Odisha Assembly Session: ଏଥର ବିଧାନସଭାରେ ପଶିବ 'ନାଗ', ଗଦ ଖୋଜିବାରେ ବ୍ୟସ୍ତ ଶାସକ !
Advertisement

Odisha Assembly Session: ଏଥର ବିଧାନସଭାରେ ପଶିବ 'ନାଗ', ଗଦ ଖୋଜିବାରେ ବ୍ୟସ୍ତ ଶାସକ !


Odisha Assmebly Session: ବିଧାନସଭାରେ ପଶିବ ନାଗ । ଆଉ ଶୀତ ଅଧିବେଶନକୁ ସରଗରମ କରିବ । ଏହା ହେଉଛି ସେହି ନାଗ ଯାହାର ଚୋଟରେ କେତେ ଯେ ନେତା, ମନ୍ତ୍ରୀ, ପୋଲିସ ଅଧିକାରୀ, ସରକାରୀ ବାବୁ, ବ୍ୟବସାୟୀ ଶିକାର ହୋଇଛନ୍ତି ତାହାର ହିସାବ ନାହିଁ । ରାଜଧାନୀରେ ହଇଚଇ ସୃଷ୍ଟି କରିବା ପରେ ଏଥର ବିଧାନସଭା ହୁଲସ୍ତୁଲ କରିବେ ଅର୍ଚ୍ଚନା ନାଗ ଓ ଜାଗବନ୍ଧୁ ଚାନ୍ଦ । 

Odisha Assembly Session: ଏଥର ବିଧାନସଭାରେ ପଶିବ 'ନାଗ', ଗଦ ଖୋଜିବାରେ ବ୍ୟସ୍ତ ଶାସକ !

Odisha Assmebly Session, ଭୁବନେଶ୍ୱର: ବିଧାନସଭାରେ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇବ ବିଜେପି । ଚଳିତ ଶୀତ ଅଧିବେଶନରେ ନିଶ୍ଚିତ ଭାବରେ ଏହି ପ୍ରସଙ୍ଗ ଉଠିବ ଆଉ ନାଗର ପେଡି ଆଲୋଚନାକୁ ଆସିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ସଫା ସଫା କହିଛନ୍ତି । ସେହିପରି କଂଗ୍ରେସ କହିଛି ଯେ, ଇଡି ତଦନ୍ତ ପରେ ପ୍ରମାଣିତ ହୋଇଛି ଓଡିଶା ପୋଲିସ ଦୋଷୀକୁ ସୁରକ୍ଷା ଦେଉଥିଲେ। କାରଣ ଯାହାକୁ କମିଶନରେଟ ପୋଲିସ ଛାଡ଼ି ଦେଇଥିଲା ଇଡି ତାକୁ ଗିରଫ କରିଛି। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହା ଉପରେ ଉତ୍ତର ଦିଅନ୍ତୁ । ତେବେ ଏହି ପ୍ରସଙ୍ଗରୁ ଶାସକ ବିଜେଡ଼ି ଏଡ଼ାଇ ଯାଇଛି।

ବିଧାନସଭାରେ ପଶିବ ନାଗ । ଆଉ ଶୀତ ଅଧିବେଶନକୁ ସରଗରମ କରିବ । ଏହା ହେଉଛି ସେହି ନାଗ ଯାହାର ଚୋଟରେ କେତେ ଯେ ନେତା, ମନ୍ତ୍ରୀ, ପୋଲିସ ଅଧିକାରୀ, ସରକାରୀ ବାବୁ, ବ୍ୟବସାୟୀ ଶିକାର ହୋଇଛନ୍ତି ତାହାର ହିସାବ ନାହିଁ । ରାଜଧାନୀରେ ହଇଚଇ ସୃଷ୍ଟି କରିବା ପରେ ଏଥର ବିଧାନସଭା ହୁଲସ୍ତୁଲ କରିବେ ଅର୍ଚ୍ଚନା ନାଗ ଓ ଜାଗବନ୍ଧୁ ଚାନ୍ଦ । ଆଉ ଶାସକ ଦଳକୁ ଘେରା ଯିବ ବୋଲି ବିରୋଧି ବିଜେପି ଚେତାବନୀ ଦେଇଛି । ବିଧାନସଭାରେ ବିଜେପି ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇବ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି।

