ଓଡ଼ିଶା ପାଲଟିଲାଣି ମିନି ଆଫଗାନିସ୍ତାନ!
Advertisement

ଓଡ଼ିଶା ପାଲଟିଲାଣି ମିନି ଆଫଗାନିସ୍ତାନ!

Ganja Sized in Odisha: ରାଜ୍ୟରେ ଲଗାତର ବିପୁଳ ପରିମାଣର ଗଞ୍ଜେଇ ଜବତ ହେଉଛି। ବିଶେଷ କରି ଦକ୍ଷିଣ ଓଡିଶାରେ ପ୍ରାୟ ସବୁଦିନ ଗଞ୍ଜେଇ ମାଫିଆ ଧରାପଡୁଛନ୍ତି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅନେକ ସମୟରେ ଗଞ୍ଜେଇ ଜବତ ହୋଇଥାଏ। କେବଳ ଯେ ରାଜ୍ୟରେ ଓଡିଶା ଗଞ୍ଜେଇ ଧରାପଡୁଛି ତାହା ନୁହଁ, ରାଜ୍ୟ ବାହାରକୁ ଚାଲାଣ ବେଳେ ମଧ୍ୟ ପୋଲିସ ହାତରେ ଧରାପଡିଛି।

ଓଡ଼ିଶା ପାଲଟିଲାଣି ମିନି ଆଫଗାନିସ୍ତାନ!

Ganja Sized in Odisha: 

ଭୁବନେଶ୍ୱର: ଉଚ୍ଚ ସଂସ୍କୃତି ସମ୍ପନ୍ନ ରାଜ୍ୟ ଓଡ଼ିଶା ଏବେ ମିନି ଆଫଗାନିସ୍ତାନ ପାଲଟିଲାଣି! ଅଫିମ ବ୍ୟବସାୟ କହିଲେ ମନକୁ ପ୍ରଥମେ ଆଫଗାନିସ୍ତାନର ନାଁ ଆସେ। ହେଲେ ବିଶ୍ୱରେ ଜହର କାରବାରରେ ଆଗୁଆ ଥିବା ଏହି ଦେଶକୁ ଏବେ ଓଡିଶା ଗାଦିଚ୍ୟୁତ କରିବ! ଆଜ୍ଞା ହଁ  ଆମେ ଏପରି କହିବାର କାରଣ ହେଉଛି ଓଡ଼ିଶାରେ ନିଶା କାରବାର ଆଉ ବ୍ୟବହାର କଥା ଆପଣ ଜାଣିଥିବେ। ଗାଁ ହେଉ କି ସହର ସବୁଠି ବେଧଡ଼କ ମଦ ବ୍ୟବସାୟ ଚାଲୁଚି। ଯାହା ଶୃଙ୍ଖଳିତ ସମାଜକୁ ବିଶୃଙ୍ଖଳିତ କରୁଛି। ହେଲେ ମାଦ ପରେ ଏବେ ପୁଣି ରାଜ୍ୟରେ ନେଳି ଜହର ଅର୍ଥାତ ଗଞ୍ଜେଇ କାରବାର କାୟା ବିସ୍ତାର କରୁଛି। ଆଉ ଏହି ଗଞ୍ଜେଇକୁ ନେଇ ଆସିଛି ଏବେ ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା। 

ରାଜ୍ୟରେ ଲଗାତର ବିପୁଳ ପରିମାଣର ଗଞ୍ଜେଇ ଜବତ ହେଉଛି। ବିଶେଷ କରି ଦକ୍ଷିଣ ଓଡିଶାରେ ପ୍ରାୟ ସବୁଦିନ ଗଞ୍ଜେଇ ମାଫିଆ ଧରାପଡୁଛନ୍ତି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅନେକ ସମୟରେ ଗଞ୍ଜେଇ ଜବତ ହୋଇଥାଏ। କେବଳ ଯେ ରାଜ୍ୟରେ ଓଡିଶା ଗଞ୍ଜେଇ ଧରାପଡୁଛି ତାହା ନୁହଁ, ରାଜ୍ୟ ବାହାରକୁ ଚାଲାଣ ବେଳେ ମଧ୍ୟ ପୋଲିସ ହାତରେ ଧରାପଡିଛି। ତେବେ ଏବେ ପ୍ରଶ୍ନ ଉଠୁଛି ପୋଲିସ କିମ୍ବା ଅବକାରୀ ବିଭାଗ ଯେଉଁ ଗଞ୍ଜେଇ ଜବତ କରୁଛି, ତାହାକୁ କଣ କରାଯାଉଛ? ସାଧାରଣ ଲୋକଙ୍କ ଧାରଣା ଥାଏ ଯେ ଯବତ ଗଞ୍ଜେଇକୁ ସରକାର ବିକ୍ରି କରି ରାଜକୋଷକୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଦେଉଥିବେ। କିନ୍ତୁ ସେମିତି ହୁଏ ନାହିଁ। 

