Babies start learning language before birth: କ’ଣ ଅଭିମନ୍ୟୁଙ୍କ ଚକ୍ରବ୍ୟୁହ ଭେଦ କାହାଣୀ ସତ ? କ’ଣ ସତରେ ମା’ ଗର୍ଭରେ ଥାଇ ଶିଶୁ ଶିଖିପାରିବ କିଛି ?
trendingNow,recommendedStories0/zeeodisha/odisha1983306

Babies start learning language before birth: କ’ଣ ଅଭିମନ୍ୟୁଙ୍କ ଚକ୍ରବ୍ୟୁହ ଭେଦ କାହାଣୀ ସତ ? କ’ଣ ସତରେ ମା’ ଗର୍ଭରେ ଥାଇ ଶିଶୁ ଶିଖିପାରିବ କିଛି ?

  ମହାଭାରତର ଏକ ଅତି ପ୍ରସିଦ୍ଧ କାହାଣୀ ଅଛି ଯେଉଁଥିରେ ଅଭିମନ୍ୟୁ ତାଙ୍କ ମାତୃ ଗର୍ଭରେ ଚକ୍ରବ୍ୟୁହ ଭେଦ କଥା ଶୁଣିଥିଲେ । ଚକ୍ରବ୍ୟୁହ ପ୍ରାଚୀନ କାଳରେ ଯୁଦ୍ଧର ଏପରି ରଣନୀତି ଯେଉଁଥିରେ ବିରୋଧୀ ସେନାର ସାତ ଚକ୍ର ବିଶିଷ୍ଟ ବ୍ୟୁହକୁ ଭେଦ କରିବାକୁ ପଡୁଥିଲା । ଚକ୍ରବ୍ୟୁହର ସାତ ଚକ୍ରର ଅନ୍ତିମ ଚକ୍ରର

SOCIAL MEDIA

Babies start learning language before birth: 

ମହାଭାରତର ଏକ ଅତି ପ୍ରସିଦ୍ଧ କାହାଣୀ ଅଛି ଯେଉଁଥିରେ ଅଭିମନ୍ୟୁ ତାଙ୍କ ମାତୃ ଗର୍ଭରେ ଚକ୍ରବ୍ୟୁହ ଭେଦ କଥା ଶୁଣିଥିଲେ । ଚକ୍ରବ୍ୟୁହ ପ୍ରାଚୀନ କାଳରେ ଯୁଦ୍ଧର ଏପରି ରଣନୀତି ଯେଉଁଥିରେ ବିରୋଧୀ ସେନାର ସାତ ଚକ୍ର ବିଶିଷ୍ଟ ବ୍ୟୁହକୁ ଭେଦ କରିବାକୁ ପଡୁଥିଲା । ଚକ୍ରବ୍ୟୁହର ସାତ ଚକ୍ରର ଅନ୍ତିମ ଚକ୍ରରେ ରହୁଥିଲେ ବିରୋଧୀ ସେନାର ସର୍ବୋଚ୍ଚ ମହାରଥୀ । ବ୍ୟୁହଭେଦ କରି ମହାରଥୀଙ୍କୁ ପରାସ୍ତ କରି ପୁଣି ବ୍ୟୁହ ଭିତରୁ ଫେରିବା ଥିଲା କାଠିକର ପାଠ । ଅଭିମନ୍ୟୁ ମା’ ଗର୍ଭରେ ବ୍ୟୁହଭେଦର ରହସ୍ୟ ଶିଖିଥିଲେ କିନ୍ତୁ ବ୍ୟୁହରୁ ବାହାରିବ ଶିଖିନଥିଲେ । ପରିଣାମ ଥିଲା ଯୁଦ୍ଧରେ ସେ ବିରଗତି ପ୍ରାପ୍ତ ହୋଇଥିଲେ । ତେବେ ବେଳେ ବେଳେ ମନରେ ପ୍ରଶ୍ନ ଉଠେ ଏହା କ’ଣ ସମ୍ଭବ ? ମାତୃଗର୍ଭରେ ଗୋଟିଏ ଭୃଣ କ’ଣ କିଛି ଶୁଣି ପରିବ ? କିଛି ଶିଖିପାରିବ ? ତେବେ ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ସମ୍ଭବ ବୋଲି ଜଣା ପଡ଼ିଛି । ଯାହାର ଅର୍ଥ ହେଉଛି ଭାରତର ପ୍ରଚୀନ ସାହିତ୍ୟ କେବଳ କଳ୍ପନା ନଥିଲା । ଏଥିରେ ବିଜ୍ଞାନ ମଧ୍ଯ ଥିଲା । ନୂଆ ଗବେଷଣା ଅନୁସାରେ ମାତୃଗର୍ଭରେ ଶିଶୁଟିଏ ଭାଷା ଶିଖାଥାଏ । 

ଅଭିମନ୍ୟୁଙ୍କ ଚକ୍ରବ୍ୟୁହ ଭେଦ ଶିକ୍ଷା କେବଳ କାହାଣୀ ?