Also Read: ବିଜେପି ନେତାଙ୍କ ବୋହୂ ବିଜେଡି ପ୍ରାର୍ଥୀ, ନାମାଙ୍କନ ଭରିବାକୁ ଯାଇ ବାଟରୁ ଫେରିଲେ ପ୍ରଦୀପ ପୂରହିତ

ବିରୋଧୀ ଦଳ ମୁଖ୍ୟ ସଚେତକ, ମୋହନ ମାଝି କହିଛନ୍ତି, "ବିଧାନସଭାରେ ନିଶ୍ଚିତ ଭାବରେ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠିବ । ଅର୍ଚ୍ଚନା ନାଗର ନାଗ ପେଡି ଆଲୋଚନାକୁ ଆସିବ । ବିଜେପି ଗୃହରେ ଏହି ପ୍ରସଙ୍ଗକୁ ଜୋରଦାର ଉଠାଇବ, ଏହା ନିଃସନ୍ଦେହ । କାରଣ ରାଜ୍ୟ ପୋଲିସର ତଦନ୍ତ ଦିଗ ଗୋଟିଏ ଥିବା ବେଳେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା EDର ତଦନ୍ତ ପୁରା ଓଲାଟା ଦିଗରେ ଯାଉଛି । କମିଶନରେଟ ପୋଲିସ ତଦନ୍ତରେ ଆଗ୍ରହ ପ୍ରକାଶ କରୁନାହିଁ । ସବୁ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇ ରଖୁଛି । ତେଣୁ ପୋଲିସର ନିଷ୍କ୍ରିୟତା ଉପରେ ଆଉ ଶାସକ ଦଳର ସମ୍ପୃକ୍ତି ଉପରେ ଗୃହରେ ନିଶ୍ଚୟ ପ୍ରଶ୍ନ କରାଯିବ।"

ସେହିପରି ଅର୍ଚ୍ଚନା ନାଗ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, " ଅର୍ଚ୍ଚନା ନାଗ ମାମଲାରେ ଇଡିର ତଦନ୍ତ ପରେ ପ୍ରମାଣିତ ହୋଇଛି ଯେ, ଓଡିଶା ପୋଲିସ ଦୋଷୀକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ଭାବରେ ଦାୟୀ । କାରଣ ଯାହାକୁ ପୋଲିସ ଛାଡ଼ି ଦେଇଥିଲେ, ଇଡି ତାକୁ ପୁଣି ଗିରଫ କେମିତି କଲା । କିଛି ତ ପ୍ରମାଣ ନିଶ୍ଚିତ ଭାବରେ ଥିଲା । ମୁଖ୍ୟମନ୍ତ୍ରୀ ତୁରନ୍ତ ଏହା ଉପରେ ଉତ୍ତର ଦିଅନ୍ତୁ । ତାଙ୍କର ଓଡିଶା ପୋଲିସ ଦୋଷୀକୁ ଧରି କେମିତି ଛାଡ଼ି ଦେଲା ? ଅନେକ ତଥ୍ୟ ତା ପାଖରୁ ବାହାରୁଛି ବୋଲି ଜଣାପଡ଼ିଛି । ତେଣୁ ଓଡିଶା ପୋଲିସ ସେଥିରେ ସାମିଲ ଅଛି । ହୁଏତ ସରକାରୀ ଦଳର ହାତ ବାରିସି ସାଜି କାମ କରୁଛି । କିମ୍ବା ଡିଜିପି ବୋଧେ ସମ୍ପୂର୍ଣ୍ଣ ଭାବେ ଅପାରଗ ।"

Also Read: Padmapur Bypoll: ପଦ୍ମପୁରରେ ପଦ୍ମ ଫୁଟାଇବେ କି ଦୁଇ କେନ୍ଦ୍ରମନ୍ତ୍ରୀ?

