Naveen Nivas: ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ
Advertisement
Article Detail0/zeeodisha/odisha1839519

Naveen Nivas: ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ

Bhubaneswar News: ପରିବାରର ଅଭିଯୋଗ ମୁତାବକ ଅନ୍ୟ କିଛି ଅଭିଯୁକ୍ତ ମାନେ ଏବେବି ବାହାରେ ବୁଲୁଥିଲା ସୁଦ୍ଧା ପୋଲିସ୍ କାର୍ଯ୍ୟାନୁଷ୍ଟାନ ନେଉନାହିଁ ।

ସୌ: ଜୀ ଓଡ଼ିଶା

ଭୁବନେଶ୍ୱର: ନ୍ୟାୟ ପାଇବା ପାଇଁ ନବୀନ ନିବାସ (Naveen Nivas) ଆଗରେ ଏକ ପରିବାରର ଆତ୍ମାହୁତି ଉଦ୍ୟମ । ପୁଅର ହତ୍ୟାକାରୀକୁ ପୋଲିସ ଗିରଫ କରୁନଥିବା ଅଭିଯୋଗ କରି ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାରର ୬ ସଦସ୍ୟ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଦୈତରାଜ ନାୟକ ନାମକ ଜଣେ ଯୁବକଙ୍କୁ ୨୦୨୨ ମସିହାରେ ବିଷ ଦେଇ ହତ୍ୟା କରାଯିବା ସହ ଏସିଡ୍ ପକାଇ ଦେଇଥିଲେ ହତ୍ୟାକାରୀ । 

ଏହି ହତ୍ୟାକାଣ୍ଡରେ ପୋଲିସ ଅଗଷ୍ଟ ୧୫ ତାରିଖରେ ଅଶୋକ ଜେନା ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ତେବା ପୂର୍ବରୁ ଏହି ମାମଲାରେ କାହାରିକୁ ଗିରଫ କରିନଥିଲା ପୋଲିସ । ଏଥିପାଇଁ ବାରମ୍ବାର ପିଡ଼ୀତ ପରିବାର ଲୋକଙ୍କ ଧାରଣା ପରେ ଅଭିଯୁକ୍ତ ଅଶୋକ ଜେନାଙ୍କୁ ୧୫ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ୍ । ପରିବାରର ଅଭିଯୋଗ ମୁତାବକ ଅନ୍ୟ କିଛି ଅଭିଯୁକ୍ତ ମାନେ ଏବେବି ବାହାରେ ବୁଲୁଥିଲା ସୁଦ୍ଧା ପୋଲିସ୍ କାର୍ଯ୍ୟାନୁଷ୍ଟାନ ନେଉନାହିଁ ।