Contractual Employees Protest: ଆଜି ମହାସଙ୍ଘର ମହାଆନ୍ଦୋଳନ, ୪୦୦୦୦ ଠିକା କର୍ମଚାରୀ ଘେରିବେ ଲୋକସେବା ଭବନ
Advertisement

Contractual Employees Protest: ଆଜି ମହାସଙ୍ଘର ମହାଆନ୍ଦୋଳନ, ୪୦୦୦୦ ଠିକା କର୍ମଚାରୀ ଘେରିବେ ଲୋକସେବା ଭବନ

Contractual Employees Protest: ଆନ୍ଦୋଳନକାରୀ ଠିକା କର୍ମଚାରୀମାନେ କହିଛନ୍ତି, ଆମ ସମସ୍ତଙ୍କର ହକ ଓ ଦାବିକୁ ଦୀର୍ଘ ବର୍ଷ ଧରି ଦାବାନଳରେ ଚାପି ରଖା ଯାଇଛି। ଇତିହାସ ସାକ୍ଷୀ ଅଛି ବିନା ସଂଘର୍ଷରେ କୌଣସି ଅଧିକାର ମିଳିନାହିଁ। ଲଢ଼ିବାକୁ ହେବ, ଜଳିବାକୁ ହେବ, ଭିଜିବାକୁ ହେବ, କିନ୍ତୁ  ଯେତେ ପର୍ଯ୍ୟନ୍ତ ଏ ଘୃଣ୍ୟ ପ୍ରଥା ଉଠି ନାହିଁ, ସେ ପର୍ଯ୍ୟନ୍ତ ଏହି ସଂଘର୍ଷ ଥମିବ ନାହିଁ। 

 

Contractual Employees Protest: ଆଜି ମହାସଙ୍ଘର ମହାଆନ୍ଦୋଳନ, ୪୦୦୦୦ ଠିକା କର୍ମଚାରୀ ଘେରିବେ ଲୋକସେବା ଭବନ

Odisha govt contactual employees, ଭୁବନେଶ୍ଵର: ତୀବ୍ର ହେଲା ରାଜ୍ୟ ସରକାରୀ ଠିକା କର୍ମଚାରୀଙ୍କ ଆନ୍ଦୋଳନ। ରବିବାର ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ପକ୍ଷରୁ ମହାଆନ୍ଦୋଳନ କରାଯିବ। ପ୍ରାୟ ୪୦ ହଜାର ଆନ୍ଦୋଳନକାରୀ ଲୋକସେବା ଭବନ ଘେରିବାର କାର୍ଯ୍ୟକ୍ରମ ରହିଛି। ସକାଳ ୧୦ରୁ ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ ହେବ। ଶାନ୍ତି ଶୃଙ୍ଖଳା ବଜାୟ ରହିବାକୁ ଲୋକସେବା ଭବନ ବାହାରେ ବିପୁଳ ପୋଲିସ ମୁତୟନ କରାଯାଇଛି। ସେପଟେ ଆନ୍ଦୋଳନକାରୀ ଠିକା କର୍ମଚାରୀମାନେ କହିଛନ୍ତି, ଆମ ସମସ୍ତଙ୍କର ହକ ଓ ଦାବିକୁ ଦୀର୍ଘ ବର୍ଷ ଧରି ଦାବାନଳରେ ଚାପି ରଖା ଯାଇଛି। ଇତିହାସ ସାକ୍ଷୀ ଅଛି ବିନା ସଂଘର୍ଷରେ କୌଣସି ଅଧିକାର ମିଳିନାହିଁ। ଲଢ଼ିବାକୁ ହେବ, ଜଳିବାକୁ ହେବ, ଭିଜିବାକୁ ହେବ, କିନ୍ତୁ  ଯେତେ ପର୍ଯ୍ୟନ୍ତ ଏ ଘୃଣ୍ୟ ପ୍ରଥା ଉଠି ନାହିଁ, ସେ ପର୍ଯ୍ୟନ୍ତ ଏହି ସଂଘର୍ଷ ଥମିବ ନାହିଁ। 