ସେ ପୁଣି କହିଛନ୍ତି, "ଏ ବିଷୟ ଯିଏ ବିଧାନସଭାରେ ଉପସ୍ଥାପିତ କରିବ ନାହିଁ, ତାର ସମ୍ପୃକ୍ତି ଅଛି ବୋଲି ଧରାପଡ଼ିଯିବ । ଚିଟଫଣ୍ଡ ତଦନ୍ତ ଯେମିତି ହେଲା ଏହି କେସ ସେମିତି ନହେଉ । ଯେଉଁମାନଙ୍କ ବିରୋଧରେ ଅଭିଯୋଗ ଆସୁଛି ଅଧିକାଂଶ ସରକାରୀ ଦଳର ସଦସ୍ୟ । ଓଡିଶାର ସରକାରୀ ଦଳ ଆଉ କେନ୍ଦ୍ରର ସରକାରୀ ଦଳ ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ । ତାହେଲେ ଚୋର ଧରିବ କିଏ ? ଯେଉଁ ଏସଆଇଟି ଗଠନ ହୋଇଛି । ଜଷ୍ଟିସ ପଶାୟାତ ସେଥିରେ ଭାଇସ୍ ଚେୟାରମ୍ୟାନ ଅଛନ୍ତି । ସେ ମାମଲାକୁ ଗୁରୁତର ସହ ନେଇଛନ୍ତି ଏବଂ ଆୟକର ବିଭାଗକୁ ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରୁ ଜଣାପଡୁଛି, ଯେତେ ସବୁ ଚୋର ଅଛନ୍ତି ବୋଧେ ଧରାପଡ଼ିବେ । କିନ୍ତୁ ଧରା ପଡିବେ ପଡିବେ ବୋଲି ଯଦି ଗଡେଇ ଚାଲିବେ, ତାହେଲେ ଲୋକଙ୍କର ଅବିଶ୍ଵାସ ଆରମ୍ଭ ହେବ ଏବଂ ଏହାର ଗୁରୁତ୍ୱ ମଧ୍ୟ କିଛି ରହିବ ନାହିଁ । ଯଦି ଇଡି ଏସଆଇଟିକୁ ରିପୋର୍ଟ କରିସାରିଲାଣି । ଜଷ୍ଟିସ ପଶାୟତ କହିବା ଅନୁସାରେ, ୨୦ କୋଟି ଟଙ୍କାର କାରବାର ହୋଇଛି । ତେଣୁ ତୁରନ୍ତ ସେହି ଲୋକମାନଙ୍କ ବିରୋଧରେ ଅନୁସନ୍ଧାନ ହେବା କଥା ।"

ସେପଟେ ଏହି ପ୍ରସଙ୍ଗରେ ଶାସକ ଦଳ ବିଜେଡି କୌଣସି ପ୍ରତିକ୍ରିୟା ନ ଦେଇ ପ୍ରସଙ୍ଗ ଏଡ଼ାଇ ଯାଇଛି। ତେବେ ନାଗ ଦମ୍ପତିକୁ ନେଇ ଅକଳରେ ପଡିଥିବା ରାଜ୍ଯ ସରକାର ଓ ରାଜ୍ଯ ପୋଲିସ ଏହି ପ୍ରସଙ୍ଗରୁ ମୁକ୍ତି ଚାହୁଁଥିବା ବେଳେ ଆଗାମୀ ବିଧାନସଭା ବଡ଼ ସମସ୍ୟା ସୃଷ୍ଟି କରିପାରେ ଏଥିରେ ସନ୍ଦେହ ନାହିଁ। ଆସନ୍ତା ନଭେମ୍ବର ୨୪ରୁ ଆରମ୍ଭ ରାଜ୍ୟ ବିଧାନସଭାର ଶୀତକାଳିନ ଅଧିବେସନ ହେବାକୁ ଯାଉଛି । ଏହା ଡିସେମ୍ବର ୩୧ରେ ଶେଷ ହେବ । ଏଥର ଶୀତ ଅଧିବେସନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ଏହି ବୈଠକରେ  ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଅତିରିକ୍ତ ବଜେଟ ଆଗତ କରିପାରନ୍ତି । ଡ଼ିସେମ୍ବର ୨ରେ ବ୍ୟୟ ମଞ୍ଜୁରୀ ବିଲ  ପାରିତ ହେବ ବୋଲି ସୂଚନା ମିଳିଛି ।