Mangal Gochar 2024: କୁମ୍ଭରେ ମଙ୍ଗଳ ଚଳନ, ଜାଣନ୍ତୁ କେଉଁ ରାଶିରେ ପଡିବ କି ପ୍ରଭାବ
Advertisement

Mangal Gochar 2024: କୁମ୍ଭରେ ମଙ୍ଗଳ ଚଳନ, ଜାଣନ୍ତୁ କେଉଁ ରାଶିରେ ପଡିବ କି ପ୍ରଭାବ

Mangal Rashi Parivartan 2024: ମଙ୍ଗଳ ଗ୍ରହକୁ ସାହସିକତା, ବିବାହ, ଜମି ସହିତ ଲିଙ୍କ୍ କରାଯାଇଛି । ମାର୍ଚ୍ଚ ୧୫ରେ ମଙ୍ଗଳ ଶନିଙ୍କ ରାଶି କୁମ୍ଭରେ ଚଳନ କରିବାକୁ ଯାଉଛି। ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଏହାର ପ୍ରଭାବ ପଡିବ ।

Mangal Gochar 2024: କୁମ୍ଭରେ ମଙ୍ଗଳ ଚଳନ, ଜାଣନ୍ତୁ କେଉଁ ରାଶିରେ ପଡିବ କି ପ୍ରଭାବ

Mangal Rashi Parivartan 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମଙ୍ଗଳ ବର୍ତ୍ତମାନ ମକର ରାଶିରେ ଅବସ୍ଥାନ କରିଛନ୍ତି । ମାର୍ଚ୍ଚ ୧୫, ୨୦୨୪ ରାତି ୫ଟା ୪୨ରେ ମଙ୍ଗଳ କୁମ୍ଭ ରାଶିରେ ଚଳନ କରିବେ । ସେଠାରେ ଏପ୍ରିଲ ୨୩- ୨୦୨୪ ସକାଳ ୮ଟା ୫୨ ପର୍ଯ୍ୟନ୍ତ ରହିବେ । ଶନିଙ୍କ ରାଶିରେ ମଙ୍ଗଳ ଚଳନ ସମସ୍ତ ୧୨ ଟି ରାଶି ଉପରେ ପ୍ରଭାବ ପକାଇବ । ଇନ୍ଦୋରର ଜ୍ୟୋତିଷ ପଣ୍ଡିତ ହିମାଂଶୁ ରାୟ ଚୁବେ ଏନେଇ ଅଧିକ ସୂଚନା ଦେଇଛନ୍ତି । ଆସନ୍ତୁ ଜାଣିବା କେଉଁ ରାଶି ଉପରେ କଣ ପ୍ରଭାବ ରହିବ ।

ମେଷ - ଆପଣ କ୍ୟାରିୟର କ୍ଷେତ୍ରରେ ନୂଆ ସୁଯୋଗ ପାଇବେ । ଧନ ବୃଦ୍ଧି ହେବାର ସମ୍ଭାବନା ରହିଛି । ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହଯୋଗରେ ଅର୍ଥନୈତିକ ପ୍ରଗତି ପାଇଁ ସୁଯୋଗ ମିଳିବ । ପରିବାର ମଧ୍ୟରେ ହସ ଖୁସିର ଜୁଆର ଖେଳିଯିବ । ବନ୍ଧୁମାନଙ୍କ ସହ ସମ୍ପର୍କ ନିବିଡ ହେବ । ପେଟ ସମ୍ବନ୍ଧୀୟ ସମସ୍ୟା ଆପଣଙ୍କୁ ଅସୁବିଧାରେ ପକାଇପାରେ । ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ ।

ବୃଷ- ମଙ୍ଗଳଙ୍କ ଚଳନ ସାମରିକ କ୍ଷେତ୍ର, କ୍ରୀଡା ଜଗତ ଏବଂ ରାଜନୀତି ସହ ଜଡିତ ବ୍ୟକ୍ତିଙ୍କୁ ସିଧାସଳଖ ପ୍ରଭାବିତ କରିବ । ନିଷ୍ପତ୍ତି ନେବା କ୍ଷେତ୍ରରେ ଆପଣ ଦ୍ୱନ୍ଦରେ ପଡିପାରନ୍ତି । ପିଲାମାନଙ୍କ ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ନେଇ ଚିନ୍ତିତ ହୋଇପାରନ୍ତି । ଯାନବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ ।