ମହାଭାରତକୁ ତଥାକଥିତ ଆଧୁନିକ ଜ୍ଞାନୀ କେବଳ ଏକ ମହାନ କାବ୍ୟ ବୋଲି ଗ୍ରହଣ କରନ୍ତି । ସେମାନଙ୍କ ଅନୁସାରେ ଏଥିରେ ବର୍ଣ୍ଣିତ ଘଟଣାର କୌଣସି ସତ୍ୟାସତ୍ୟ ନାହିଁ । ଯଦିଓ ସମୟ ସମୟରେ ପ୍ରତ୍ନତତ୍ତ୍ୱବିତମାନ ମହାଭାରତକାଳୀନ ଯୁଗର ପ୍ରମାଣ ପାଇଛନ୍ତି ତଥାପି ଏହାକୁ କେବଳ କାହାଣୀ ବୋଲି କହି ଆଡେଇ ଦିଆଯାଏ । ମହାଭାରତରେ ବର୍ଣ୍ଣିତ ଅନେକ କାହାଣୀ ମଧ୍ଯରୁ ଅଭିମନ୍ୟୁଙ୍କ କାହାଣୀକୁ ମଧ୍ଯ କେବଳ କଳ୍ପନା ବୋଲି କୁହାଯାଏ ।

ଶିଶୁ ମା’ ଗର୍ଭରୁ ନିଏ ଭାଷା ଜ୍ଞାନ !

ନୁଆ ଅଧ୍ୟୟନ ଅନୁସାରେ  ଶିଶୁର ଜନ୍ମର ପ୍ରଥମ ବର୍ଷ ଭାଷା ଦକ୍ଷତା ଶିଖିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।  ସାଇନ୍ସ ଆଡଭାନ୍ସରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ନବଜାତ ଶିଶୁଙ୍କର ସେହି ଭାଷା ବାବଦରେ ପୂର୍ବରୁ ହିଁ ଜ୍ଞାନ ଥାଏ ଯାହା ସହିତ ସେମାନଙ୍କର ସାମ୍ନା ଗର୍ଭାବସ୍ଥା କାଳରେ ହୋଇଥାଏ ।

ଏହି ଫଳାଫଳଗୁଡିକୁ ଶିଶୁଙ୍କ ଭାଷ ଅନୁଭବ ଆଧାରେର ମସ୍ତିଷ୍କ ଉପରେ ପଡୁଥିବା ପ୍ରଭାବ ବାବଦରେ ବର୍ତ୍ତମାନ ପର୍ଯ୍ୟନ୍ତ ସଂଗୃହିତ ସର୍ବୋତ୍ତମ ପ୍ରମାଣ ଭାବରେ ବିବେଚନା କରାଯାଏ । ବିଶେଷଜ୍ଞଙ୍କ କହିବା ହେଉଛି ଯେ,ଏହି ପ୍ରମାଣ ଶିଶୁଙ୍କର ଜନ୍ମ ପୂର୍ବରୁ ମସ୍ତିଷ୍କର କାର୍ଯ୍ୟକଳାପ ବାବଦରେ ସୂଚନା ଦେଉଛି । ବୈଜ୍ଞାନିକମାନେ ଏହି ସୂଚନାକୁ ମସ୍ତିଷ୍କର ବିକାଶ ଏବଂ ଭାଷା ଶିଖିବାର କ୍ଷମତା ଉପରେ ପ୍ରାଥମିକ ଜୀବନର ପ୍ରଭାବ ବୁଝିବା ଦୃଷ୍ଟିରୁ ବଡ ଉପଲବ୍ଧି ଭାବେ ବିଚାର କରୁଛନ୍ତି ।

ଦକ୍ଷତା ବହୁତ ଶୀଘ୍ର ଆସେ |

ପାରମ୍ପାରିକ ଭାବରେ, ନବଜାତ ଶିଶୁମାନେ ଯେକୌଣସି ଭାଷା ଶିଖିବାରେ ସକ୍ଷମ ହୋଇଥାନ୍ତି । କାରଣ ସେମାନେ ସବୁକିଛି ଶୁଣନ୍ତି ଓ ଶିଖନ୍ତି ।କିନ୍ତୁ ସେମାନେ ଜନ୍ମ ହେବା ମାତ୍ରେ ସେମାନଙ୍କର ମସ୍ତିଷ୍କ ମାତୃଭାଷାର ନିର୍ଦ୍ଦିଷ୍ଟ ଧ୍ୱନିଗୁଡ଼ିକୁ ଚିହ୍ନିବାରେ ବିଶେଷଜ୍ଞତା ହାସଲ କରିବା ଆରମ୍ଭ କରେ । କିନ୍ତୁ ଏହି ଅଧ୍ୟୟନରୁ ଜଣାପଡିଛି ଯେ ଶୁଣିବା ଏବଂ କହିବା ପାଇଁ ମସ୍ତିଷ୍କ ପ୍ରସ୍ତୁତ କରିବାରେ ପିତାମାତାଙ୍କ ଅଭିଜ୍ଞତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଅଭିମନ୍ୟୁଙ୍କ କାହାଣୀରେ ମଧ୍ୟ କିଛି ସେମିତି ହୋଇଥିବ !

