Team India: ଏହି ତାରିଖରେ ରୋହିତ-ଦ୍ରାବିଡଙ୍କ ଭାଗ୍ୟ ସ୍ଥିର କରିବ BCCI, ଉଭୟଙ୍କୁ ଟି-20 ଦଳରୁ ମିଳିବ ଛୁଟି!
Advertisement

Team India: ଏହି ତାରିଖରେ ରୋହିତ-ଦ୍ରାବିଡଙ୍କ ଭାଗ୍ୟ ସ୍ଥିର କରିବ BCCI, ଉଭୟଙ୍କୁ ଟି-20 ଦଳରୁ ମିଳିବ ଛୁଟି!

Team India: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଖୁବ୍ ଶୀଘ୍ର ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଉପରେ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । ରୋହିତ ଶର୍ମାଙ୍କ ବ୍ୟତୀତ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ମଧ୍ୟ ଟି-20 ଦଳରୁ ଛୁଟି ହୋଇପାରେ । ଏହି ଦୁଇ ଖେଳାଳିଙ୍କ ଭବିଷ୍ୟତ ଉପରେ ଆପେକ୍ସ କାଉନସିଲ ମେମ୍ୱର ମିଟିଂରେ ନିଷ୍ପତ୍ତି ନିଆଯିବ ।

Team India: ଏହି ତାରିଖରେ ରୋହିତ-ଦ୍ରାବିଡଙ୍କ ଭାଗ୍ୟ ସ୍ଥିର କରିବ BCCI, ଉଭୟଙ୍କୁ ଟି-20 ଦଳରୁ ମିଳିବ ଛୁଟି!

BCCI Apex Council Meeting 2022: ଟି-୨୦ ବିଶ୍ୱକପ ୨୦୨୨ (T20ର ପରାଜୟ ପରଠାରୁ ରୋହିତ ଶର୍ମା (Rohit Sharma) ଙ୍କ ଟି-20 ଦଳର ଅଧିନାୟକତ୍ୱ ସଂକଟରେ ଅଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଖୁବ୍ ଶୀଘ୍ର ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଉପରେ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । ରୋହିତ ଶର୍ମାଙ୍କ ବ୍ୟତୀତ ମୁଖ୍ୟ କୋଚ୍ (Team India Head Coach) ରାହୁଲ ଦ୍ରାବିଡଙ୍କ (Rahul Dravid) ମଧ୍ୟ ଟି-20 ଦଳରୁ ଛୁଟି ହୋଇପାରେ । ଏହି ଦୁଇ ଖେଳାଳିଙ୍କ ଭବିଷ୍ୟତ ଉପରେ ଆପେକ୍ସ କାଉନସିଲ ମେମ୍ୱର ମିଟିଂ (BCCI Apex Council Meeting) ରେ ନିଷ୍ପତ୍ତି ନିଆଯିବ ।

