Shukra Gochar 2024: ଏହି ୫ଟି ରାଶି ଉପରେ ଶୁକ୍ର ଗୋଚର ପ୍ରଭାବ, ରହିବନି ଆର୍ଥିକ ସଙ୍କଟ
Advertisement
Article Detail0/zeeodisha/odisha2040804

Shukra Gochar 2024: ଏହି ୫ଟି ରାଶି ଉପରେ ଶୁକ୍ର ଗୋଚର ପ୍ରଭାବ, ରହିବନି ଆର୍ଥିକ ସଙ୍କଟ

Venus Transit 2024 : ଜାନୁଆରୀ ୧୮ ତାରିଖରେ ଧନୁ ରାଶିରେ ପ୍ରବେଶ କରିବେ ଶୁକ୍ର । ଯାହାର ପ୍ରଭାବରେ ବୁଧ ସହିତ ଏକ ସଂଯୋଗ ସୃଷ୍ଟି ହେବାକୁ ଯାଉଛି । ଏହାଦ୍ୱାରା କିଛି ରାଶିର ବ୍ୟକ୍ତିଙ୍କୁ ଖୁବ ଶୁଭଫଳ ମିଳିବ ।

Shukra Gochar 2024: ଏହି ୫ଟି ରାଶି ଉପରେ ଶୁକ୍ର ଗୋଚର ପ୍ରଭାବ, ରହିବନି ଆର୍ଥିକ ସଙ୍କଟ

Venus Transit 2024 : ଚଳିତ ମାସ ତଥା ଜାନୁଆରୀ ୧୮ ତାରିଖରେ ଧନୁ ରାଶି ସହ ଶୁକ୍ରଙ୍କର ସଂଯୋଗ ହେବାକୁ ଯାଉଛି । ଏହି ସଂଯୋଗ ପରେ ଶୁକ୍ର ପୂର୍ବରୁ ଉପସ୍ଥିତ ବୁଧ ଗ୍ରହ ସହିତ ଲକ୍ଷ୍ମୀ ନାରାୟଣ ଯୋଗ ଗଠନ କରିବେ। ଏହା ସହିତ ବୃହସ୍ପତିଙ୍କର ପ୍ରଭାବ ମଧ୍ୟ ରହୁଛି । ଯେଉଁ କାରଣରୁ  ଏହି ସମୟକୁ ଧନ ଲାଭ ପାଇଁ ଅତ୍ୟନ୍ତ ଶୁଭ ସମୟ ବୋଲି ବିବେଚନା କରାଯାଏ । ଏହି ଶୁଭ ସଂଯୋଗ କାରଣରୁ ବର୍ଷର ପ୍ରଥମ ମାସଟି କିଛି ରାଶି (zodiac signs)ର ବ୍ୟକ୍ତିଙ୍କ ପାଇଁ ଖୁବ୍ ଲାଭଦାୟକ ହେବ । ମାଆ ଲକ୍ଷ୍ମୀ ଏବଂ ପ୍ରଭୁ ନାରାୟଣଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ଯାହା ୫ ଟି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଖୋଲିବ । କେବଳ ଆୟ ବୃଦ୍ଧି ନୁହେଁ ବରଂ କ୍ୟାରିୟରରେ ମଧ୍ୟ ଆପଣଙ୍କୁ ସଫଳତା ମିଳିବ ବୋଲି ଆଷ୍ଟ୍ରୋଲୋଜରମାନେ ମତ ଦେଇଛନ୍ତି ।

କୁମ୍ଭ ରାଶିରେ ପ୍ରଭାବ
ଶୁକ୍ରଙ୍କ ସ୍ଥିତି କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବେଶ୍ ଲାଭପ୍ରଦ ହେବ । ବୃତ୍ତିଗତ ଜୀବନରେ ଅପାର ସଫଳତା ଆଣିବ ବୋଲି କୁହାଯାଉଛି । ଆପଣଙ୍କର ଘର କରଣା ଜିନିଷ ବଢିବ । ଅଟକି ରହିଥିବା ଟଙ୍କା ମିଳିବା କାରଣରୁ ଆପଣ ଖୁସି ଅନୁଭବ କରିବେ । ଏଥିସହିତ ନିବେଶ କ୍ଷେତ୍ରରେ ମଧ୍ୟ ଆପଣ ବଡ଼ ରିଟର୍ଣ୍ଣ ପାଇବେ । ଆଇନ ଅଦାଲତ ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଯିବ । କ୍ୟାରିୟରରେ ମଧ୍ୟ ଆପଣଙ୍କୁ ସଫଳତା ମିଳିବ ।

