୧୫ ବର୍ଷ ପରେ ଫେରିଲା ପୁଅକୁ ପର କରିଦେଲା ପରିବାର
Advertisement
Article Detail0/zeeodisha/odisha1028421

୧୫ ବର୍ଷ ପରେ ଫେରିଲା ପୁଅକୁ ପର କରିଦେଲା ପରିବାର

୩ ଜଣ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ସୁସ୍ଥ କରି ମୁମ୍ବାଇର ଶ୍ରଦ୍ଧା ନାମକ ଏକ ଏନଜିଓ ସଂସ୍ଥା ସେମାନଙ୍କ ଘର ଲୋକଙ୍କୁ ଭେଟି ଦେଇଛି। ଉଦ୍ଧାର ୩ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ସରଧାପୁର ଗାଁର ଶିବରମ ନାୟକ, ପୁଟୁ ଗାଁର ଟୁଙ୍ଗୁରୁ ବେହେରା ଓ କବିସୂର୍ଯ୍ୟ ନଗରର ଗଣେଶ ଦାସ ଅଛନ୍ତି।

୧୫ ବର୍ଷ ପରେ ଫେରିଲା ପୁଅକୁ ପର କରିଦେଲା ପରିବାର

ବ୍ରହ୍ମପୁର: ନିଜ ପରିବାର ଠାରୁ ଦୂରେଇ ଯିବାର କଷ୍ଟ କେବଳ ସେହି ବ୍ୟକ୍ତିଙ୍କୁ ପଚାରନ୍ତୁ, ଯିଏ ଦିନେ କି ବର୍ଷ ନୁହେଁ ଦୀର୍ଘ ୧୫ ବର୍ଷରୁ ଅଧିକ ଘର ଠାରୁ ଦୂରରେ ରହିଛି। ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଇ ବାଟବଣା ହୋଇ ନିଜ ବାରିବାର ଠାରୁ ଦୂରେଇ ଯାଇଥିଲେ। ଘରକୁ ଫେରିବାର ସବୁ ଆଶା ମଉଳି ଯିବା ପରେ ସେମାନେ ମାନସିକ ଭାରସ୍ୟାମ ହରାଇ ଏଣେ ତେଣେ ବୁଲୁଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ସୁସ୍ଥ କରି ମୁମ୍ବାଇର ଶ୍ରଦ୍ଧା ନାମକ ଏକ ଏନଜିଓ ସଂସ୍ଥା ସେମାନଙ୍କ ଘର ଲୋକଙ୍କୁ ଭେଟି ଦେଇଛି। ଉଦ୍ଧାର ୩ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ସରଧାପୁର ଗାଁର ଶିବରମ ନାୟକ, ପୁଟୁ ଗାଁର ଟୁଙ୍ଗୁରୁ ବେହେରା ଓ କବିସୂର୍ଯ୍ୟ ନଗରର ଗଣେଶ ଦାସ ଅଛନ୍ତି।

ସତରେ ଦୁନିଆଟା ବଡ ଅଜବ। ଆପଣା ଲୋକ ଯେବେ ପର ହୋଇଯାନ୍ତି, ଅନେକ ଆଶା ନେଇ ଘର ଲୋକଙ୍କ ପାଖକୁ ଆସିଥିବା ମଣିଷଟି ନିସ୍ୱ ହୋଇଯାଏ। ଆଉ ଦାରୁଣ ଦୁଃଖରେ ସେହି ଅଜଣା ରାଇଜକୁ ପୁଣି ଫେରିବାକୁ ମନ କରେ। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଟୁଙ୍ଗୁରୁ ବେହେରା। ସେ ୧୫ ବର୍ଷ ତଳେ ସୁରଟ୍ କାମ କରିବାକୁ ଯାଇ ମାନସିକ ଭାରସାମ୍ୟ ହରାଇବା ସହ କେଉଁଆଡେ ଚାଲି ଯାଇଥିଲେ। ଆଉ ଦୀର୍ଘବର୍ଷ ପରେ ମୁମ୍ବାଇର ଶ୍ରଦ୍ଧା ନାମକ ସ୍ୱେଚ୍ଛାସେବୀ ସଂଗଠନ ସାହାଯ୍ୟରେ ନିଜ ଘରକୁ ଫେରିଛନ୍ତି, ଆଉ ନିଜର କାହାଣୀ  ବଖାଣିଛନ୍ତି।

Also Read: କିଏ ହେବ ଦୀପକ ନାୟକଙ୍କୁ ସାହା

ଟୁଙ୍ଗୁରୁଙ୍କ ସହ ଗାଁକୁ ଆଉ ୨ ଜଣ ଫେରିଛନ୍ତି। ସେମାନଙ୍କ ଫେରିବାରେ ଖୁସିରେ ତାଙ୍କର ପରିବାର ପୁରି ଉଠିଛି। ହେଲେ ଟୁଙ୍ଗୁରୁର ସ୍ତ୍ରୀ ଘର ଛାଡ଼ି ପଳାଇଛି। ସେପଟେ ତା ସ୍ୱାମୀକୁ ଆମେ ରଖିଲେ ଆମ ସହ ଝଗଡା କରିବ ବୋଲି ପରିବାର ଆଳ ଦେଖାଇଛନ୍ତି। ଘରେ ଜାଗା ନ ରଖିବାରୁ ସ୍ୱେଚ୍ଛାସେବୀଙ୍କ ସହ ଛଳଛଳ ବଦନରେ ଟୁଙ୍ଗୁରୁ ପୁଣି ଫେରିଯାଇଛନ୍ତି।  ଟୁଙ୍ଗୁରୁଙ୍କୁ ବୋଝ ଭାବି ପୁଅକୁ ପର କରି ଘର ଲୋକ ଗ୍ରହଣ କରିବାକୁ ନାରାଜ ଥିବା କୁହାଯାଉଛି।

fallback