Cough Home Remedies: ଗଳାରେ କଫ ଜମିବା କାରଣରୁ ସଠିକ୍ ଭାବରେ କଥା ହେବା କଷ୍ଟସାଧ୍ୟ ହୋଇଯାଏ । ଏହା ଆପଣଙ୍କ ଆଖପାଖର ଲୋକଙ୍କୁ ମଧ୍ୟ ସଂକ୍ରମଣର ବିପଦ ସୃଷ୍ଟି କରିଥାଏ । ଆସନ୍ତୁ ଜାଣିବା ଏହି ସମସ୍ୟାରୁ ମୁକ୍ତି ହେବାର ଉପାୟ ।
Trending Photos
Cough Home Remedies: ବର୍ତ୍ତମାନ ପାଗରେ ପରିବର୍ତ୍ତନ ହେବା ସହ ଧିରେ ଧିରେ ଶୀତ ବଢିବା ଆରମ୍ଭ ହୋଇଛି । ଏହି ସମୟରେ ଅନେକ ଲୋକ ସଂକ୍ରମଣ ଜନିତ ରୋଗର ଶିକାର ହେଉଛନ୍ତି । ବିଶେଷ କରି ଥଣ୍ଡା କାଶ ବର୍ତ୍ତମାନ ସାଧାରଣ ସମସ୍ୟା ପାଲଟିଛି । ଯାହା ଅନେକ ସମୟରେ ଆମକୁ ଅସୁବିଧାରେ ପକାଇପାରେ । ଥଣ୍ଡା ଏବଂ କାଶ ଆପଣଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିପାରେ । ବିଶେଷ କରି ଶୀତଦିନେ ଅଧିକ ସମସ୍ୟା ସୃଷ୍ଟି କରିଥାଏ । ଗଳାରେ କଫ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ରହିଛି ଯାହାକୁ ଆପଣ ମଧ୍ୟ ଚେଷ୍ଟା କରିବା ଉଚିତ୍ । ଯଦି ଆପଣଙ୍କ ଗଳାରେ ଦୀର୍ଘ ସମୟ ପର୍ଯ୍ୟନ୍ତ କଫ ସମସ୍ୟା ରହୁଛି ଏବଂ ଆପଣ କଷ୍ଟ ଭୋଗୁଛନ୍ତି ତେବେ ଆବଶ୍ୟକ ସ୍ଥଳେ ଆପଣ କଣ କରିବା ଉଚିତ୍ ଆସନ୍ତୁ ଜାଣିବା ।
କାଶରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର
ଏକ ଗ୍ଲାସ ଉଷୁମ ପାଣିରେ ଅଧ ଚାମଚ ଲୁଣ ପକାଇ ଗାର୍ଗଲ କରିବା ଦ୍ୱାରା ଗଳାରୁ କଫ ବାହାରିବା ସହଜ ହୋଇଥାଏ । ଏହା କରିବା ଦ୍ୱାରା ଗଳା ଫୁଲା ମଧ୍ୟ କମିଯାଏ ।
ତୁଳସୀ ରସ
ତୁଳସୀ ପତ୍ରର ରସ ପିଇବା ଦ୍ୱାରା ଗଳାରେ ଜମାଟ ବାନ୍ଧିଥିବା କଫରୁ ଆଶ୍ୱସ୍ତି ମିଳିଥାଏ । ତୁଳସୀରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି ଯାହା ସଂକ୍ରମଣକୁ ମଧ୍ୟ ରୋକିପାରେ ।
ଗରମ କ୍ଷୀର ଏବଂ ହଳଦୀ
ଗରମ କ୍ଷୀରରେ ଅଧ ଚାମଚ ହଳଦୀ ଗୁଣ୍ଡ ମିଶାଇ ପିଇବା ଦ୍ୱାରା ଗଳାରେ ଜମାଟ ବାନ୍ଧିଥିବା କଫ ଦୂର ହୋଇଥାଏ । ହଳଦୀର ଆଣ୍ଟିଅକ୍ସିଡାଣ୍ଟ ଗୁଣ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।
ଅଦା ରସ
ଏକ ଚାମଚ ଅଦା ରସ ବ୍ୟବହାର କରି ଆପଣ ଗଳାର ଚିକିତ୍ସା କରିପାରିବେ । ଏହା କଫ ହ୍ରାସ କରିବାରେ ସହାୟ ହୋଇଥାଏ ।
ଷ୍ଟିମ୍ ବାଥ୍
ଷ୍ଟିମ୍ ବାଥ୍ କରିବା ଦ୍ୱାରା ଗଳାର ଫୁଲା ଏବଂ ଯନ୍ତ୍ରଣା କମିବା ସହ କଫ ଦୂର ହୋଇଥାଏ । ଏହାକୁ ଏକ ଅତ୍ୟନ୍ତ ପ୍ରଭାବଶାଳୀ ପଦ୍ଧତି ଭାବେ ବିବେଚନା କରାଯାଏ ।
Humidifier
ଆପଣଙ୍କ ଘରେ Humidifier ଚଲାଇବା ଦ୍ୱାରା ଆପଣଙ୍କ ଚାରିପାଖରେ ଥିବା ପରିବେଶକୁ ଆର୍ଦ୍ରତା ଭରିପାରେ । ଯାହା ଗଳାରେ କାଶର ସମସ୍ୟାକୁ କମ୍ କରିପାରେ ।
Disclamer: (ଉପରେ ଦିଆଯାଇଥିବା ସମସ୍ତ ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ଆପଣଙ୍କ ପାଇଁ ପ୍ରଦାନ କରାଯାଇଛି। ଆପଣଙ୍କ ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ସମସ୍ୟା ପାଇଁ ଆବଶ୍ୟକ ସ୍ଥଳେ ଆପଣ ବିଶେଷଜ୍ଞଙ୍କ ପରାମର୍ଶ କରିବା ଜରୁରୀ । ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
Also Read- ହାଥରସରୁ ଦିଲ୍ଲୀ ପର୍ଯ୍ୟନ୍ତ ମୃତ୍ୟୁ ସହ ଲଢେଇ, ଶେଷରେ ପେଟରୁ ମିଳିଲା ୫୬ଟି ଜିନିଷ
Also Read- Top 10 News Today: ଗୃହମନ୍ତ୍ରୀଙ୍କ ସଙ୍କଳ୍ପପତ୍ର, ମହିଳାଙ୍କୁ ମିଳିବ ମାସିକ ୨୧୦୦ ଟଙ୍କା... ଖବର ସହ ଅନ୍ୟ ଅପଡେଟ୍