Advertisement
Photo Details/zeeodisha/odisha2485533
photoDetails0hindi

Lucky Zodiac Sign: ୨୪ ଅକ୍ଟୋବରରେ ଗୁରୁ ପୁଷ୍ପ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 24 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୪ ଅକ୍ଟୋବର ଗୁରୁବାର ଦିନ ଗଠିତ ଶୁଭ ଯୋଗ ପ୍ରଭାବରେ ୫ ଟି ରାଶିର ଲୋକେ ଶୁଭଫଳ ପାଇବେ ।

1/6

ବୃଷ ରାଶି

ଆପଣଙ୍କ ପାଇଁ ଦିନଟି ସ୍ୱତନ୍ତ୍ର ହେବାକୁ ଯାଉଛି । ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣ ଜୀବନରେ ଆଗକୁ ବଢିବେ । ନିଜ ଭିତରେ ସକରାତ୍ମକ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରି ସଫଳ ହେବେ । ବିଶେଷ କରି ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ଆପଣ ଭଲ ଲାଭ ପାଇବେ । ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଭଲ ପ୍ରସ୍ତାବ ଆସିବ । ଚାକିରି ବଦଳାଇବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଏକ ଶୁଭ ଦିନ । କାହା ସହ କୌଣସି ଭୁଲ ବୁଝାମଣା ଥିଲେ ତାହା ସମାଧାନ ହେବ ।

 

2/6

ସିଂହ ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ଏବଂ ଫଳପ୍ରଦ ହେବାକୁ ଯାଉଛି । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ମନୋବଳ ଏବଂ ଆତ୍ମବିଶ୍ୱାସ ଆପଣଙ୍କ ମଧ୍ୟରେ ରହିବ । ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ଶିକ୍ଷା, ଚାକିରି କିମ୍ବା ଭ୍ରମଣ ପାଇଁ ବିଦେଶ ଯିବାକୁ ଚାହୁଁଥିଲେ ଦିନଟି ଶୁଭ । ଆୟର ନୂତନ ଉତ୍ସ ପାଇବେ । ସମ୍ପତ୍ତି ଏବଂ ଜମିରେ ବିନିଯୋଗ କରିବାର ସୁଯୋଗ ମିଳିବ । ପରିବାର ସଦସ୍ୟଙ୍କ ସହିତ କୌଣସି ମତଭେଦ ଥିଲେ ତାହା ସମାଧାନ ହୋଇଯିବ । ଜୀବନସାଥୀଙ୍କ ସହିତ ନିକଟସ୍ଥ ମନ୍ଦିରକୁ ଯାଇପାରନ୍ତି ।

3/6

ବିଛା ରାଶି

ଆପଣଙ୍କ ପାଇଁ ଦିନଟି ଭଲ ହେବ । ପ୍ରତ୍ୟେକ କାର୍ଯ୍ୟରୁ ଅର୍ଥ ପ୍ରାପ୍ତିର ଯୋଗ ରହିଛି । ଆପଣ ଅନଲାଇନ୍ ସପିଂ କରିବାର ସୁଯୋଗ ପାଇବେ । ନିଜ ପାଇଁ କିଛି ଟଙ୍କା ଖର୍ଚ୍ଚ କରିବେ । ପିଲାମାନଙ୍କ ସମସ୍ୟାର ସମାଧାନ ପାଇଁ ଜୀବନସାଥୀଙ୍କ ସମର୍ଥନ ଏବଂ ପରାମର୍ଶ ଆବଶ୍ୟକ କରିବେ । ଚାକିରି ଏବଂ ବ୍ୟବସାୟ ଉଭୟ କ୍ଷେତ୍ରରେ ଭଲ ଲାଭ ପାଇବେ । ଅନୁକୂଳ ପରିବେଶ ହେତୁ ଶୀଘ୍ର ସମସ୍ତ କାର୍ଯ୍ୟ ଶେଷ କରିବେ । ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଥିଲେ ଭଗବାନ ବିଷ୍ଣୁଙ୍କ କୃପାରୁ ଚିନ୍ତା ଦୂର ହେବ । ପରିବାର ସଦସ୍ୟଙ୍କ ସହ ଖୁସିରେ ରାତ୍ରୀ ଭୋଜନ କରିବେ ।

4/6

ଧନୁ ରାଶି

ଗ୍ରହ ଚଳନ ଦୃଷ୍ଟିରୁ ଦିନଟି ଆପଣଙ୍କ ପାଇଁ ଶୁଭ । ପ୍ରତ୍ୟକ କାର୍ଯ୍ୟରେ ସଫଳତା ହାସଲ କରିବାର ସମ୍ଭାବନା ରହିଛି । ବ୍ୟବସାୟରେ ଲାଭ ଦ୍ୱିଗୁଣିତ ହୋଇପାରେ । ଚାକିରି କ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ । ସହକର୍ମୀଙ୍କ ସହ ଉତ୍ତମ ବୁଝାମଣା ରହିବ । ଦୂରସ୍ଥାନକୁ ଯାତ୍ରା କରିବା ଦ୍ୱାରା ଆପଣଙ୍କୁ ଆର୍ଥିକ ଲାଭ ମିଳିପାରେ । ଛାତ୍ରଛାତ୍ରୀମାନେ ଉପକୃତ ହେବେ ।

5/6

ମକର ରାଶି

ଆପଣଙ୍କ ପାଇଁ କଠିନ କାର୍ଯ୍ୟ ମଧ୍ୟ ସହଜ ହୋଇଯିବ । ବ୍ୟବସାୟରେ ନୂଆ ଗ୍ରାହକ ଯୋଡି ହେବା କାରଣରୁ ଲାଭ ଅଧିକ ମିଳିବ । ଆପଣଙ୍କ ପ୍ରତିଟି ଯୋଜନା ଫଳପ୍ରଦ ହେବାର ସମ୍ଭାବନା ଦେଖାଦେଉଛି । ପରିବାର ସଦସ୍ୟଙ୍କ ସହ କୌଣସି ସ୍ଥାନକୁ ଯିବା ପାଇଁ ଯୋଜନା କରିବେ । ଘରେ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ ହେବ । ଛୋଟ ପିଲାଙ୍କ ସହିତ ଆପଣ ହସଖୁସିରେ ସମୟ ଅତିବାହିତ କରିବେ ।

6/6

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।