Mangal Gochar: ମଙ୍ଗଳ କରିବେ ରାଶି ପରିବର୍ତ୍ତନ, ୩ଟି ରାଶିର ଫିଟିବ ଭାଗ୍ୟ
Advertisement

Mangal Gochar: ମଙ୍ଗଳ କରିବେ ରାଶି ପରିବର୍ତ୍ତନ, ୩ଟି ରାଶିର ଫିଟିବ ଭାଗ୍ୟ

Mangal Rashi Parivartan 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳ ଗ୍ରହକୁ ସମସ୍ତ ଗ୍ରହମାନଙ୍କର ସେନାପତି ଭାବରେ ବିବେଚନା କରାଯାଇଥାଏ । ଏହା ବିଶ୍ୱାସ କରାଯାଏ ଯେ, ଯେତେବେଳେ ମଙ୍ଗଳ ରାଶି ପରିବର୍ତ୍ତନ କରନ୍ତି ସେତେବେଳେ ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଏହାର ଉଭୟ ସକରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପଡିଥାଏ ।

Mangal Gochar: ମଙ୍ଗଳ କରିବେ ରାଶି ପରିବର୍ତ୍ତନ, ୩ଟି ରାଶିର ଫିଟିବ ଭାଗ୍ୟ

Mangal Transit 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳ ଗ୍ରହକୁ ସମସ୍ତ ଗ୍ରହମାନଙ୍କ ସେନାପତି ବୋଲି କୁହାଯାଇଥାଏ । ବିଶ୍ୱାସ କରାଯାଏ ଯେ, ଯେଉଁମାନଙ୍କ ରାଶି ନକ୍ଷତ୍ରରେ ମଙ୍ଗଳ ଗ୍ରହର ସ୍ଥିତି ଭଲ ରହିଥାଏ ସେମାନେ ସବୁଠି ନିଜର ପ୍ରାଧାନ୍ୟ ବଜାୟ ରଖନ୍ତି । କିନ୍ତୁ ଯେତେବେଳେ ରାଶିରେ ମଙ୍ଗଳଙ୍କ ସ୍ଥିତି ଦୁର୍ବଳ ହୋଇଯାଏ ସେତେବେଳେ ବ୍ୟକ୍ତିଙ୍କୁ ସବୁଠି ଅପମାନିତ ହେବାକୁ ପଡିଥାଏ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ମଙ୍ଗଳ ଗ୍ରହ ସେନା, ଭୂମି, ଧନ, ଆତ୍ମବିଶ୍ୱାସ ଏବଂ କ୍ରୋଧ ସହିତ ଜଡିତ ଥାଆନ୍ତି ।

ଜୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳ ଆସନ୍ତା ମାସରେ ଅର୍ଥାତ୍ ଏପ୍ରିଲରେ ମୀନ ରାଶିରେ ପ୍ରବେଶ କରିବେ । ମୀନ ରାଶିରେ ମଙ୍ଗଳ ଗ୍ରହର ପ୍ରବେଶ କାରଣରୁ କେତେକ ରାଶିର ବ୍ୟକ୍ତି ବିଶେଷ ଉପକୃତ ହେବେ । କିଛି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିବ । ଆଜି ଆସନ୍ତୁ ଜାଣିବା ଆଗକୁ ହେବାକୁ ଥିବା ମଙ୍ଗଳଙ୍କ ରାଶି ପରିବର୍ତ୍ତନ କାରଣରୁ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳାଫଳ ମିଳିବ ।

ମେଷ
ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ କାରଣରୁ ମେଷ ରାଶିର ଲୋକଙ୍କୁ ଶୁଭଫଳ ମିଳିବ । କର୍ମକ୍ଷେତ୍ରରେ ଅନେକ ପ୍ରକାରର ପରିବର୍ତ୍ତନ ଘଟିବ । ଏହା ବ୍ୟତୀତ ଆୟର ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ଅଛି । ଆୟ ବୃଦ୍ଧି ହେତୁ ଆପଣ ଖୁସି ପ୍ରକାଶ କରିବେ । ଜମି ଏବଂ ସମ୍ପତ୍ତି କିଣିବାର ଇଚ୍ଛା ପୂରଣ ହେବାର ଅନେକ ସମ୍ଭାବନା ରହିଛି ।

ତୁଳା
ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଆପଣଙ୍କୁ ମଙ୍ଗଳ ଗ୍ରହ ପ୍ରଭାବରୁ ଶୁଭଫଳ ମିଳିବ । କୌଣସି ସ୍ଥାନରୁ ହଠାତ୍ ଧନ ପ୍ରାପ୍ତି ହୋଇପାରେ । ନୂତନ ବ୍ୟବସାୟ ଆରମ୍ଭ କରିବା ସମ୍ପର୍କରେ ଚିନ୍ତା କରିବେ । ବରିଷ୍ଠଙ୍କ ନିକଟରୁ ସମର୍ଥନ ପାଇବେ । ପୈତୃକ ସମ୍ପତ୍ତିରୁ ଆପଣଙ୍କୁ ଆର୍ଥିକ ଲାଭ ମିଳିବ ।

କୁମ୍ଭ
ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ଜୀବନରେ ଖୁସି ଆଣିଦେବ । ବିଶେଷ କରି କ୍ୟାରିୟର କ୍ଷେତ୍ରରେ ଅଧିକ ସଫଳତା ମିଳିବ । ବ୍ୟବସାୟରେ ହଠାତ୍ ପରିବର୍ତ୍ତନ ଦେଖିବେ । ଚାକିରି ସମ୍ବନ୍ଧୀୟ ଭଲ ଖବର ଆପଣ ନିକଟକୁ ଆସିପାରେ ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

Also Read- ଅବକାରୀ କର୍ମଚାରୀଙ୍କୁ ମହଙ୍ଗା ପଡିଲା ଚଢଉ, ଖାଇଲେ ନିସ୍ତୁକ ମାଡ

Also Read- Jupiter Transit 2024: ୧୨ ବର୍ଷ ପରେ ବୃହସ୍ପତି ଚଳନରୁ ୪ ରାଶିକୁ ବଡ଼ ଲାଭ