ଏଥିରେ ଗର୍ଭସ୍ଥ ଶିଶୁର ପାଞ୍ଚରୁ ସାତ ମାସ ମଧ୍ୟରେ ଗର୍ଭ ବାହାରେ ଶବ୍ଦ ଶୁଣିବାର କ୍ଷମତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମହାଭାରତରେ ଅଭିମନ୍ୟୁଙ୍କ କାହାଣୀ ଏହି ଗୁଣକୁ ସୂଚିତ କରେ । ଆଜି ବି  ଦେଖାଯାଏ  ଯେ ନବଜାତ ଶିଶୁମାନେ ଜନ୍ମର କିଛି ଦିନ ମଧ୍ୟରେ ନିଜ ମାତାର ସ୍ୱର ଏବଂ ଭାଷାକୁ ପ୍ରାଧାନ୍ୟ ଦେବା ଆରମ୍ଭ କରନ୍ତି । ଏପରିକି ସେମାନେ ଗର୍ଭରେ ଶୁଣାଯାଇଥିବା ସ୍ୱର ଏବଂ ଗୀତର ସ୍ୱରକୁ ଚିହ୍ନି ପାରନ୍ତି । ଏହା ପିତାମାତାଙ୍କ ସ୍ୱର ଶୁଣିବାର ପ୍ରକ୍ରିୟାକୁ ବର୍ଣ୍ଣନା କରେ ।

କେମିତି ଜାଣିଲେ ଗବେଷକ ?

ଗବେଷକ ଏହା ମଧ୍ୟ ଜାଣିବାକୁ ପାଇଥିଲେ ଯେ ଶୋଇଥିବା ନବଜାତ ଶିଶୁର ମସ୍ତିଷ୍କ ଦୀର୍ଘ ସମୟ ଧରି ଭାଷା କହିବା ଏବଂ ଶିଖିବା ପାଇଁ ସଙ୍କେତ ପାଇଥାଏ। ଏଥିପାଇଁ ଗବେଷକମାନେ ୩୩ରୁ ଅଧିକ ମାତା ଏବଂ ସେମାନଙ୍କର ଶିଶୁମାନଙ୍କୁ ଏକରୁ ପାଞ୍ଚ ଦିନ ଅଧ୍ୟୟନ କରିଥିଲେ, ଯେଉଁଥିରେ ସେମାନେ ଏନସେଫାଲୋଗ୍ରାଫି (EEG) ବ୍ୟବହାର କରିଥିଲେ ।  ଯାହା ବୟସ୍କମାନଙ୍କଠାରେ ମସ୍ତିଷ୍କ ତରଙ୍ଗ ଭାଷା ବୁଝିବା ଏବଂ କହିବା କ୍ଷମତାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସେମାନେ ବୟସ୍କ ମସ୍ତିଷ୍କର ଭାଷା ସମ୍ବନ୍ଧୀୟ ଅଂଶ ଏବଂ ନବଜାତ ଶିଶୁର ମସ୍ତିଷ୍କର ଗଠନ ବିଷୟରେ ଅଧ୍ୟୟନ କରିଥିଲେ ।

ଅଧ୍ୟୟନ କାଳରେ ନବଜାତ ଶିଶୁମାନଙ୍କୁ ଶୋଇଥିବା ସମୟରେ କେତେକ ଲୋକପ୍ରିୟ ଗୀତ ବଜାଇ ଶୁଣା ଯାଇଥିଲା ଏବଂ ମସ୍ତିଷ୍କର କିଛି ଅଂଶ ନିକଟରେ ସେମାନଙ୍କ ମୁଣ୍ଡରେ କିଛି ଇଲେକ୍ଟ୍ରୋଡ୍ ରଖାଯାଇଥିଲା ଯାହାର ଶୁଣିବା ଓ କହିବା ସହିତ ସମ୍ବନ୍ଧ ଥାଏ । ଏହା ଦ୍ୱାରା  ସେମାନଙ୍କ ମସ୍ତିଷ୍କର ତରଙ୍ଗ ଏବଂ ତାହାର  ପରିବର୍ତ୍ତନକୁ EEG ମାଧ୍ୟମରେ ରେକର୍ଡ କରାଯାଇ ପାରିଥିଲା । ତେବେ  ଏହି ବିଷୟକୁ ନେଇ ଆଗକୁ  ଅଧିକ ଗଭୀର ଭାବରେ ଅଧ୍ୟୟନ କରାଯିବ ।  କିନ୍ତୁ ଏହି ଅଧ୍ୟୟନ ନିଶ୍ଚିତ ଭାବରେ ପ୍ରମାଣ କରେ ଯେ ଅଭିମନ୍ୟୁଙ୍କ ଗର୍ଭରେ ଶୁଣିବାର କ୍ଷମତାକୁ କେବଳ କଳ୍ପନା କହି ଏଡାଇ ଦିଆଯାଇ ପାରିବ ନାହିଁ ।