ମିଥୁନ- ଉଚ୍ଚ ପଦାଧିକାରୀଙ୍କ ସମର୍ଥନ ଆପଣଙ୍କୁ ମିଳିନପାରେ । କ୍ରୀଡା, ରାଜନୀତି ଏବଂ ମେକାନିକାଲ୍ ଇଞ୍ଜିନିୟରିଂ କ୍ଷେତ୍ର ବିଶେଷ ଲାଭ ପାଇବାର ସମ୍ଭାବନା ରହିଛି । ପିତାଙ୍କ ସହିତ ସମ୍ପର୍କରେ ତିକ୍ତତା ଆସିପାରେ । ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି । ଦୂରଯାତ୍ରା ଫଳପ୍ରଦ ହେବ । ପୁରୁଣା ଆଇନଗତ ବିବାଦର ସମାଧାନ ହୋଇପାରେ । ମାନସିକ ଚାପ ବଢିବ ।

କର୍କଟ- ଆପଣଙ୍କୁ ସାବଧାନର ସହିତ ସମୟ ଅତିକ୍ରମ କରିବା ଆବଶ୍ୟକ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କ୍ୟାରିୟର କ୍ଷେତ୍ରରେ ପଦୋନ୍ନତିରେ ବାଧା ସୃଷ୍ଟି ହୋଇପାରେ । ଆଇନଗତ ମାମଲାରେ ଜଡିତ ହୁଅନ୍ତୁ ନାହିଁ । ବିପରୀତ ଲିଙ୍ଗର ଲୋକଙ୍କ ସହ କଥାବାର୍ତ୍ତା କରିବା ସମୟରେ ସତର୍କ ରୁହନ୍ତୁ ।

ସିଂହ- ରାଜନୀତି କ୍ଷେତ୍ରରେ ଆପଣ ଲାଭ ପାଇବାର ସମ୍ଭାବନା ଅଛି । ମଙ୍ଗଳଙ୍କ ଚଳନରୁ ଆପଣ ଶୁଭଫଳ ପାଇବେ । ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି । ସମ୍ପତ୍ତି କ୍ରୟ ଏବଂ ବିକ୍ରୟରୁ ଲାଭ ମିଳିବ । ଷ୍ଟକ୍ ମାର୍କେଟରେ ବିନିଯୋଗ କରୁଥିବା ଲୋକ ଲାଭବାନ ହୋଇପାରନ୍ତି । କେଶ ଝଡ଼ିବା ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଦେଖାଦେଇପାରେ ।

କନ୍ୟା - କ୍ୟାରିୟର କ୍ଷେତ୍ରରେ ଏତେଟା ସଫଳତା ମିଳିବ ନାହିଁ । ଆପଣଙ୍କ ସାଥୀଙ୍କ ସହିତ ସମ୍ପର୍କରେ ତିକ୍ତତା ଆସିପାରେ । ଜ୍ୱର, ଚର୍ମ ସମ୍ବନ୍ଧୀୟ ରୋଗ, ଦୁର୍ଘଟଣା ଇତ୍ୟାଦିର ସାମ୍ନା କରିପାରନ୍ତି । ସ୍ୱାସ୍ଥ୍ୟପ୍ରତି ବିଶେଷ ଯତ୍ନବାନ ହୁଅନ୍ତୁ ।

ତୁଳା- ଏହି ଚଳନ ପ୍ରଭାବରେ ଆପଣଙ୍କ ସନ୍ତାନଙ୍କ ଭବିଷ୍ୟତ ପାଇଁ ଚିନ୍ତିତ ରହିପାରନ୍ତି । ବିରକ୍ତିକର ସ୍ୱଭାବ ଆସିପାରେ । ଚାକିରି କ୍ଷେତ୍ରରେ ଏତେଟା ଲାଭ ପାଇବେ ନାହିଁ । ବ୍ୟବସାୟରେ ଭଲ ଚାଲିଲେ ମଧ୍ୟ ଅଧିକ ଲାଭ ହେବ ନାହିଁ । ପାରିବାରିକ କ୍ଷେତ୍ରରେ ଅସୁବିଧାର ସାମ୍ନା କରିପାରନ୍ତି । ଥଣ୍ଡା, କାଶ ଏବଂ ଗୋଡରେ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇପାରେ ।

