Horoscope of 27th September 2022: ଆଜି ଜଗିରଖି ଚଳନ୍ତୁ, ଦାମ୍ପତ୍ୟ ଜୀବନରେ ଅଶାନ୍ତି ଆସିପାରେ
Advertisement

Horoscope of 27th September 2022: ଆଜି ଜଗିରଖି ଚଳନ୍ତୁ, ଦାମ୍ପତ୍ୟ ଜୀବନରେ ଅଶାନ୍ତି ଆସିପାରେ

Horoscope of 27th September 2022: ଶରୀରରେ ସାମାନ୍ୟ ପିଡା ଦେଖାଦେଇପାରେ। ମନ ମଧ୍ୟ ବିଚଳିତ ହେବାର ସମ୍ଭାବନା ରହିଛି। ଜଗିରଖି ନଚଳିଲେ ଅସୁବିଧାରେ ପଡିବେ। ଦୂରଯାତ୍ରା କରନ୍ତୁ ନାହିଁ। କାହା ସହ ଶତୃତା କରନ୍ତୁ ନାହିଁ।

Horoscope of 27th September 2022: ଆଜି ଜଗିରଖି ଚଳନ୍ତୁ, ଦାମ୍ପତ୍ୟ ଜୀବନରେ ଅଶାନ୍ତି ଆସିପାରେ

Horoscope of 27th September 2022: ମେଷ: ଦିନଟିରେ ଆପଣଙ୍କ ଦେହ ସୁସ୍ଥ ରହିବ। ମାନସିକ ଶାନ୍ତି ଫେରିପାଇବେ। ଦୂରଯାତ୍ରାର ମଧ୍ୟ ଯୋଗ ରହୁଛି। ବିଳମ୍ୱରେ ହେଲେ ବି କାର୍ଯ୍ୟ ସଫଳ ହେବ।  ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିବେ

ବୃଷ: ଦେହ ସାମାନ୍ୟ ଅସୁସ୍ଥ ରହିଲେ ମଧ୍ୟ ମନ ଭଲ ରହିବ। ଦୂରଯାତ୍ରା ବିପଜ୍ଜନକ ହୋଇପାରେ। ଜଗିରଖି ଚଳିବାର ଦିନଟିଏ। ସାବଧାନତା ଅବଲମ୍ୱନ ନକଲେ ବିପଦରେ ପଡିବେ। ଛାତ୍ରଛାତ୍ରୀ ପଢାପଢିରେ ଧ୍ୟାନ ଦେବେ।

ମିଥୁନ: ଦେହ ଓ ମନ ଭଲ ରହିବ। ମହିଳା ମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ। ଯାନବାହନ କ୍ରୟ କରିପାରନ୍ତି। ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତି ହେବ। ଦୂରଯାତ୍ରା ସଫଳ ହେବ।

କର୍କଟ: ଦେହ ଭଲ ରହିବ। ମନରେ ସ୍ଥିରତା ଆସିବ। ଦୂରଯାତ୍ରା ସଫଳ ହେବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ମଧ୍ୟ ଦୂରଯାତ୍ରାର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ପରିକ୍ଷାରେ କୃତକାର୍ଯ୍ୟ ହେବେ।

Also Read: Purple Tomato: ମଧୁମେହ ଓ କ୍ୟାନ୍ସରରୁ ରକ୍ଷା କରିବ ବାଇଗଣୀ ଟମାଟୋ, ଲ୍ୟାବରେ ପ୍ରସ୍ତୁତ କଲେ ବୈଜ

ସିଂହ: ଶରୀରରେ ସାମାନ୍ୟ ପିଡା ଦେଖାଦେଇପାରେ। ମନ ମଧ୍ୟ ବିଚଳିତ ହେବାର ସମ୍ଭାବନା ରହିଛି। ଜଗିରଖି ନଚଳିଲେ ଅସୁବିଧାରେ ପଡିବେ। ଦୂରଯାତ୍ରା କରନ୍ତୁ ନାହିଁ। କାହା ସହ ଶତୃତା କରନ୍ତୁ ନାହିଁ।