ମେଷ ରାଶିରେ ପ୍ରଭାବ
ଶୁକ୍ରଙ୍କ ଚଳନ କାରଣରୁ ମେଷ ରାଶିର ବ୍ୟକ୍ତିବିଶେଷ ମଧ୍ୟ ଅନେକ ଫାଇଦା ପାଇବେ । ହଠାତ୍ ଆପଣଙ୍କ କ୍ୟାରିଅରରେ ଏକ ବଡ ସଫଳତା ପାଇ ପାରନ୍ତି । ରୋଜଗାର ପାଇଁ ନୂଆ ଉତ୍ସ ଆପଣଙ୍କୁ ମିଳିବ । କଠିନ ପରିଶ୍ରମ କରିଥିବା କାର୍ଯ୍ୟରେ ଆପଣ ସଫଳତା ପାଇବେ । ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ରୋଜଗାର ବଢିବ । ଆପଣ ପ୍ରେମରେ ମଧ୍ୟ ସଫଳତା ପାଇବେ । ଆପଣ ପରିବାର ସଦସ୍ୟଙ୍କ ଠାରୁ ସମସ୍ତ ପ୍ରକାରର ସହାୟତା ପାଇବେ । ବୃତ୍ତିଗତ ଜୀବନରେ ଆପଣ ନେଇଥିବା ନିଷ୍ପତ୍ତି ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ ।

ସିଂହ ରାଶିରେ ପ୍ରଭାବ
ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଶୁକ୍ରଙ୍କ ଚଳନ ଲାଭଜନକ ହେବ । ବିଶେଷ କରି କ୍ୟାରିୟର କ୍ଷେତ୍ରରେ ଆପଣଙ୍କୁ ବଡ଼ ସୁଯୋଗ ମିଳିବ । ନୂଆ ପରିଚୟ ସୃଷ୍ଟି କରିବା ସହିତ ଉଭୟ ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଆପଣ ବଡ଼ ଲାଭ ପାଇବେ । ଅଫିସରେ ଆପଣଙ୍କୁ ସମସ୍ତ ସହଯୋଗୀଙ୍କ ସାହାଯ୍ୟ ମିଳିବ । ଆପଣଙ୍କୁ ନିଜ ପରିଶ୍ରମ ପାଇଁ ପ୍ରଶଂସା ମିଳିବ । କେବଳ ସେତିକି ନୁହେଁ ଆପଣଙ୍କ ପାଇଁ ଏକ ବଡ଼ ଅଫର ମଧ୍ୟ ଆସିବାର ଯୋଗ ରହିଛି । ବ୍ୟକ୍ତିଗତ ଜୀବନରେ ସାଥୀଙ୍କ ସହ ଆପଣଙ୍କ ପ୍ରେମରେ ମଧୁରତା ବରି ରହିବ ।

କନ୍ୟା ରାଶିରେ ପ୍ରଭାବ
କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁକ୍ରଙ୍କ ଚଳନ ମଧ୍ୟ ଲାଭଦାୟକ । ଆପଣଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ବଢିବ । ନିଜର ବ୍ୟବସାୟରେ ଆପଣ ଭଲ ଫଳାଫଳ ପାଇବେ । ଆପଣଙ୍କ କ୍ୟାରିୟରରେ ଏକ ନୂଆ ମୋଡ ଆସିବା ସହିତ ଆପଣଙ୍କ ଇଚ୍ଛା ପୂରଣ ହେବାର ଯୋଗ ରହିଛି । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ । ଦୂରଯାତ୍ରା ଆପଣଙ୍କ ପାଇଁ ଶୁଭପ୍ରଦ ସାବ୍ୟସ୍ତ ହେବ । ବ୍ୟକ୍ତିଗତ ଜୀବନରେ ଅନ୍ତରଙ୍ଗତା ବୃଦ୍ଧି ପାଇବ । ପ୍ରେମ ସମ୍ପର୍କରେ ନିବିଡତା ବଢିବ ।

ତୁଳା ରାଶିରେ ପ୍ରଭାବ
ଶୁକ୍ରଙ୍କ ଏହି ଚଳନ ତୁଳା ରାଶିପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ସକରାତ୍ମକତା ବଢିବ । ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ କ୍ଷେତ୍ରରେ ଆପଣ ନେଉଥିବା ନିଷ୍ପତ୍ତି ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ । ବାଗିଦାରୀ ବ୍ୟବସାୟରେ ଆପଣଙ୍କୁ ଶୁଭଫଳ ମିଳିବ ।
ପରିବାରରେ ଭାଇଭଉଣୀଙ୍କ ସହ ସମ୍ପର୍କ ମଜବୁତ ହେବ । ସ୍ୱାସ୍ଥ୍ୟରେ ଜନିତ ସମସ୍ୟାରୁ ଉପଶମ ପାଇବେ ।

ବିଶେଷ ସୂଚନା- ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରନ୍ତୁ ।

Also Read- ୧୭ ବର୍ଷର ନାବାଳିକା ସହ ଗଣଦୁଷ୍କର୍ମ, ପ୍ରଥମେ ପ୍ରେମିକ ପରେ ୧୨ ଜଣ କରିଥିଲେ ଦୁଷ୍କର୍ମ

Also Read- ରେଙ୍ଗାଲି ବୋରୱେଲରେ ଶିଶୁ ଫିଙ୍ଗିବା ଘଟଣା, ମିଳିଲା ପିତା, ମାତାଙ୍କ ପରିଚୟ