ସ୍ୱାମୀ ଆଗରେ ରାସ୍ତା ଉପରେ ଫିଲ୍ସ ଷ୍ଟାଇଲରେ ଇଜ୍ଜତ ନେଲେ, ଭିଲିଆନ ଭଳି ଦଣ୍ଡ ପାଇଲେ
Advertisement
Article Detail0/zeeodisha/odisha1361560

ସ୍ୱାମୀ ଆଗରେ ରାସ୍ତା ଉପରେ ଫିଲ୍ସ ଷ୍ଟାଇଲରେ ଇଜ୍ଜତ ନେଲେ, ଭିଲିଆନ ଭଳି ଦଣ୍ଡ ପାଇଲେ

ସ୍ଵାମୀଙ୍କୁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଅତର୍କିତ ଆକ୍ରମଣ କରି ଗୁରୁତର କରି ଥିଲେ ଏବଂ ନକଲି ବନ୍ଧୁକ ଦେଖାଇ ପାଖାପାଖି ଦଶ ହଜାର ଟଙ୍କା ଲୁଟ କରିନେଇଥିଲେ। 

ସ୍ୱାମୀ ଆଗରେ ରାସ୍ତା ଉପରେ ଫିଲ୍ସ ଷ୍ଟାଇଲରେ ଇଜ୍ଜତ ନେଲେ, ଭିଲିଆନ ଭଳି ଦଣ୍ଡ ପାଇଲେ

ବାଲେଶ୍ୱର: ରାଜ୍ୟରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। ବିଶେଷ କରି ମହିଳା, ଯୁବତୀମାନେ ଅସୁରକ୍ଷିତ ହୋଇ ପଡ଼ୁଛନ୍ତି। ଦୁର୍ବୃତ୍ତଙ୍କ କବଳରୁ ବର୍ତ୍ତି ପାରୁନାହାନ୍ତି ମହିଳା ତଥା ଯୁବତୀମାନେ। କ୍ରମାଗତ ଭାବେ ରାଜ୍ୟରେ ବଢୁଛି ଦୁଷ୍କର୍ମ ମାମଲା। ଏହାର ସଦ୍ୟ ଉଦାହରଣ ହେଉଛି ବାଲେଶ୍ୱରରେ ଏକ ଦୁଷ୍କର୍ମ ମାମଲା। ଗୋଟିଏ ଦମ୍ପତ୍ତି ଘରକୁ ଫେରୁଥିବା ବେଳେ ବାଟରେ କିଛି ଦୁର୍ବୃତ୍ତ ସ୍ୱାମୀଙ୍କୁ ମାଡ଼ ମାରିବା ସହିତ ପତ୍ନୀଙ୍କୁ ସ୍ୱାମୀଙ୍କ ଆଗରେ ଦୁଷ୍କର୍ମ କରିଥିଲେ। ଯେଉଁ ଘଟଣା ଅନେକ ପ୍ରଶ୍ନ ଉଠାଇଛି। ପୋଲିସ ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି। ଯଦିଓ ପରବର୍ତ୍ତି ସମୟରେ ଏହି ଘଟଣାରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେପଟେ କିନ୍ତୁ ମହିଳାଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ବାଲେଶ୍ବର ସ୍ଵାମୀକୁ ମାଡ ମାରି ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ। ବାଲେଶ୍ଵର ସହର ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ଗୋଦିବସାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାରେ ପୋଲିସ ଦୁଇ ଜଣ ନାବାଳକଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

 

ସୂଚନାନୁଯାୟୀ, ବାଲେଶ୍ଵର ସହର ଗୋଦିବସାର ଏକ ଦମ୍ପତି ସୋମବାର ବିଳମ୍ବିତ ରାତିର ବାଲେଶ୍ଵର ଷ୍ଟେସନରେ ନିଜ ସମ୍ପର୍କୀୟଙ୍କୁ ଛାଡି ଘରକୁ ଫେରୁଥିଲେ। ଏହି ସମୟରେ ସ୍ଵାମୀଙ୍କୁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଅତର୍କିତ ଆକ୍ରମଣ କରି ଗୁରୁତର କରି ଥିଲେ ଏବଂ ନକଲି ବନ୍ଧୁକ ଦେଖାଇ ପାଖାପାଖି ଦଶ ହଜାର ଟଙ୍କା ଲୁଟ କରିନେଇଥିଲେ। 