Also Read: Dharmendra Sahu Death Case: 'ହାତୀ ମାରି କୁଲା ଘୋଡାଇବାକୁ ଚେଷ୍ଟା କରୁଛି ସରକାର'

ଶୁକ୍ରବାର ଗଞ୍ଜାମ ଜିଲ୍ଲାର ପାଟପୁର ଥାନାରେ ଇତିହାସରେ ପ୍ରଥମ ଥର ପାଇଁ ଜବତ ଗଞ୍ଜେଇକୁ ଡ଼ିସ୍ପୋଜାଲ କରାଯାଇଛି। ତାହା ପୁଣି କେଜିଏ କିମ୍ବା ଦୁଇ କେଜି ନୁହେଁ ପୁରା ୧୩୨୫ କିଲୋଗ୍ରାମ, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ତିନି କୋଟି ଟଙ୍କା ହେବ। ଡ୍ରଗ ଡିସପଜାଲ କମିଟି ତଥା ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରୟଙ୍କ ତତ୍ତ୍ଵାବଧାନରେ ୨୦୨୧ ଡିସେମ୍ବର ମାସ ସୁଦ୍ଧା ଜବତ ହୋଇଥିବା ଗଚ୍ଛିତ ଗଞ୍ଜେଇକୁ ଶେରଗଡ଼ ବ୍ଳକ ଅନ୍ତର୍ଗତ ଅରଖପଡା ଗ୍ରାମରେ ଥିବା ସରକାରୀ ସ୍ବୀକୃତି ପ୍ରାପ୍ତ ଚିମୀନିରେ ପୋଡ଼ି ନଷ୍ଟ କରାଯାଇଛି। ଏପରିକି ପାଟପୁର ଥାନା ଅଧୀନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ ୧୧ ଗୋଟି କେସରୁ ଏହି ଗଞ୍ଜେଇ ଜବତ ହୋଇଥିଲା। 

କେବଳ ଗଞ୍ଜାମ ନୁହଁ ଭୁବନେଶ୍ୱରରେ ମଧ୍ୟ ବିପୁଳ ପରିମାଣର ଗଞ୍ଜେଇ ପୋଡି ନଷ୍ଟ କରାଯାଇଛି। ହାଇକୋର୍ଟଙ୍କ ଠାରୁ ଅନୁମତି ପାଇଲା ପରେ ସ୍ୱତନ୍ତ୍ର SOP ପାଳନ କରି ଖୋର୍ଦ୍ଦାର ଟାଙ୍ଗିଆପଦାସ୍ଥିତ ଏକ ଘରୋଇ କମ୍ପାନୀର ଚୁଲାରେ ୬୧୬ କିଲୋଗ୍ରାମ ଗଞ୍ଜେଇକୁ ପାଉଁଶ କରାଯାଇଥିଲା। ଗଞ୍ଜେଇକୁ ପୋଡିବା ପାଇଁ ଏକ ଡ୍ରଗ ଡିସ୍ପୋଜାଲ କମିଟି ତିଆରି କରାଯାଇଥିଲା। ଏଥିରେ ଏସପି, ଏସଟିଏଫ ସଦସ୍ୟ, ଖୋର୍ଦ୍ଧା ଉପଜିଲ୍ଲାପାଳ ପ୍ରମୁଖ ସଦସ୍ୟ ଥିଲେ। ପରିବେଶ ପ୍ରଦୂଷଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ତେଣୁ ଗଞ୍ଜେଇ ପୋଡିବା ସମୟରେ ଫରେନ୍ସିକ ଟିମର ସଦସ୍ୟମାନେ ଉପସ୍ଥିତ ଥିଲେ।

