୍ୱାଧିନତାର ଦୀର୍ଘ ୭୪ ବର୍ଷପରେ ବି ପଞ୍ଚାୟତକୁ ମୋବାଇଲ ସେବା ଛୁଇଁନି। ଇଣ୍ଟରନେଟ ସେବା ନ ତ କହିବା ଭଲ। ମୋବାଇଲ ଓ ଇଣ୍ଟରନେଟ ସୁବିଧା ନଥିବାରୁ ଗତ ଦୁଇବର୍ଷ ହେଲା କେବଳ ଯେ ପିଲାଙ୍କ ପାଠପଢାରେ ଡୋରି ଲାଗିଛି ତାହା ନୁହେଁ, ବର୍ଷବର୍ଷ ଧରି ଜରୁରୀକାଳୀନ ସେବା ପାଇବାରୁ ମଧ୍ୟ ପଞ୍ଚାୟତବାସୀ ବଞ୍ଚିତ ହୋଇଛନ୍ତି। ଫୋନ ସେବା ମିଳୁନଥିବାରୁ ଜରୁରୀ ସମୟରେ ଆମ୍ବୁଲାନ୍ସ, କି ଦମକଳକୁ ଯୋଗାଯୋଗ କରିବାକୁ ହେଲେ ୧୦ କିମି ବାଟ ଯିବାକୁ ପଡିଥାଏ। ଫଳରେ ଜରୁରୀ ସେବା ପାଇବା ପୁର୍ବରୁ ଲୋକଙ୍କ ଜୀବନ ଚାଲିଯାଇଥାଏ।

fallback

ପଞ୍ଚାୟତ କାର୍ଯ୍ୟାଳୟ ହେଉ ଅଚଂଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଇଣ୍ଟରନେଟ ନଥିବାରୁ କାର୍ଯ୍ୟାଳୟ ଚାଲେନି କି ସରକାରୀ ବାବୁ ଆସନ୍ତି ନାହିଁ। ଫଳରେ ସବୁ କାମ ବର୍ଷବର୍ଷ ଧରି ପଡି ରହିଥାଏ ବୋଲି କହିବା ସହିତ ଏଣିକି ଅଚଂଳରେ ଟାୱାର ନାହିଁ ତ ଭୋଟ ନାହିଁ ବୋଲି ମହାଲିକପଡା ପଞ୍ଚାୟତବାସୀ କହିଛନ୍ତି। ଅନ୍ୟପଟେ ବିଭିନ୍ନ ଟେଲିକମ କମ୍ପାନୀକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି ଖୁବଶୀଘ୍ର ମୋବାଇଲ ଟାୱାର ନିର୍ମାଣ ହେବ ବୋଲି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କହିଛନ୍ତି। ତେବେ ଦେଖିବାର କଥା ମହାଲିକପଡା ପଞ୍ଚାୟତବାସୀଙ୍କୁ ନିର୍ବାଚନ ପୂର୍ବରୁ ଫୋନ ସେବା ମିଳୁଛି ନା ଭୋଟ ବର୍ଜନ ହେଇଛି।