ଡିସେମ୍ବର ୨୧ରେ ବିସିସିଆଇର ଆପେକ୍ସ କାଉନସିଲ ମେମ୍ୱର ମିଟିଂ  (BCCI Apex Council Meeting) ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକ ପରେ ଭାରତୀୟ କ୍ରିକେଟରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏହି ବୈଠକ ପରେ ବିସିସିଆଇ ଅଲଗା ଅଲଗା ଫର୍ମାଟ୍ ପାଇଁ ଅଲଗା ଅଲଗା କୋଚ୍ ଓ ଅଧିନାୟକ ଘୋଷଣା କରିପାରେ । ରୋହିତ ଶର୍ମାଙ୍କ ବଢ଼ୁଥିବା ବୟସକୁ ଦୃଷ୍ଟିରେ ରଖି ଟି-20 ଦଳର କମାଣ ତାଙ୍କଠାରୁ ଛଡ଼ାଇ ନିଆଯାଇପାରେ । ଅନ୍ୟପଟେ ରୋହିତ ଶର୍ମା (Rohit Sharma) ଦିନିକିଆ ବା ODI ଓ ଟେଷ୍ଟରେ ଅଧିନାୟକ ରହିବେ ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଟି-20 ସେଟ୍ ଅପ୍ ପାଇଁ ଏକ ଭିନ୍ନ କୋଚ୍ ନିଯୁକ୍ତ କରିବାକୁ ବିଚାର କରୁଛି । ଅର୍ଥାତ୍ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ଟି-20 ଦଳରୁ ବାଦ୍ ଦିଆଯାଇପାରେ । ଟିମ୍ ଇଣ୍ଡିଆକୁ ଜାନୁଆରୀରେ ଶ୍ରୀଲଙ୍କା ବିପକ୍ଷରେ ଟି-20 ସିରିଜ୍ ଖେଳିବାକୁ ଅଛି । ଏହି ସିରିଜରେ ଟିମ୍ ଇଣ୍ଡିଆ (Team India) ଏକ ନୂଆ ଅଧିନାୟକ ଓ କୋଚ୍ ସହିତ ମଇଦାନକୁ ଓହ୍ଲାଇପାରେ । ଟି-20 ଅଧିନାୟକ (Indian T20 Captain) ହେବା ରେସରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଆଗରେ ଅଛନ୍ତି । ଏଥି ସହିତ ରାହୁଲ ଦ୍ରାବିଡ (Rahul Dravid) ଙ୍କ କାର୍ଯ୍ୟ ଭାର ହ୍ରାସ କରିବାକୁ ଜଣେ ନୂତନ କୋଚଙ୍କୁ ଟି-20 ଦଳରେ ସାମିଲ କରିପାରନ୍ତି ।

ଏହା ବି ପଢ଼ନ୍ତୁ:-ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳକୁ ମିଳିନି ଅସଲ ବିଶ୍ୱକପ ଟ୍ରଫି, ଜାଣନ୍ତୁ କାରଣ

ଏହା ବି ପଢ଼ନ୍ତୁ:-ଆଲିଆ ଭଟ୍ଟ ଖୋଲିଲେ ନିଜ ସେକ୍ସ ଲାଇଫର ରହସ୍ୟ, କହିଲେ-ମୁଁ ରଣବୀରଙ୍କ ସହ ବେଡରେ...

ଏହା ବି ପଢ଼ନ୍ତୁ:-ପୁଣି ଖସିଲା ସୁନା ଦର, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

 

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଆପେକ୍ସ କାଉନସିଲର ବୈଠକ ବିଷୟରେ କହିଛନ୍ତି ଯେ, "ଆମେ ବାରମ୍ବାର ହାରିବାର ରିକ୍ସ ଉଠାଇପାରିବୁ ନାହିଁ । ଆମେ ବର୍ତ୍ତମାନ କୌଣସି ଚାନ୍ସ ନେବୁ ନାହିଁ । ଆମେ ରୋହିତ ଶର୍ମାଙ୍କ ସହ ଆଲୋଚନା କରିସାରିଛୁ ଓ ଟି-20 ଫର୍ମାଟ ପାଇଁ ଜଣେ ନୂଆ ଅଧିନାୟକ ନିଯୁକ୍ତ କରିବାରେ ସେ ସହମତ ଅଛନ୍ତି । ରାହୁଲ ଦ୍ରାବିଡଙ୍କ ସହ ଆମେ ମଧ୍ୟ ତାହା କରିବୁ । ସେ ନିଶ୍ଚିତ ଭାବରେ ଏକ ସମ୍ପତ୍ତି । କିନ୍ତୁ ତାଙ୍କ ଥାଳିରେ ବହୁତ କିଛି ଅଛି ଓ ଆମେ ତାଙ୍କ ଭାରକୁ ହାଲୁକା କରିବାକୁ ଚାହୁଁଛୁ । ଆମେ ଶୀଘ୍ର ତାଙ୍କୁ ଭେଟିବୁ ।"