Budh Gochar 2025: ୧୧ ଫେବୃଆରୀ, ୨୦୨୫ ରେ ଗ୍ରହ ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବେ । ଏହି ଚଳନ ଅନେକ ରାଶିକୁ ପ୍ରଭାବିତ କରିବ। ଆସନ୍ତୁ ଜାଣିବା ଏହାର ଶୁଭ ପ୍ରଭାବ କେଉଁ ରାଶିରେ ରହିବ ।
ଫେବୃଆରୀ ୧୧ ଦିନ ୧୨:୪୧ ସମୟରେ ବୁଧ ରାଶି ପରିବର୍ତ୍ତନ କରି ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିବେ।
ମେଷ ରାଶି
ବୁଧଙ୍କ ଏହି ଚଳନ ଆପଣଙ୍କ କ୍ୟାରିୟର କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପକାଇବ । ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ସମ୍ଭାବନା ରହିଛି । ଦୂରଯାତ୍ରା କରିବାକୁ ପଡ଼ିପାରେ। ବ୍ୟବସାୟରେ ପ୍ରଚୁର ଲାଭ ହୋଇପାରେ। କିନ୍ତୁ ଏହି ସମୟରେ ଅନାବଶ୍ୟକ ଖର୍ଚ୍ଚରେ ଅଂଙ୍କୁଶ ଲଗାନ୍ତୁ ।
ମିଥୁନ ରାଶି
ବୁଧଙ୍କ ଚଳନ ଆପଣଙ୍କ ଜୀବନରେ ବିଶେଷ ପରିବର୍ତ୍ତନ ଆଣିବ । ବ୍ୟକ୍ତିଗତ ଜୀବନରେ ନିରାଶାର ସମ୍ମୁଖୀନ ହୋଇପାରନ୍ତି କିନ୍ତୁ ଭୌତିକ ସୁବିଧା ବୃଦ୍ଧି କରିପାରେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ମାର୍ଗଦର୍ଶନ ପାଇବେ । ବିଦେଶ ଯାତ୍ରା କରିବାର ସୁଯୋଗ ମିଳିବ । ବ୍ୟବସାୟରେ ଲାଭ ଅଧିକ ହେବ । ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ଟଙ୍କା ସଞ୍ଚୟ କରିବାରେ ସଫଳ ହୋଇପାରିବେ । ଜୀବନରେ ହସ ଖୁସି ଫେରି ଆସିବ ।
କନ୍ୟା ରାଶି
ବୁଧଙ୍କ ଚଳନ ଆପଣଙ୍କୁ ଅନୁକୂଳ ଫଳାଫଳ ପ୍ରଦାନ କରିବ । ଅନେକ କ୍ଷେତ୍ରରୁ ଉପହାର ମିଳିପାରେ। ବ୍ୟବସାୟରେ ଲାଭ ବଢିବ । କଠିନ ପରିଶ୍ରମର ଉପଯୁକ୍ତ ଫଳ ପାଇବେ । କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ଠାରୁ ସମର୍ଥନ ମିଳିବ । ପ୍ରେମ ଜୀବନରେ ବିଶେଷ ପରିବର୍ତ୍ତନ ହୋଇପାରେ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़