Shani Maha Gochar 2024: ସୂର୍ଯ୍ୟ ପରାଗ ପୂର୍ବରୁ ଶନିଙ୍କ ମହାଚଳନ, ୩ ରାଶିକୁ ସଙ୍କଟ
Advertisement
Article Detail0/zeeodisha/odisha2192148

Shani Maha Gochar 2024: ସୂର୍ଯ୍ୟ ପରାଗ ପୂର୍ବରୁ ଶନିଙ୍କ ମହାଚଳନ, ୩ ରାଶିକୁ ସଙ୍କଟ

Shani Maha Gochar 2024: ବୈଦିକ ଜ୍ୟୋତିଷ ଅନୁଯାୟୀ, ଆଗାମୀ ଦୁଇ ଦିନ ଅର୍ଥାତ୍ ୮ ଏପ୍ରିଲରେ ସୂର୍ଯ୍ୟ ପରାଗ ହେବାକୁ ଯାଉଛି । କିନ୍ତୁ ଏହାର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଆଜି ସନ୍ଧ୍ୟାରେ ଶନି ଦେବ ନିଜର ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏପରି ପରିସ୍ଥିତିରେ କେତେକ ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିବାର ସମ୍ଭାବନା ରହିଛି ।

Shani Maha Gochar 2024: ସୂର୍ଯ୍ୟ ପରାଗ ପୂର୍ବରୁ ଶନିଙ୍କ ମହାଚଳନ, ୩ ରାଶିକୁ ସଙ୍କଟ

Shani Maha Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୪ ବର୍ଷର ପ୍ରଥମ ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗ ଏପ୍ରିଲ୍ ୮ ତାରିଖ ଦିନ ହେବାକୁ ଯାଉଛି । କିନ୍ତୁ ସୂର୍ଯ୍ୟ ପରାଗ ପୂର୍ବରୁ ଶନି ଦେବ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଜ୍ୟୋତିଷଙ୍କ ମତ ଅନୁଯାୟୀ ଶନି ଏବଂ ସୂର୍ଯ୍ୟ ପରସ୍ପର ପ୍ରତି ଶତ୍ରୁତା ମନୋଭାବ ରଖନ୍ତି । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସୂର୍ଯ୍ୟ ପରାଗର ଦୁଇ ଦିନ ପୂର୍ବରୁ ଶନି ଦେବଙ୍କ ନକ୍ଷତ୍ର ପରିବର୍ତ୍ତନ କିଛି ରାଶିର ବ୍ୟକ୍ତିଙ୍କ ଜୀବନରେ ନକରାତ୍ମକ ପ୍ରଭାବ ପକାଇପାରେ । ଶନି ଦେବ ଆଜି ଅପରାହ୍ନ ୩ଟା୫୫ ସମୟରେ ନକ୍ଷତ୍ର ପରିବର୍ତ୍ତନ କରିଛନ୍ତି । ଆଜି ଆପଣଙ୍କୁ ଜଣାଇବୁ ଯେ, ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ପ୍ରଭାବରୁ କେଉଁ ରାଶିର ବ୍ୟକ୍ତି ପ୍ରଭାବିତ ହେବେ ।

ବୃଷ ରାଶି
ଜ୍ୟୋତିଷଙ୍କ ମତ ଅନୁଯାୟୀ, ପୂର୍ବଭାଦ୍ରପଦ ନକ୍ଷତ୍ରରେ ଶନି ଦେବଙ୍କ ପ୍ରବେଶ କାରଣରୁ ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ କିଛି କ୍ଷତି ହେବାର ସମ୍ଭାବନା ରହିଛି । ବୈବାହିକ ଜୀବନରେ ମଧ୍ୟ ସମସ୍ୟା ଆସିପାରେ । ପୈତୃକ ସମ୍ପତ୍ତିରେ କ୍ଷତି ହୋଇପାରେ । ମାନସିକ ଉତ୍ତେଜନା ଦେଖାଦେଇପାରେ ।

କର୍କଟ ରାଶି
ଶନି ଦେବଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବନାହିଁ । ବ୍ୟବସାୟରେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ବର୍ତ୍ତମାନ ସେ ଭାବନା ବନ୍ଦ ରଖନ୍ତୁ । ଆପଣଙ୍କର ଜଣେ ବନ୍ଧୁ ବିଶ୍ୱାସଘାତକତା କରିପାରେ । ସହଜରେ କୌଣସି ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ ।

ବିଛା ରାଶି
ଜ୍ୟୋତିଷଙ୍କ ମତ ଅନୁଯାୟୀ, ପୂର୍ବାଭାଦ୍ରପଦ ନକ୍ଷତ୍ରରେ ଶନି ଦେବଙ୍କ ପ୍ରବେଶ ଆପଣଙ୍କ ପାଇଁ ଶୁଭ ହେବ ନାହିଁ । ପ୍ରିୟଜନଙ୍କ ସହିତ ମତଭେଦ ପରିସ୍ଥିତି ସୃଷ୍ଟି ହୋଇପାରେ । ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । କଥାବାର୍ତ୍ତାରେ ସଂଜମତା ରକ୍ଷା କରନ୍ତୁ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।

Also Read- Ram Navmi: ଏଥର ରାମ ନବମୀ ହେବ ଖୁବ ଖାସ୍, ଅଯୋଧ୍ୟାରେ ସ୍ୱତନ୍ତ୍ର ପ୍ରସ୍ତୁତି

Also Read- Shukra Gochar 2024: ୩ ସପ୍ତାହ ପର୍ଯ୍ୟନ୍ତ ଏହି ୫ ରାଶିର ବ୍ୟକ୍ତି ହେବେ ମାଲେମାଲ !