ଅଗଷ୍ଟ ୧୬ରୁ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ପକ୍ଷରୁ କଳାବ୍ୟାଚ ପରିଧାନ ସହିତ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯାଉଛି। ବିକ୍ଷୋଭ ପ୍ରଦର୍ଶନରେ ଓଡିଶା ସରକାରଙ୍କ ସମସ୍ତ ବିଭାଗର କର୍ମଚାରୀମାନେ ସାମିଲ ଅଛନ୍ତି। ଏହାକୁ ପ୍ରତ୍ୟେକ ଜିଲ୍ଲା, ବ୍ଲକ ସ୍ତର ଠାରୁ ଆରମ୍ଭ କରି ଭୁବନେଶ୍ୱରସ୍ଥିତ ବିଭାଗୀୟ କାର୍ଯ୍ୟଳୟର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସମର୍ଥନ କରୁଛନ୍ତି। ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ଉଚ୍ଛେଦ ଏବଂ ଚୁକ୍ତି ସମୟକୁ ମୂଳ ଚାକିରିରେ ଯୋଗ ଆଦି ୨ଟି ମୁଖ୍ୟ ଦାବି ନେଇ ଜିଲ୍ଲା ଜିଲ୍ଲପାଳମାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଉଅଛି। ଯଦି ଦାବି ପୂରଣ ନହୁଏ ତେବେ ଆସନ୍ତା ୧୧ ସେପ୍ଟେମ୍ବରରେ ଗଣଆନ୍ଦୋଳନ କରିବାକୁ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ଚେତାବନୀ ଦିଆଯାଇଛି। ଏଥିପାଇଁ ମହାସଙ୍ଘ ବିଭିନ୍ନ ସ୍ଥାନରେ ବୈଠକ କରି '୧୧ ସେପ୍ଟେମ୍ବର ଭୁବନେଶ୍ୱର ଚାଲ' ବୋଲି କର୍ମଚାରୀଙ୍କୁ ଏକତ୍ରୀତ କରାଯାଉଛି।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରାୟ ୭୦୦୦୦ ଚୁକ୍ତିଭିତ୍ତିକ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ସୋମାନଙ୍କୁ ସରକାର ସ୍ଥାୟୀ କରିବାକୁ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ଦାବି କରୁଛି। ମହାସଙ୍ଘର ଆନ୍ଦୋଳନକୁ କଂଗ୍ରେସ ସମର୍ଥନ କରିଛି। ଠିକା ବ୍ୟବସ୍ଥା ପାଇଁ ସରକାର ମାସିକ ୧୬୬ କୋଟି ଟଙ୍କା ଓ ବାର୍ଷିକ ୨୦୦୦ କୋଟି ଟଙ୍କା ଆତ୍ମସାତ କରୁଥିବା ଦଳ ଅଭିଯୋଗ କରିଛି। ଚୁକ୍ତିଭିତ୍ତିକ ନିଯୁକ୍ତିକୁ ବିରୋଧ କରି ଆସନ୍ତା ୧୧ ତାରିଖରେ ଭୁବନେଶ୍ୱରରେ ମହାଆନ୍ଦୋନ ହେବ। ଲୋକସେବା ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏଥିରେ ୪୦୦୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ସାମିଲ ହେବାର ସମ୍ଭାବନା ଅଛି। ପ୍ରାୟ ୨୫ ଦିନ ହେଲା ଶତାଧିକ କର୍ମଚାରୀ ଲୋୟାର ପିଏମଜିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଛନ୍ତି। କିନ୍ତୁ ସରକାରଙ୍କ କୌଣସି ପ୍ରତିନିଧି ଆଲୋଚନା ପାଇଁ ଆସୁନାହାନ୍ତି। ମହାସଙ୍ଘର ପ୍ରତିନିଧି ମଣ୍ଡଳୀ, ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଥିଲେ। କିନ୍ତୁ ତାଙ୍କ ପକ୍ଷରୁ ମଧ୍ୟ କୌଣସି ପ୍ରକାରର ସନ୍ତୋଷଜନକ ଉତ୍ତର ମିଳିନଥିବା ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘର ସାଧାରଣ ସମ୍ପାଦକ, ଖିତିଶ ପଣ୍ଡା କହିଛନ୍ତି।

Also Read: ଘନୀଭୂତ ହେଉଛି ଲଘୁଚାପ, ରାଜ୍ୟର ଏସବୁ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା!

