Rahu Gochar 2024: ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ, ୫ ଜୁଲାଇରୁ ୫ଟି ରାଶିର ଭାଗ୍ୟ ଉଜ୍ୱଳ
Advertisement
Article Detail0/zeeodisha/odisha2302539

Rahu Gochar 2024: ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ, ୫ ଜୁଲାଇରୁ ୫ଟି ରାଶିର ଭାଗ୍ୟ ଉଜ୍ୱଳ

Rahu Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାହୁଙ୍କ ପ୍ରଭାବ ଜୀବନରେ କେବଳ ନକରାତ୍ମକ ପ୍ରଭାବ ପକାଇନଥାଏ ବରଂ ସକରାତ୍ମକ ପରିବର୍ତ୍ତନ ମଧ୍ୟ ଆଣିଥାଏ।

Rahu Gochar 2024: ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ, ୫ ଜୁଲାଇରୁ ୫ଟି ରାଶିର ଭାଗ୍ୟ ଉଜ୍ୱଳ

Rahu Gochar 2024: ନବ ଗ୍ରହଙ୍କ ମଧ୍ୟରୁ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ଭାବେ ବିବଚନା କରାଯାଇଛି । ରାଶି ଚକ୍ରରେ ଏହି ଦୁଇଟି ଗ୍ରହ ସବୁବେଳେ ପରସ୍ପରର ବିପରୀତ ଘରେ ରହିଥା’ନ୍ତି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାହୁଙ୍କ ପ୍ରଭାବ ଜୀବନରେ କେବଳ ନକରାତ୍ମକ ପ୍ରଭାବ ପକାଇନଥାଏ ବରଂ ସକରାତ୍ମକ ପରିବର୍ତ୍ତନ ମଧ୍ୟ ଆଣିଥାଏ। ରାହୁ ନିଜର ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଜୁଲାଇ ୫, ୨୦୨୪ ରେ ସନ୍ଧ୍ୟା ୬ଟା୯ ରେ ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ଚଳନ କରିବେ। ଫଳରେ ୫ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଲାଭ ମିଳିବ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ।

ମେଷ ରାଶି
ରାହୁଙ୍କ ଚଳନ ପ୍ରଭାବରୁ ମାନସିକ ଦୁର୍ବଳତା ଦୂର ହେବ । କଠିନ ପରିଶ୍ରମ କରିବାକୁ ସାହସ ପାଇବେ । କାର୍ଯ୍ୟରେ ସଫଳତା ହାସଲ କରିବେ । ଟଙ୍କା ଉପାର୍ଜନ କରିବାର ଉତ୍ସ ବଢିବ । ଚାକିରି କ୍ଷେତ୍ରରେ ସକରାତ୍ମକ ପରିବର୍ତ୍ତନ ହେବ । ଆୟ ବୃଦ୍ଧି ପାଇବ । ନିଯୁକ୍ତି ସନ୍ଧାନରେ ଥିଲେ ଖୁସି ଖବର ମିଳିବ । ପାରିବାରିକ ଜୀବନରେ ସୁଖ ମିଳିବ ।

ମିଥୁନ ରାଶି
ରାହୁ ଆପଣଙ୍କ ପାଇଁ ବହୁତ ଶୁଭଫଳ ଆଣିଦେବେ । ଛାତ୍ରମାନଙ୍କ କ୍ୟାରିଅରରେ ଅଗ୍ରଗତି ହେବ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବାର ସମ୍ଭାବନା ରହିଛି । ବ୍ୟବସାୟରେ ଜଡିତ ବ୍ୟକ୍ତି ଭାଗିଦାରୀ ବ୍ୟବସାୟରେ ଭଲ ଲାଭ ପାଇବେ । ବିବାହିତ ଜୀବନ ଖୁସିରେ କଟିବ । ପିଲାମାନଙ୍କ ପାଖରୁ ଭଲ ଖବର ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ ରାଶି
ରାହୁଙ୍କ ପ୍ରଭାବ କାରଣରୁ ଜୀବନରେ ଅନେକ ସକାରାତ୍ମକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ସାମାଜିକ ସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ରାଜନୀତି ସହିତ ଜଡିତ ବ୍ୟକ୍ତିବିଶେଷ ଶୁଭ ଖବର ପାଇବେ । ବ୍ୟବସାୟରେ ବିନିଯୋଗ କରିବା ଏକ ଭଲ ସମୟ । ପାରିବାରିକ ଜୀବନରେ ପରସ୍ପରଙ୍କ ସାହାଯ୍ୟ ମିଳିବ ।

ତୁଳା ରାଶି
ରାହୁଙ୍କ ଶୁଭ ପ୍ରଭାବ କାରଣରୁ ଜୀବନରେ ପ୍ରଗତି କରିବେ । ଆର୍ଥିକ ସଙ୍କଟର ସମାଧାନ ହେବ । ସହଭାଗୀତାରେ କରୁଥିବା ବ୍ୟବସାୟରେ ଲାଭ ବୃଦ୍ଧି ହେବ । ଅଫିସରେ ପରିବେଶ ସକରାତ୍ମକ ଏବଂ ଫଳପ୍ରଦ ହେବ । ଛାତ୍ରମାନଙ୍କ କାର୍ଯ୍ୟ ପ୍ରଶଂସିତ ହେବ । ପ୍ରେମ ଜୀବନରେ ମିଠାପଣ ରହିବ ।

ମକର ରାଶି
ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ । ରାହୁଙ୍କ ପ୍ରଭାବ କାରଣରୁ ମନ ଭଲ ରହିବ । କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିବେ । ସୃଜନଶୀଳତା ଏବଂ ଦକ୍ଷତା ବୃଦ୍ଧି ପାଇବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କ ସହଯୋଗରେ ସ୍ଥଗିତ କାର୍ଯ୍ୟ ଶେଷ ହେବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Budh Gochar 2024 June: ଜୁନ ୨୯ ପର୍ଯ୍ଯ୍ୟନ୍ତ ମିଥୁନ ରାଶିରେ ରହିବେ ବୁଧ, ୪ ରାଶି ଉପରେ ପ୍ରଭାବ