Lady Blackmailer Archana Nag Case : ଲେଡି ବ୍ଲାକମେଲରଙ୍କୁ Mlaରୁ କିଏ ବଞ୍ଚିତ କରିଥିଲା ?
Advertisement
Article Detail0/zeeodisha/odisha1391900

Lady Blackmailer Archana Nag Case : ଲେଡି ବ୍ଲାକମେଲରଙ୍କୁ Mlaରୁ କିଏ ବଞ୍ଚିତ କରିଥିଲା ?

Lady Blackmailer Archana Nag :ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ବିଲଡର ଠାରୁ ଆରମ୍ଭ କରି ରାଜନେତା ଏବଂ ବଡ ଅଫିସର ସମସ୍ତଙ୍କୁ ନିଜ ଆଙ୍ଗୁଳିରେ ନଚାଉଥିଲା ଅର୍ଚ୍ଚନା । ଯେଉଁ ରାଜନେତାମାନଙ୍କ ସହ ତାଙ୍କର ସମ୍ପର୍କ ରହିଛି । ବର୍ତ୍ତମାନ ସେମାନଙ୍କର ଫଟୋ ମଧ୍ୟ ଅର୍ଚ୍ଚନାଙ୍କ ସହ ଭାଇରାଲ ହେଉଛି।

ସୌଜନ୍ୟ : ସୋସିଆଲ ମିଡିଆ

Lady Blackmailer Archana Nag Case : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ନାଗୁଣୀର ପାପର ପେଡି ଧିରେ ଧିରେ ଖୋଲିବାରେ ଲାଗିଛି । ବିଲଡର ଠାରୁ ଆରମ୍ଭ କରି ରାଜନେତା ଏବଂ ବଡ ଅଫିସର ସମସ୍ତଙ୍କୁ ନିଜ ଆଙ୍ଗୁଳିରେ ନଚାଉଥିଲା ଅର୍ଚ୍ଚନା । ନିଜ ରୂପ ଯୌବନରେ ସମସ୍ତଙ୍କୁ ପାଗଳ କରି ବସ କରି ରଖିଥିଲେ। କିନ୍ତୁ ଯେଉଁ ରାଜନେତାମାନଙ୍କ ସହ ତାଙ୍କର ସମ୍ପର୍କ ରହିଛି । ବର୍ତ୍ତମାନ ସେମାନଙ୍କର ଫଟୋ ମଧ୍ୟ ଅର୍ଚ୍ଚନାଙ୍କ ସହ ଭାଇରାଲ ହେଉଛି। ବିଜେଡିର କିଛି ଟାଣୁଆ ନେତାଙ୍କ ନାଁ ସାମ୍ନାକୁ ଆସିଥିବା ବେଳେ ଏହି ଲିଷ୍ଟରେ ବିଜେପିର କିଛି ନେତା ମଧ୍ୟ ରହିଛନ୍ତି । 

ଗତ କିଛି ଦିନ ତଳେ ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀଙ୍କ ଫଟୋ ସାମ୍ନାକୁ ଆସିଥିବା ବେଳେ ଦିଲ୍ଲୀପ ରାୟଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଆଉ ବର୍ତ୍ତମାନ ବିଜେପିର ବରିଷ୍ଠ ନେତା କେଭି ସିଂଦେଓ(Kanak Vardhan Singh Deo)ଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ଭାରରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି। ଏବେ ଶୁଣିବାକୁ ମିଳୁଛି ଯେ, ଏମାନଙ୍କୁ ହାତ କରି ଅର୍ଚ୍ଚନା କୁଆଡେ ରାଜନୀତିରେ ପାଦ ରଖିଥାନ୍ତେ ।  କାରଣ ଗତ କିଛି ଦିନ ତଳେ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ନାଗଙ୍କୁ ଗୁଡିମାଡ ହୋଇଥିଲା।  ସ୍ବାମୀଙ୍କୁ ଗୁଳିମାଡ ପରେ ଅର୍ଚ୍ଚନା ଏହା ବିଚାର କରିଥିଲେ ଯେ, ଯଦି ସେ ରାଜନୀତିରେ ପ୍ରବେଶ କରୁଛନ୍ତି । ତେବେ ନିଶ୍ଚିତ ଭାବରେ ଲୋକମାନଙ୍କ ସମର୍ଥନ ତ ରହିବ ଏବଂ ତାସହିତ ତାଙ୍କର କେହି ବି କିଛି କରିପାରିବେ ନାହିଁ । ଏପରିକି କୌଣସି ରାଜନେତା କି କୌଣସି ବଡ ଅଫିସର ତାଙ୍କୁ ପରବର୍ତ୍ତି ମୁହୂର୍ତ୍ତରେ ଅସୁବିଧାରେ ପକାଇ ପାରିବେ ନାହିଁ । 

ଏହାବି ପଢନ୍ତୁ : Archana Nag Blackmailing Case: ଏତଲାରେ ଲେଖା ହୋଇଛି ଅର୍ଚ୍ଚନାଙ୍କ 'ରଚନା', କୋର୍ଟରେ ଚାଲିଲା ଡ୍ରାମା

ଆଉ ଯେଉଁଥି ପାଇଁ ସେ ବିଜେପି ଦଳରେ ମିଶିବାକୁ ଚାହୁଁଥିଲେ । ଯେଉଁଥି ପାଇଁ ସେ ଦଳରେ ସିଟ୍ ପାଇବାକୁ ଚାହୁଁଥିଲେ । ଅର୍ଚ୍ଚନାଙ୍କ ମନରେ ଭୟ ଥିଲା ଯେ, ଯେଉଁ ସମ୍ପତ୍ତିକୁ ଅତି କଷ୍ଟ କରି ଉାପାର୍ଜିତ କରିଛନ୍ତି। କୋଟି କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ ଯେପରି ହାତରୁ ଚାଲିଯାଏ ସେଥିପାଇଁ ରାଜନୀତିରେ ମିଶିବାକୁ  ଚାହୁଁଥିଲେ । କିନ୍ତୁ ସବୁଠାରୁ ପରିତାପର ବିଷୟ ହେଉଛି ଯେ, ତାଙ୍କୁ ରାଜନୀତିରେ ବିଧାୟକର ଟିକେଟ ତ ମିଳିଲା ନାହିଁ  ବରଂ ସବୁ ପ୍ଲାନ ତାଙ୍କର ଫସର ଫାଟି ଗଲା । ଆଉ ଟିକେଟ ନ ପାଇବା ପଛରେ ସେହି ରାଜନେତାଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସୁଛି।  ସେପଟେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ ଜାମିନ ପ୍ରସଙ୍ଗରେ ଆଜି ଶୁଣାଣି ଚାଲିଛି । ସୁରକ୍ଷା କାରଣରୁ ଭୁବନେଶ୍ବର ଏସଡିଜେଏମ କୋର୍ଟରେ ଅର୍ଚ୍ଚନା ନାଗକୁ ହାଜର କରାଯାଇନି। ଝାରପଡ଼ା ଜେଲରେ ଥିବା ଅର୍ଚ୍ଚନା ଭିସି ଜରିଆରେ ସାମିଲ ହୋଇଛି। ଝାରପଡା ଜେଲ ଭିତରୁ ନିଜର ପକ୍ଷ ରଖିଛି ଅର୍ଚ୍ଚନା ।