ରାଜ୍ୟସରକାର ସ୍ଥାୟୀ ଚାକିରି ଭଳି ଗ୍ରୁପ ବି, ସି ଏବଂ ଡି କର୍ମଚାରୀମାନଙ୍କୁ କମ୍ପିଟେଟିଭ୍ ପରୀକ୍ଷା ଦେବାକୁ ପଡୁଛି। ସେଥିରେ ଉତ୍ତୀର୍ଣ୍ଣ ହେବା ସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କୁ ଚୁକ୍ତିଭିତ୍ତିକ/ପ୍ରାରମ୍ଭିକ ନିଯୁକ୍ତି କରୁଛନ୍ତି। ଚୁକ୍ତିଭିତ୍ତିକ ନିଯୁକ୍ତି କାଳରେ ପଦବୀର ମୂଳ ଦରମା, ମହଙ୍ଗା ଭତ୍ତା, ଘରଭଡା ଆଦି ସରକାରୀ ଅନୁସଙ୍ଗିକ ସୁବିଧା ମଧ୍ୟ ଦେଉନାହାନ୍ତି। ତା ସହିତ ୬ ବର୍ଷ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟକୁ ରାଜ୍ୟସରକାର ସ୍ଥାୟୀ ନିଯୁକ୍ତିରେ ଗଣନା କରୁନାହାନ୍ତି। ନିଯୁକ୍ତି କ୍ଷେତ୍ରରେ ଅସଂଗତି ଯଥା ୩ ପ୍ରକାର ନିୟମ (୧. ସଚିବାଳୟ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି, ୨. ଉଚ୍ଚନ୍ୟାଳୟ କର୍ମଚାରୀଙ୍କୁ ୩ ବର୍ଷୀୟା ଚୁକ୍ତିଭିତ୍ତିକ ନିଯୁକ୍ତି ଏବଂ ୩. ରାଜ୍ୟର ଅନ୍ୟ କର୍ମଚାରୀ ୬ ବର୍ଷ ଚୁକ୍ତିଭିତ୍ତିକ ନିଯୁକ୍ତି ) ପ୍ରଚଳିତ ହେଉଛି। ଯାହାକୁ ବିରୋଧ କରି ରାଜ୍ୟରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ମନରେ ଅସନ୍ତୋଷର ନିଆଁ ଜନ୍ମିଛି। 

ରାଜ୍ୟ ସରକାର ୧୭ ଜାନୁଆରୀ ୨୦୧୪ର ବିଜ୍ଞାପ୍ତି ଜାରି କରି ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ପ୍ରଣୟନ କଲେ। ଯେଉଁଥିରେ ଲେଖାଥିଲା, ସରକାରଙ୍କ ଅଧିନସ୍ଥ ସମସ୍ତ ଗ୍ରୁପ ବି, ସି ଏବଂ ଡି ଶ୍ରେଣୀର କର୍ମଚାରୀ ଚୁକ୍ତିଭିତ୍ତିକ ନିଯୁକ୍ତି ହେବେ ଏବଂ ସେମାନେ ' ବେସିକ+ଗ୍ରେଡ଼ପେ' ପାଇବେ। ସରାକାରଙ୍କ ଏହି ନିୟମ ଭାରତୀୟ ସାମ୍ବିଧାନିକର ଧାରା ୩୦୯କୁ ଭଙ୍ଗ କରୁଛି ବୋଲି ଅଭିଯୋଗ ହୋଇଥିଲା। ଫଳରେ ବିଜ୍ଞପ୍ତିର ମାସେ ନପୁରୁଣୁ ଅର୍ଥାତ ୧୫ ଫେବୃଆରୀ ୧୦୧୪ରେ ସରକାର ତାଙ୍କ ପୂର୍ବ ନିୟମରେ ପରିବର୍ତ୍ତନ କଲେ। ନୂଆ ନିୟମରେ ୫ଟି ବିଭାଗର କର୍ମଚାରୀଙ୍କୁ ବାଦ ଦିଆଗଲା। ସେହି ବିଭାଗ ଗୁଡିକ ହେଲା- ସଚିବାଳୟ, ରାଜ୍ୟପାଳଙ୍କ କାର୍ଯ୍ୟଳୟ, ଲୋକସେବା ଭବନରେ କାର୍ଯ୍ୟରତ ସହକାରୀ ବିଭାଗୀୟ ଅଧିକାରୀ, ଆଇନ ଏବଂ ରାଜ୍ୟସରକାରଙ୍କ ଅଧୀନରେ ଅନ୍ୟାନ୍ୟ ବିଭାଗରେ କାର୍ଯ୍ୟରତ ସହକାରୀ ଆଇନ ବିଭାଗୀୟ ଅଧିକାରୀ।