ଓଡିଶାର ଗଜପତି, କନ୍ଧମାଳ, ବୌଦ୍ଧ ଓ ଗଂଜାମ ଏବେ ଏହି ନୀଳ ଜହର କାରବାର ପେଣ୍ଟସ୍ଥଳୀ ପାଲଟିଛି। ଆଉ ଏହା ଯୁବପିଢିକୁ ପଥ ଭ୍ରଷ୍ଟ କରିବା ସହ କୂପଥଗାମୀ କରୁଛି। ଖାଲି ସେତିକି ନୁହେଁ ଏହି ନୀଳ ଜହର କାରବାରରେ ଏବେ ଶିକ୍ଷତ ଯୁବପିଢି ନିୟୋଜିତ ରହୁଥିବା ବହୁବାର ନଜିର ରହୁଛି। ତେବେ କୋରାପୁଟରେ ଯେଉଁ ପରିମାଣର ଗଞ୍ଜେଇ ଜବତ ହେଉଛି, ତାହାକୁ ରଖିବା ପାଇଁ ପୋଲିସ ଓ ଅବକାରୀ ବିଭାଗ ନିକଟରେ ଜାଗା ନାହିଁ। ଯାହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଗୋଟିଏ କି ଦୁଇଟି ନୁହେଁ, କୋରାପୁଟ ଜିଲ୍ଲାର ଅଧିକାଂଶ ଥାନାରେ ଏମିତି ପଡ଼ି ରହିଛି ବସ୍ତା ବସ୍ତା ଗଞ୍ଜେଇ ପଡି ରହିଛି।

Also Read: Cattle Smuggling: ସୀମାରେ ସୁରକ୍ଷା ଢି଼ଲା, ବଙ୍ଗରେ 'ବଉଳା'କୁ ହତ୍ୟା

ଗତ ପାଞ୍ଚ ବର୍ଷ ଭିତରେ ଜବତ ହୋଇଥିବା ୧ ଲକ୍ଷ ୬୩ ହଜାର କିଲୋଗ୍ରାମ ଗଞ୍ଜେଇ ୨୩ଟି ଥାନାରେ ଗଦା ହୋଇଛି। କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବହୁଳ ଭାବେ ଗଞ୍ଜେଇ ଚାଷ ହେଉଥିବାରୁ ଏଭଳି ପରିସ୍ଥିତି ଦେଖାଦେଇଛି। ତେବେ ଅବକାରୀ ବିଭାଗ ଓ ପୋଲିସ ଗଞ୍ଜେଇ ଧରି ବାହା ବାହା ନେଉଥିବା ବେଳେ ବୁଦ୍ଧିଜୀବୀମାନେ ମୂଳ ସମସ୍ୟା ନେଇ ପ୍ରଶ୍ନ କରିଛନ୍ତି। ଗଞ୍ଜେଇ ଚାଷକୁ ଧ୍ୱଂସ ନ କରି ଚୋରା ଚାଲାଣ ରୋକିବା ଯୋଗୁଁ ନିଶା ବିରୋଧୀ ପଦକ୍ଷେପର ସଫଳତା ଉପରେ ସେ ପ୍ରଶ୍ନ କରିଛନ୍ତି।

କୋରାପୁଟ ଜିଲ୍ଲାର ୨୩ଟି ଥାନାରେ ଗଞ୍ଜେଇ ଚାଲାଣ କରୁଥିବା ୨୨ରୁ ଅଧିକ ଟ୍ରକ, ୨୭ଟିରୁ ଅଧିକ ଏକ୍ସୟୁଭି, ୫୫ରୁ ଅଧିକ ପିକ୍ ଅପ୍ ଭ୍ୟାନ, ୧୨୨ରୁ ଅଧିକ ବିଭିନ୍ନ ମଡେଲର କାର ଓ ୨୨୫ଟିରୁ ଅଧିକ ବାଇକ୍ ଜବତ ହୋଇଛି। ଜୟପୁର ସଦର ଥାନାରେ ଗାଡି ରଖିବାକୁ ଜାଗା ନ ଥିବାରୁ ଗାଗନାପୁର, ଆମ୍ବାଗୁଡା ଓ ବାରିଣିପୁଟ ଫାଣ୍ଡିକୁ ଗାଡିଗୁଡ଼ିକୁ ସ୍ଥାନାନ୍ତର କରାଯାଉଛି। ଆଇନଗତ ବ୍ୟବସ୍ଥା ଯୋଗୁଁ ଗାଡ଼ିଗୁଡ଼ିକ ପଡ଼ି ରହୁଛି ବୋଲି କୁହାଯାଇଛି।