ବିଛା-  ଅକ୍ଲାନ୍ତ ପରିଶ୍ରମ କଲେ ମଧ୍ୟ ସଫଳତା ମିଳିବା ଅସମ୍ଭବ ପରି ମନେ ହେବ । ସରକାରୀ ଚାକିରି କରୁଥିଲେ ପଦୋନ୍ନତିର ସୁଯୋଗ ରହିଛି । ବ୍ୟବସାୟରେ ସନ୍ତୋଷଜନକ ସଫଳତା ମିଳିବ । ଆୟ କମ ବ୍ୟୟ ଅଧିକ ପରିସ୍ଥିତି ସୃଷ୍ଟି ହେବ । ପେଟ ଏବଂ ପିଠି ଯନ୍ତ୍ରଣା ଦେଖାଦେଇପାରେ । ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ବ୍ୟଥିତ କରିପାରେ ।

ଧନୁ - ଆପଣଙ୍କ ପାଇଁ ସକରାତ୍ମକ ଫଳାଫଳ ରହିଛି । ଚାକିରିରେ ଅଗ୍ରଗତି କରିବାର ସୁଯୋଗ ମିଳିବ । ବିଦେଶରେ ନିଯୁକ୍ତି ସୁଯୋଗ ରହିଛି । ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବ । ପ୍ରତିଯୋଗିତାରେ ମଧ୍ୟ ସଫଳତାର ସୁଯୋଗ ରହିଛି । ଜୀବନସାଥୀ ସହିତ ସମ୍ପର୍କରେ ମଧୁରତା ଭରିଯିବ । ପିତାଙ୍କ ଚିକିତ୍ସା ନିମନ୍ତେ ଟଙ୍କା ଖର୍ଚ୍ଚ ହୋଇପାରେ ।

ମକର- ବ୍ୟକ୍ତିଗତ ବିକାଶରେ ବାଧା ଉପୁଜିପାରେ । କ୍ୟାରିୟର ଦୃଷ୍ଟିକୋଣରୁ ଏହି ସମୟ ସ୍ୱାଭାବିକ ରହିବ । ଅତ୍ୟଧିକ ଖର୍ଚ୍ଚ କରିବା କାରଣରୁ ଆର୍ଥିକ ସଙ୍କଟ ଦେଖାଦେଇପାରେ । ବାଦ ବିବାଦରୁ ଦୂରେଇ ରହିବା ଆପଣଙ୍କ ପାଇଁ ଭଲ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । ଗୋଡ ଏବଂ ଆଣ୍ଠୁରେ ଯନ୍ତ୍ରଣା, ପେଟ ସମ୍ବନ୍ଧୀୟ ରୋଗ ଆପଣଙ୍କୁ ବ୍ୟଥିତ କରିପାରେ ।

କୁମ୍ଭ- କ୍ୟାରିୟର ଦୃଷ୍ଟିକୋଣରୁ ମଙ୍ଗଶ ଚଳନ ଆପଣଙ୍କ ପାଇଁ ଶୁଭ । ଚାକିରିରେ ନୂଆ ସୁଯୋଗ ମିଳିପାରେ । ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି । ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ଜୀବନସାଥୀଙ୍କ ସହ ପ୍ରେମ ବଢିବ ।

ମୀନ- ଏହି ଚଳନ ଆପଣଙ୍କ ଚାକିରୀ ଜୀବନରେ ଉନ୍ନତୀ ଆଣିବ । ପଦୋନ୍ନତି ଏବଂ ଆର୍ଥିକ ଅଗ୍ରଗତି ହେବାର ସୁଯୋଗ ରହିଛି । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ । ଜୀବନରେ ସୁଖ ଏବଂ ସମୃଦ୍ଧି ଭରିଯିବ ।

Also Read- ସଭାପତିଙ୍କ ଦୃଢ଼ୋକ୍ତି- ବିଜେପି ଲଢ଼ିବ ଏକାକୀ

Also Read- Rahu-Ketu Gochar 2024: ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ପ୍ରଭାବରୁ ୩ରାଶିକୁ ବଡ଼ ସଙ୍କଟ