୭ ସେପ୍ଟେମ୍ବର ୨୦୧୭ରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ କେବଳ ସ୍ଥାୟୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁକଲେ। ସେଥିରେ ପାଉଥିବା ବେସିକ+ଗ୍ରେଡ଼ପେର ୨.୫୭% ଦରମା ବୃଦ୍ଧି କଲେ, ଯାହାକି ୭ମ ବେତନର କମିଶନର ମୂଳ ଦରମା ବୋଲି ବିବେଚନା କରାଗଲା। ୧୨ ସେପ୍ଟେମ୍ବର ୨୦୧୭ରେ ସାଧାରଣ ପ୍ରଶାସନ ବିଭାଗ ତରବରିଆ ଭାବେ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ପାଇଁ ସପ୍ତମ ବେତନ ଘୋଷଣା କଲେ। ସେଥିରେ ରାଜ୍ୟସରକାର ବେସିକ+ଗ୍ରେଡ଼ପେର ମାତ୍ର ୨୫% ଦରମା ବୃଦ୍ଧି କଲେ। ସେହି ହିସାବରେ ଜଣେ ସ୍ଥାୟୀ ଗ୍ରୁପ ସି କର୍ମଚାରୀଟିଏ ୫୪୦୦(ବେସିକ) + ୧୮୦୦ (ଗ୍ରେଡ଼ପେ ) ପାଉଥିବା ବେଳେ ସପ୍ତମ ବେତନରେ ୧୮୦୦୦ ଟଙ୍କା ଦରମା ପାଇଲେ। କିନ୍ତୁ ଜଣେ ୫୪୦୦(ବେସିକ) + ୧୮୦୦ (ଗ୍ରେଡ଼ପେ) ପାଉଥିବା ଚୁକ୍ତିଭିତ୍ତିକ କର୍ମଚାରୀ ମାତ୍ର ୮୭୫୦ ଟଙ୍କା ଦରମା ପାଇଲେ। ସେହିଭଳି ଜଣେ ଗ୍ରୁପ ବି ସ୍ଥାୟୀ କର୍ମଚାରୀ ୩୫୪୦୦ ବେସିକପେ ପାଇବାବେଳେ ଚୁକ୍ତିଭିତ୍ତିକ କର୍ମଚାରୀଟିଏ ମାତ୍ର ୧୬୮୮୦ ଟଙ୍କା ପାଇଲେ। 

Also Read: Contractual Job: ୧୧ ସେପ୍ଟେମ୍ବରରେ କମ୍ପିବ ଭୁବନେଶ୍ୱର, ୪୦,୦୦୦ ଠିକା କର୍ମଚାରୀଙ୍କୁ ସମ୍ଭାଳିବେ ତ ରାଜ୍ୟ ସରକାର?

 

 ତେଣୁ ୧୭ ଜାନୁଆରୀ ୨୦୧୪ର ବିଜ୍ଞପ୍ତିକୁ ନମାନି ସପ୍ତମ ବେତନର ଏହି ଅସଂଗତିକୁ ଓଡିଶା ସରକାରୀ ଚୁକ୍ତିଭିତ୍ତିକ ମହାସସଂଘ ବିରୋଧ କରିଆସୁଛି। ବିଭିନ୍ନ ସମୟରେ ମହାସସଂଘ ସରକାରଙ୍କୁ ଘେରିଛି ଏବଂ ଉଭୟ ପକ୍ଷ ମଧ୍ୟରେ ବିସଦ ଆଲୋଚନା ମଧ୍ୟ ହୋଇଛି। ଶେଷରେ ୨୭ ଜୁଲାଇ ୨୦୧୮ରେ ଖୋଦ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ସରକାରଙ୍କର ଏହି ନିୟମକୁ ଭୁଲ ବୋଲି ସ୍ୱୀକାର କରିଥିଲେ।  ଆଉ ଏହା ଉପରେ ନିଷ୍ପତ୍ତି ନେବାପାଇଁ ସେ ଲିଖିତଭାବେ ଏକ ମାସ ସମୟ ମାଗିଥିଲେ। ଏକ ମାସ ବିତିଯିବା ପରେ ମଧ୍ୟ ଏହା ଉପରେ କିଛି ଆଲୋଚନା ନ ହେବାରୁ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସରକରଙ୍କୁ ପୁଣି ଲିଖିତ ଆକାରରେ ଜଣାଇଥିଲେ। ଏହା ସହ ଡିଜିଟାଲ ଆନ୍ଦୋଳନ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଚୁକ୍ତିଭିତ୍ତିକ ମହାସଙ୍ଘର ନ୍ୟାୟଚିତ ଦାବି ଉପସ୍ଥାପନା କରିଥିଲେ। 

ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆନ୍ଦୋଳରେ ଭୟଭୀତ ହୋଇ ରାଜ୍ୟ ସରକାର ୨୭ ଅକ୍ଟୋବର ୨୦୨୧ରେ ଗ୍ରୁପ ବି, ସି ଓ ଡି ଶ୍ରେଣୀୟ କର୍ମଚାରୀମାନଙ୍କର ପ୍ରଥମ ବର୍ଷ ଦରମାରେ ଆଉ ୫୦% ବୃଦ୍ଧି କରିଥିଲେ। ଏହା ସହ ଆଗାମୀ ଦୁଇ ମାସ ମଧ୍ୟରେ ଚୁକ୍ତିଭିତ୍ତିକ ପ୍ରଥାକୁ ଉଚ୍ଛେଦ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯାହାକି ଆଜି ପର୍ଯ୍ୟନ୍ତ ହେଲାନାହିଁ। ଗୁଜୁରାଟ ଭଳି କେତେକ ରାଜ୍ୟରେ ଏହି ଚୁକ୍ତିଭିତ୍ତିକ ପ୍ରଥା ଅଛି। କିନ୍ତୁ ସେଠାରେ କର୍ମଚାରୀଙ୍କୁ ସପ୍ତମ ବେତନର ମୂଳ ଦରମା ମିଳୁଛି ତଥା ଏହି ଚୁକ୍ତିଭିତ୍ତିକ ସମୟ ସବୁକ୍ଷେତ୍ରରେ ପରିଗଣିତ ହେଉଛି ଯାହାକି ଓଡ଼ିଶାରେ ହେଉନାହିଁ। ନିଯୁକ୍ତି ନିୟମରେ ଅସଂଗତି, ବେତନରେ ତାରତମ୍ୟ ଆଦିକୁ ନେଇ ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ରାଜ୍ୟ ସରକାରଙ୍କ ବିରୋଧରେ ଏକ ମାକୋଦ୍ଦମା ଉଚ୍ଚନ୍ୟାଳୟରେ ବର୍ତ୍ତମାନ ବିଚାରଧୀନ ଅଛି। 

ଓଡ଼ିଶାର ଅର୍ଥନୀତି ଜାତୀୟ ହାର ଠାରୁ ଅଧିକ ରହିବା ସହ ଓଡିଶା ଏକ ଆର୍ଥିକ ବଳକା ରାଜ୍ୟ ବୋଲି ସରକାର ଖୋଦ କହୁଛନ୍ତି। କିନ୍ତୁ ଚୁକ୍ତିଭିତ୍ତିକ ନିଯୁକ୍ତି ଭଳି ଏକ ଘୃଣିତ ପ୍ରଥାର ଆବଶ୍ୟକତା କଣ ବୋଲି ହଜାର ହଜାର ଉଚ୍ଚଶିକ୍ଷିତ ଯୁବବର୍ଗ ପ୍ରଶ୍ନ କରୁଛନ୍ତି। ଯଦି ସରକାର ୨୦୨୧ ଦେଇଥିବା ପ୍ରତିଶୃତି ଅନୁଯାୟୀ ଦାବିଗୁଡିକୁ ପୂରଣ ନକରନ୍ତି, ତେବେ ମହାସଂଘର ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ସେପ୍ଟେମ୍ବର ୧୧ ତାରିଖରେ ଭୁବନେଶ୍ୱରସ୍ଥିତ ଗାନ୍ଧୀମାର୍ଗ ଠାରେ ଏକ ବୃହତ ଆନ୍ଦୋଳନରେ ସାମିଲ ହେବେ ବୋଲି ଚୁକ୍ତିଭିତିକ ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ ଜଣାଇଛନ୍ତି।