Two Medical Colleges: ରାଜ୍ୟରେ ହେବ ଆଉ ଦୁଇ ନୂଆ ଚିକିତ୍ସାଳୟ
Advertisement
Article Detail0/zeeodisha/odisha1532219

Two Medical Colleges: ରାଜ୍ୟରେ ହେବ ଆଉ ଦୁଇ ନୂଆ ଚିକିତ୍ସାଳୟ

ଗୁଜୁରାଟରେ ସ୍ୱାସ୍ଥ୍ୟସେବା ବିକାଶରେ କମ୍ପାନୀର ଅବଦାନ ବିଷୟରେ ବର୍ଣ୍ଣନା କରି ତ୍ରିପାଠୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଆଦାନୀ ଫାଉଣ୍ଡେସନ ୨୦୦୮ ମସିହାରେ ଭୁଜର ଜିଲ୍ଲା ଡାକ୍ତରଖାନାର ନବୀକରଣ ଦାୟିତ୍ୱ ଗ୍ରହଣ କରିଥିଲା ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୁ ପୂରଣ କରିବା ପାଇଁ ପିପିପି ମୋଡରେ ଏକ ମେଡିକାଲ୍ କଲେଜ ପ୍ରତିଷ୍ଠା କରିଥିଲା। 

Two Medical Colleges: ରାଜ୍ୟରେ ହେବ ଆଉ ଦୁଇ ନୂଆ ଚିକିତ୍ସାଳୟ

Two Medical Colleges: ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ଉନ୍ନତି (State Health Sector) ଦିଗରେ ଆଉ ପାଦେ ଆଗେଇବାକୁ ଯାଉଛି ଅଦାନୀ ଗ୍ରୁପ (Adani Group)। ରାଜ୍ୟରେ ଆଉ ଦୁଇଟି ଚିକିତ୍ସାଳୟ (Hospital) ପ୍ରତିଷ୍ଠା କରିବାକୁ ଆଦାନୀ ଗ୍ରୁପ (Adani Group)। ରାୟଗଡ଼ (Rayagada) ଓ ଭଦ୍ରକ (Bhadrak) ଜିଲ୍ଲାରେ ଏହି ଦୁଇଟି ଡାକ୍ତରଖାନା ପ୍ରତିଷ୍ଠା ହେବା ନେଇ ସୂଚନା ରହିଛି। ତେବେ ଏହି ଦୁଇଟି ଚିକିତ୍ସାଳୟ ପିପିପି ମୋଡ଼ରେ ହେବ ବୋଲି ଜଣାପଡ଼ିଛି। ଆଦାନୀ ଫାଉଣ୍ଡେସନ (Adani Foundation) ଲେଖିଛି ଯେ ପିପିପି ମୋଡରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜିଲ୍ଲା ସ୍ତରରେ ଡାକ୍ତରୀ ଚିକିତ୍ସା ସୁବିଧା ନବୀକରଣ କରିବା ତଥା ରାଜ୍ୟରେ ମେଡିକାଲ ସିଟ୍ ବୃଦ୍ଧି ପାଇଁ ଓଡିଶା ରାଜ୍ୟର ଉଦ୍ଦେଶ୍ୟକୁ ଲକ୍ଷ୍ୟ କରିବାକୁ ଆମକୁ ଉତ୍ସାହିତ କରାଯାଇଛି। ଏନେଇ ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ ଶାଲିନୀ ପଣ୍ଡିତଙ୍କୁ ଚିଠି ଲେଖି ଜଣାଇଛି।

ଏପରିକି ଏହି ଦୁଇ ଜିଲ୍ଲାରେ ଚିକିତ୍ସାଳୟ ନିର୍ମାଣ ପାଇଁ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି। ଭଦ୍ରକ ଓ ରାୟଗଡ଼ରେ ଭିତ୍ତିଭୂମିର ତଦାରଖ କରିଛି ଅଦାନୀ ଗ୍ରୁପ। ତେବେ ଏହି ଦୁଇ ଚିକିତ୍ସାଳୟ ନିର୍ମାଣ ପାଇଁ ସମସ୍ତ ଖର୍ଚ୍ଚ ଅଦାନୀ ଗ୍ରୁପ ନେବ ବୋଲି ଜଣାପଡ଼ିଛି। ଏହି ଦୁଇ ଚିକିତ୍ସାଳୟ ନିର୍ମାଣ କର୍ପୋରେଟ ସୋସିଆଲ ରେସପନସିବିଲିଟ ଅଧିନରେ ନିର୍ମାଣ ହେବ। ତେବେ ଏନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ସହିତ ଏମଓୟୁ ହୋଇଥିବା ନେଇ ଜଣାପଡ଼ିଛି। ଏନେଇ ଅଦାନୀ ପୋର୍ଟସ ଓ ସ୍ୱତନ୍ତ୍ର ଅକୋନୋମିକ ଜୋନର ସିଇଓ ସୁବ୍ରତ ତ୍ରିପାଠୀ ଲେଖିଛନ୍ତି। 

ଗୁଜୁରାଟରେ ସ୍ୱାସ୍ଥ୍ୟସେବା ବିକାଶରେ କମ୍ପାନୀର ଅବଦାନ ବିଷୟରେ ବର୍ଣ୍ଣନା କରି ତ୍ରିପାଠୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଆଦାନୀ ଫାଉଣ୍ଡେସନ ୨୦୦୮ ମସିହାରେ ଭୁଜର ଜିଲ୍ଲା ଡାକ୍ତରଖାନାର ନବୀକରଣ ଦାୟିତ୍ୱ ଗ୍ରହଣ କରିଥିଲା ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୁ ପୂରଣ କରିବା ପାଇଁ ପିପିପି ମୋଡରେ ଏକ ମେଡିକାଲ୍ କଲେଜ ପ୍ରତିଷ୍ଠା କରିଥିଲା। 

ପିପିପି ପ୍ରକଳ୍ପରେ ଗୁଜୁରାଟ ସରକାର ୧୫୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୯୯ ବର୍ଷର ଲିଜରେ ୨୫ ଏକର ଜମି ସହିତ ଭୁଜର ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ଡାକ୍ତରଖାନା ହସ୍ତାନ୍ତର କରିଛନ୍ତି। ବର୍ତ୍ତମାନ ୮୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ସ୍ନାତକୋତ୍ତର ପାଠ୍ୟକ୍ରମର ୬୦+ ସିଟ୍ ପ୍ରଦାନ କରୁଛି ଏବଂ ଗୁଜୁରାଟର କୁଚ୍ ଜିଲ୍ଲାର ରୋଗୀଙ୍କ ଚିକିତ୍ସା ଯୋଗାଉଛି ବୋଲି ସେ କହିଥଲେ।

Also Read: Kailash Kher: ଦୁଲୁକିବ ସମ୍ବଲପୁର, କୈଳାସ ଖେରଙ୍କ ଗୀତରେ ଝୁମିବେ ପଶ୍ଚିମ ଓଡିଶାବାସୀ