Horoscope for 31st May 2022 : ପଡୋଶୀଙ୍କ ସହ ସମ୍ପର୍କରେ ତିକ୍ତତା ଆସିବ, ମନ ବିଷର୍ଣ୍ଣ ରହିବ
Advertisement
Article Detail0/zeeodisha/odisha1202772

Horoscope for 31st May 2022 : ପଡୋଶୀଙ୍କ ସହ ସମ୍ପର୍କରେ ତିକ୍ତତା ଆସିବ, ମନ ବିଷର୍ଣ୍ଣ ରହିବ

ଯେକୌଣସି ପରୀକ୍ଷାର ସମ୍ମୁଖୀନ ହେଲେ ବି; ସେଥିରେ ସଫଳତା ଲାଭ ଦୀକ୍ଷିତ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । କୃଷିକର୍ମକାରୀ ହେବେ । ଆୟ ଉତ୍ତମ ହେବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ଦେଖାଦେବ । କଥାବାର୍ତ୍ତାରେ ସଂଯମତା ରଖି ଚଳନ୍ତୁ ।

ପ୍ରତିକାତ୍ମକ ଫଟୋ

Horoscope for 31st May 2022 : ମେଷ: ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସାମ୍ନା କରିବେ । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ । କାର୍ଯ୍ୟାଳୟରେ କାର୍ଯ୍ୟଭାର ବୃଦ୍ଧି ପାଇବ । ବାଦ ବିବାଦ ଦେଖାଦେବ । ଶତ୍ରୁ ବୃଦ୍ଧି ପାଇବେ । ଖର୍ଚ୍ଚାନ୍ତ ହେବେ । ମନ ଅଶାନ୍ତି ରହିବ ।  ପଡୋଶୀଙ୍କ ସହ ସମ୍ପର୍କରେ ତିକ୍ତତା ଆସିବ । ବ୍ୟବସାୟ ସ୍ୱଳ୍ପ ଲାଭଯୁକ୍ତ ହେବ । କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ ।

ବୃଷ: ଦାନ ଧର୍ମ ପ୍ରତି ମନ ବଳିବ । କର୍ତ୍ତବ୍ୟ ନିଷ୍ଠ ହେବେ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ । ପାରିବାରିକ ସୁଖଶାନ୍ତି ଉପଭୋଗ କରିବେ ।

ମିଥୁନ: ଶରୀର ଆରୋଗ୍ୟ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ପ୍ରତିଯୋଗିତା ମନୋଭାବ ନେଇ କାର୍ଯ୍ୟ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଅକସ୍ମାତ ସୁସମ୍ବାଦ ପ୍ରାପ୍ତ ହେବ । ବିଭିନ୍ନ ସୂତ୍ରରୁ ଆୟର ଯୋଗ ରହୁଛି ।

କର୍କଟ: ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ଉପଲବ୍ଧି ହେବ । ଆୟ ଆଶାନୁରୂପକ ହେବ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତି ହେବ । ବ୍ୟବସାୟରେ ସଫଳତା ପାଇବେ ।

Also Read: Savitri Brata : ପବିତ୍ରତା ଆଗରେ ସ୍ୱୟଂ ଯମରାଜ ବି ପରାସ୍ତ!

ସିଂହ: କର୍ତ୍ତବ୍ୟ ନିଷ୍ଠ ହେବେ । ଆୟ ଅବ୍ୟାହତ ରହିବ । ନୂତନ ଦ୍ରବ୍ୟ ଲାଭ ଯୋଗ ରହିଛି । ଉଚ୍ଚ ଆସା ସଫଳ ହେବ । ପାରିବାରିକ ଜୀବନ ଭୋଗବିଳାସରେ କଟିବ । ମନ ପ୍ରସନ୍ନ ରହିବ । ପ୍ରିୟଜନଙ୍କ ଠାରୁ ଶୁଭ ଖବର ମିଳିବ ।

କନ୍ୟା: ଅନ୍ୟକୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ ବ୍ୟବସାୟୀଙ୍କ ଦୃଷ୍ଟିକୋଣରୁ ଦିନଟି ଉତ୍ତମ ଅଟେ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନୋନିବେଶ କରିବେ । । କର୍ମ କ୍ଷେତ୍ରରେ ଉତ୍ସାହ ସହ କାର୍ଯ୍ୟ ତୁଳାଇବେ ।

ତୁଳା: ଯେକୌଣସି ପରୀକ୍ଷାର ସମ୍ମୁଖୀନ ହେଲେ ବି; ସେଥିରେ ସଫଳତା ଲାଭ ଦୀକ୍ଷିତ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । କୃଷିକର୍ମକାରୀ ହେବେ । ଆୟ ଉତ୍ତମ ହେବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ଦେଖାଦେବ । କଥାବାର୍ତ୍ତାରେ ସଂଯମତା ରଖି ଚଳନ୍ତୁ ।

ବିଛା: ଜୀବନ ଆନନ୍ଦମୟ ହେବ । ମାନ ସମ୍ମାନ ମିଳିବ । ବନ୍ଧୁ ସହଯୋଗ ପ୍ରାପ୍ତ ହେବ । ଅକସ୍ମାତ ଧନ ଲାଭର ସୂଚନା ମିଳୁଛି । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଲିଖନ ପଠନରେ ଅଧିକାଂଶ ସମୟ ବିତିବ ।

Also Read: ଆପଣଙ୍କ ବି ଝଡ଼ୁଛି କି କେଶ? ତେବେ ନିଜ ଖାଇବାରେ ସାମିଲ କରନ୍ତୁ ଏହି ୩ଟି ଜିନିଷ

ଧନୁ: ଅସୁସ୍ଥତାରୁ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସଫଳତା ପାଇବେ । ଆର୍ଥିକ ସ୍ଥିତି ଅନୁକୂଳ ରହିବ । ବନ୍ଧୁ ସୂତ୍ରରୁ ଲାଭବାନ ହେବେ । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭମୟ ଅଟେ ।

ମକର: ମନ ବିଷର୍ଣ୍ଣ ରହିବ । କର୍ମ କ୍ଷେତ୍ରରେ ଅଶାନ୍ତିର ବାତାବରଣ ଦେଖାଦେବ । ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଡାକ୍ତରଙ୍କ ପରାମର୍ଶ ଲୋଡିବେ । କାର୍ଯ୍ୟାଳୟରେ କାର୍ଯ୍ୟଭାର ବୃଦ୍ଧି ପାଇବ । ଦୁଶ୍ଚିନ୍ତା ଦେଇ ଗତି କରିବେ । ଶାରୀରିକ କିମ୍ବା ମାନସିକ ଆଘାତ ପାଇବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ ।  ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ: ପୂଜା ଅର୍ଚ୍ଚନା ପାଇଁ ମନ ବଳିବ । କର୍ତ୍ତବ୍ୟ ନିଷ୍ଠ ହେବେ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ଆୟ ଅବ୍ୟାହତ ରହିବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ପାଇବେ ।

ମୀନ: ମନ ପ୍ରଫୁଲ୍ଲ ରହିବ । ସ୍ୱାସ୍ଥ୍ୟ ସଚେତନ ହେବେ । ବନ୍ଧୁବାନ୍ଧବଙ୍କ ଗହଣରେ ଦିନ କାଟିବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ଅର୍ଥ ଓ ସମ୍ମାନ ମିଳିବ । ସାମାଜିକ ପ୍ରତିଷ୍ଠା ଅକ୍ଷୂର୍ଣ୍ଣ ରହିବ ।