Top 5 luckiest zodiac sign: ୧୪ ଜାନୁଆରୀ ମକର ସଂକ୍ରାନ୍ତିରେ ଗଠିତ ଧନ ଯୋଗ, ଗୌରୀ ଯୋଗ, ସୂର୍ଯ୍ୟଙ୍କ ଉତ୍ତରାୟଣ ପ୍ରଭାବରୁ କେଉଁ ୫ଟି ରାଶି ଉପକୃତ ହେବେ ଆସନ୍ତୁ ଜାଣିବା ।
ମେଷ ରାଶି
କୌଣସି ନୂତନ କାମ ଆରମ୍ଭ କରିବାକୁ ଯୋଜନା କରୁଥିଲେ ଦିନଟି ଅତ୍ୟନ୍ତ ଶୁଭ । ଆପଣଙ୍କୁ ସଫଳତା ମିଳିବାର ଅଧିକ ସମ୍ଭାବନା ରହିଛି । ପ୍ରଭୁ ବଜରଙ୍ଗବଳୀଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିବ । ରାଶିର ଚତୁର୍ଥ ଘରେ ଧନ ଯୋଗ ସୃଷ୍ଟି ହେଉଥିବାରୁ ଆର୍ଥିକ ଲାଭ ମିଳିପାରେ । ପରିବାର ଏବଂ ବନ୍ଧୁଙ୍କ ନିକଟରୁ ସମର୍ଥନ ମିଳିପାରେ। କର୍ମକ୍ଷେତ୍ରରେ ଆପଣଙ୍କ ପାଇଁ ଦିନଟି ଉତ୍ସାହଜନକ ହେବ । ଗୁରୁତ୍ୱପୂର୍ଣ୍ଣ କାମ ଶେଷ ହେବାରୁ ଆପଣ ଖୁସି ଅନୁଭବ କରିବେ। ଜୀବନସାଥୀଙ୍କ ସହିତ ସୁଖଦ ସମୟ ବିତାଇବେ ।
ବୃଷ ରାଶି
ଆପଣଙ୍କ ପାଇଁ ଦିନଟି ସୌଭାଗ୍ୟରେ ପରିପୂର୍ଣ୍ଣ ହେବ । ସୂର୍ଯ୍ୟ ରାଶିର ପଞ୍ଚମ ଘରେ ପ୍ରବେଶ କରୁଛନ୍ତି । ଆପଣଙ୍କ ଖୁସିର ମାଧ୍ୟମ ବଢିବ । ପିତାଙ୍କଠାରୁ ଲାଭ ପାଇବେ। ଚାକିରି କ୍ଷେତ୍ରରେ ଅଧିକାରୀଙ୍କ ନିକଟରୁ ପୂର୍ଣ୍ଣ ସମର୍ଥନ ପାଇବେ। ପୂର୍ବରୁ କରିଥିବା କାମରୁ ଆପଣ ଲାଭ ପାଇବେ । ଚାକିରି କ୍ଷେତ୍ରରେ ପଦ ଏବଂ ପ୍ରତିଷ୍ଠା ବଢିବାର ସୁଯୋଗ ମିଳିବ। ବିବାହ ସମ୍ପର୍କରେ ଶୁଭ ଖବର ମିଳିପାରେ । ଘରେ ଖୁସିର ପରିବେଶ ସୃଷ୍ଟି ହେବ । ବ୍ୟବସାୟରେ ଆୟ ବୃଦ୍ଧି ପାଇବ। ଏକାଧିକ ଉତ୍ସରୁ ଆର୍ଥିକ ଲାଭ ମିଳିପାରେ ।
ଧନୁ ରାଶି
ବ୍ୟବସାୟରେ ଭଲ ଲାଭ ପାଇବା କାରଣରୁ ଖୁସି ପ୍ରକାଶ କରିବେ । ଚାକିରି ଖୋଜୁଥିଲେ ପ୍ରୟାସରେ ସଫଳତା ପାଇବେ। ଚାକିରି କରୁଥିଲେ ଅଧିକାରୀଙ୍କଠାରୁ ଆପଣଙ୍କୁ ଉତ୍ସାହ ମିଳିବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ । ମାନସିକ ଖୁସି ମିଳିବ । ପୈତୃକ ସମ୍ପତ୍ତିରୁ ଲାଭ ମିଳିପାରେ । କୌଣସି ସ୍ଥାନରୁ ଆଶ୍ଚର୍ଯ୍ୟଜନକ ଲାଭ ପାଇବା ପରେ ଖୁସି ଅନୁଭବ କରିବେ ।
ମକର ରାଶି
ଆପଣଙ୍କ ରାଶିରେ ସୂର୍ଯ୍ୟଦେବ ଚଳନ କରୁଛନ୍ତି । ଶୁଭ ପ୍ରଭାବରେ ସଫଳତା ଏବଂ ଖୁସି ପାଇବେ। ଆପଣଙ୍କ ମନୋବଳ ବଢିବାକୁ ଲାଗିବ । ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ଆପଣଙ୍କୁ ମାନ ସମ୍ମାନ ମିଳିବ । ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ । ଚାକିରି କ୍ଷେତ୍ରରେ କିଛି ନୂଆ ଦାୟିତ୍ୱ ମିଳିପାରେ। ପୂର୍ବରୁ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ କାମକୁ ଶେଷ କରିବେ । ପରିବାର ସଦସ୍ୟଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ। ଆୟ ବୃଦ୍ଧି ପାଇବ । ଘରେ କିଛି ଶୁଭ କାର୍ଯ୍ୟ କରିପାରନ୍ତି ।
ମୀନ ରାଶି
ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଶୁଭ ଯୋଗରୁ ଆପଣଙ୍କୁ ଲାଭ ମିଳିବ । ଆପଣ ସଠିକ୍ ନିଷ୍ପତ୍ତି ନେଇପାରିବେ । ଆପଣଙ୍କ ନିଷ୍ପତ୍ତି ଲାଭଦାୟକ ସୁଯୋଗ ସୃଷ୍ଟି କରିବ। ଦିନଟିରେ ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମର୍ଥନ ପାଇବାର ସମ୍ଭାବନା ରହିଛି। ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ହାସଲ କରିପାରନ୍ତି । ଚାକିରି ଏବଂ ବ୍ୟବସାୟରେ ଶୁଭଫଳ ପାଇବେ । ଅସୁସ୍ଥ ଥିବା ଲୋକଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़