ଦୁର୍ବୃତ୍ତମାନେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେବା ପରେ ଏନେଇ ମଙ୍ଗଳବାର ଦିନ ଉଭୟ ସ୍ଵାମୀ-ସ୍ତ୍ରୀ ସହଦେବଖୁଣ୍ଡା ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଘଟଣାର ଛାନ୍‌ଭିନ୍‌ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଗିରଫ ଚାରି ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ସୂଚନା ମିଳିଛି। ଏନେଇ ପୋଲିସ ୩୦୦/୨୦୨୨ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହିତ ଗୋଟିଏ ନକଲି ବନ୍ଧୁକ କିଛି ଟଙ୍କା ଜବତ କରିବା ସହିତ ତଦନ୍ତ ଚଳାଇଛି।

ସେପଟେ ଦିନକୁ ଦିନ ବାଲେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଅପରାଧର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଅପରାଧିମାନେ ବେଶ ସକ୍ରିୟ ହୋଇ ପଡ଼ିଛନ୍ତି। ଦୁଷ୍କର୍ମ, ଲୁଟପାଟ, ଚୋରି, ହତ୍ୟା ଭଳି ଜଘନ୍ୟ ଅପରାଧ ବଢିଛି। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରିଆସୁଛି। 

ସୂଚନାଯୋଗ୍ୟ ନିକଟରୁ ଏକ ରିପୋର୍ଟ ଅନୁଯାୟୀ  NCRB ରିପୋର୍ଟ ଅନୁସାରେ ୨୦୧୬ରେ ରାଜ୍ୟର ନିଖୋଜ ଶିଶୁ ସଂଖ୍ୟା ୧୯୦୧ ଥିଲା। କିନ୍ତୁ ୨୦୧୯ରେ ତାହା ୨.୮୯ ଗୁଣ ବଢି ୫୫୦୩ରେ ପହଞ୍ଚିଛି।

୨୦୧୯ରେ ନିଖୋଜ ଶିଶୁ ୫୫୦୩ ଶିଶୁଙ୍କ ମଧ୍ୟରୁ  ମାତ୍ର ୧୪୯୦ ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ ଏବେ ବି ୪୦୧୩ ଶିଶୁ ନିଖୋଜ ତାଲିକାରେ ରହି ଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୩୧୫୧ ଜଣ ୭ ବର୍ଷରୁ ଊର୍ଦ୍ଧ୍ୱ ଓ ୨୩୫୨ ଜଣ କୋମଳମତି ଶିଶୁ ନିଖୋଜ ନେଇ ମାମଲା ରୁଜୁ ହୋଇଛି। ହେଲେ ବିଡମ୍ବନାର ବିଷୟ ରାଜ୍ୟ ପୋଲିସ ହେଉକି କ୍ରାଇମବ୍ରାଞ୍ଚ ଅବା ଶିଶୁ ସୁରକ୍ଷା ଆୟୋଗ ସମସ୍ତେ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବାରେ ବିଫଳ। ସେପଟେ ରାଜ୍ୟରେ ଶିଶୁ ନିଖୋଜ ମାମଲା ବୃଦ୍ଧି ପାଉଥିବା ନେଇ ଶିଶୁ ସୁରକ୍ଷା ଆୟୋଗ ମୁଖ୍ୟ ସନ୍ଧ୍ୟାବତୀ ପ୍ରଧାନ ସ୍ବୀକାର କରିଛନ୍ତି। 

ପରୀ ହେଉକ ପିହୁ। ରାଜ୍ୟର ଶୁଶୁଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଥିବା ବିରୋଧୀ ଅଭିଯୋଗ କରୁଛନ୍ତି। ୨୦୧୫ରୁ ୨୦୧୯ ମଧ୍ୟରେ ମୁସ୍କାନ, ସ୍ମାଇଲ, ପରୀ ଭଳି ଅନୋକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ରାଜ୍ୟରେ ଯେମିତି ଶିଶୁ ନିଖୋଜ ସଂଖ୍ୟା ବଢି ଚାଲିବା କଥା ସେମିତି ବଢି ଚାଲିଛି। ସେପଟେ ରାଜ୍ୟରେ ଶିଶୁ ସୁରକ୍ଷା ଆୟୋଗଙ୍କ କାର୍ଯ୍ୟ ନେଇ ରାଜନୈତିକ ଦଳ ଅସନ୍ତୋଷ ପ୍ରକାଶ କରିଛନ୍ତି।