କନ୍ୟା: ଦେହ ଭଲ ରହିବ ନାହିଁ। ଉଦାସିନତା ମନୋଭାବ ରହିବ। କର୍ମକ୍ଷେତ୍ରରେ ପ୍ରତିଦ୍ୱନ୍ଦି ବିଜୟ ହାସଲ କରିବେ। ଇଶ୍ୱରଙ୍କ ପ୍ରତି ଆସ୍ଥା ବଢିବ। ଦାମ୍ପତ୍ୟ ଜୀବନରେ ମଧ୍ୟ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ।

ତୁଳା: ଉଭୟ ଦେହ ଓ ମନ ଭଲ ରହିବ। କର୍ମକ୍ଷେତ୍ରରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ଆଇନ୍ ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯିବ। ପରିକ୍ଷାରେ କୃତକାର୍ଯ୍ୟ ହେବେ। ବ୍ୟବସାୟ ପାଇଁ ଦୂରଯାତ୍ରା କରିପାରନ୍ତି।

ବିଛା: ମନ ଭଲ ରହିବା ସହ ଶରୀର ସୁସ୍ଥ ରହିବ। ବ୍ୟବସାୟରେ ଲାଭବାନ ହେବେ। ପୂଜାର୍ଚ୍ଚନା ପ୍ରତି ମନ ବଳିବ। ସୁସ୍ୱାଦୁ ଭୋଜନ ପ୍ରାପ୍ତି ହୋଇପାରେ। ସହକର୍ମୀଙ୍କ ସହାୟତାରେ ଆଗକୁ ବଢିବେ।

Also Read: Odisha Weather Update: ରାଜ୍ୟରେ ସକ୍ରିୟ ଘୂର୍ଣ୍ଣିବଳୟ, ଫିକା ପଡ଼ିପାରେ ପାର୍ବଣ ମାହୋଲ

ଧନୁ: ଦେହ ପୂର୍ବପରି ରହିବ । କିନ୍ତୁ ମନ ସାମାନ୍ୟ ବିଚଳିତ ହୋଇପାରେ। ଆଧ୍ୟାତ୍ମିକ ଭାବନା ସୃଷ୍ଟିହେବ । ପରିବାର ସହ ଦୂରସ୍ଥାନକୁ ଭ୍ରମଣ କରିବାର ଯୋଜନା କରିବେ। ପ୍ରେମ ସମ୍ପର୍କ ସୁମଧୁର ହେବ।

ମକର: ଶରୀର ସୁସ୍ଥ ଓ ମନ ଭଲ ରହିବ। କର୍ମକ୍ଷେତ୍ରରେ ନୂତନ କାର୍ଯ୍ୟଶୈଳୀ ଆପଣାଇବେ। ବ୍ୟବସାୟରେ ଲାଭବାନ ହେବେ। ଦୂରଯାତ୍ରା ବିଶେଷ ଫଳପ୍ରଦ ହୋଇନପାରେ। ଛାତ୍ରଛାତ୍ରୀଙ୍କ ପାଇଁ ସଫଳତାର ସମ୍ଭାବନା ରହିଛି।

କୁମ୍ଭ: ପୂର୍ବାପେକ୍ଷା ଦେହ ଭଲ ରହିବ। ମାନସିକ ଶାନ୍ତି ମିଳିବ। ବ୍ୟବସାୟରେ ଖର୍ଚ୍ଚ କମ୍ ଓ ଲାଭ ଅଧିକ ହେବ। ପାରିବାରିକ ନୀତି ନିୟମ ମାନି ଚଳିବାକୁ ବାଧ୍ୟ ହେବେ। ପରିବାର ସହ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। 

ମୀନ: ଶାରିରିକ ପିଡାରୁ ମୁକ୍ତି ପାଇବେ। ଘରୋଇ ବିବାଦକୁ ନେଇ ମନ ସାମାନ୍ୟ ଖରାପ ହୋଇପାରେ।  ଛାତ୍ରଛାତ୍ରୀ ଖେଳକୁଦରେ ମନ ଦେବେ। ଦୂରଯାତ୍ରା ଫଳପ୍ରଦ ହେବ। ବ୍ୟବସାୟରେ ଭଲ ଲାଭ ହେବ।