Guru Rohini Nakshatra Gochar: ଗୁରୁ ନକ୍ଷତ୍ର ପରିବର୍ତ୍ତନ କାରଣରୁ ବୃତ୍ତି, ସ୍ୱାସ୍ଥ୍ୟ ଏବଂ ପ୍ରେମ ଉପରେ ପ୍ରଭାବ
Advertisement
Article Detail0/zeeodisha/odisha2284284

Guru Rohini Nakshatra Gochar: ଗୁରୁ ନକ୍ଷତ୍ର ପରିବର୍ତ୍ତନ କାରଣରୁ ବୃତ୍ତି, ସ୍ୱାସ୍ଥ୍ୟ ଏବଂ ପ୍ରେମ ଉପରେ ପ୍ରଭାବ

Guru Rohini Nakshatra Gochar: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରୋହିଣୀ ନକ୍ଷତ୍ରରେ ବୃହସ୍ପତିଙ୍କ ଚଳନ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଛି । ବୃହସ୍ପତିଙ୍କ ଚଳନ ଧନ, ସମୃଦ୍ଧତା ଏବଂ ଭାଗ୍ୟ ବୃଦ୍ଧି ପାଇଁ ନୂତନ ସୁଯୋଗ ପ୍ରଦାନ କରିଥାଏ । ଏହି ନିର୍ଦ୍ଦିଷ୍ଟ ଅବଧିରେ, ସଠିକ୍ ଏବଂ ଶୁଭ କାର୍ଯ୍ୟ କରି ଅର୍ଥର ପ୍ରବାହକୁ ଆପଣ ବହୁଗୁଣିତ କରିପାରିବେ । ଧନ ବ୍ୟତୀତ ଏହି ପରିବର୍ତ୍ତନ ପ୍ରଭାବରୁ ସାମାଜିକ ସ୍ଥିତି, ଆଧ୍ୟାତ୍ମିକ ଏବଂ ଧାର୍ମିକ ବିକାଶ ପାଇଁ ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ ।

Guru Rohini Nakshatra Gochar: ଗୁରୁ ନକ୍ଷତ୍ର ପରିବର୍ତ୍ତନ କାରଣରୁ ବୃତ୍ତି, ସ୍ୱାସ୍ଥ୍ୟ ଏବଂ ପ୍ରେମ ଉପରେ ପ୍ରଭାବ

Guru Rohini Nakshatra Gochar: ଗୁରୁ ବୃହସ୍ପତି ହେଉଛନ୍ତି ସମସ୍ତ ନବ ଗ୍ରହଙ୍କ ମଧ୍ୟରୁ ସବୁଠାରୁ ଶୁଭ ଗ୍ରହ । ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ସମେତ ନକ୍ଷତ୍ର ପରିବର୍ତ୍ତନ ମଧ୍ୟ ସମସ୍ତ ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ବିଭିନ୍ନ ପ୍ରଭାବ ପକାଇଥାଏ । ବର୍ତ୍ତମାନ ବୃହସ୍ପତି କୃତିକା ନକ୍ଷତ୍ରରେ ଚଳନ  କରୁଛନ୍ତି । ଯାହାର ଆରାଧ୍ୟ ହେଉଛନ୍ତି ସୂର୍ଯ୍ୟ।  ଜୁନ୍ ୧୩, ୨୦୨୪ ସକାଳ ୬ଟା୨୭ ରେ ବୃହସ୍ପତି ଏହି ନକ୍ଷତ୍ରରୁ ବାହାରି ରୋହିଣୀରେ ପ୍ରବେଶ କରିବେ । ଯାହାର ଆରାଧ୍ୟ ହେଉଛନ୍ତି ଚନ୍ଦ୍ର ଏବଂ ବ୍ରହ୍ମା । ଆସନ୍ତୁ ଜାଣିବା, ରୋହିଣୀ ନକ୍ଷତ୍ରରେ ବୃହସ୍ପତିଙ୍କ ଚଳନ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କେଉଁ ସବୁ କ୍ଷେତ୍ରରେ ପ୍ରଭାବ ପକାଇବ ।

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରୋହିଣୀ ନକ୍ଷତ୍ରରେ ବୃହସ୍ପତିଙ୍କ ଚଳନ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଛି । ବୃହସ୍ପତିଙ୍କ ଚଳନ ଧନ, ସମୃଦ୍ଧତା ଏବଂ ଭାଗ୍ୟ ବୃଦ୍ଧି ପାଇଁ ନୂତନ ସୁଯୋଗ ପ୍ରଦାନ କରିଥାଏ । ଏହି ନିର୍ଦ୍ଦିଷ୍ଟ ଅବଧିରେ, ସଠିକ୍ ଏବଂ ଶୁଭ କାର୍ଯ୍ୟ କରି ଅର୍ଥର ପ୍ରବାହକୁ ଆପଣ ବହୁଗୁଣିତ କରିପାରିବେ । ଧନ ବ୍ୟତୀତ ଏହି ପରିବର୍ତ୍ତନ ପ୍ରଭାବରୁ ସାମାଜିକ ସ୍ଥିତି, ଆଧ୍ୟାତ୍ମିକ ଏବଂ ଧାର୍ମିକ ବିକାଶ ପାଇଁ ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ ।

ବ୍ୟବସାୟ ଉପରେ ପ୍ରଭାବ
ରୋହିଣୀ ନକ୍ଷତ୍ରରେ ବୃହସ୍ପତିଙ୍କ ଚଳନ କାରଣରୁ ବ୍ୟବସାୟରେ ବିକାଶ ହେବାର ସମ୍ଭାବନା ଅଛି । କର୍ମଚାରୀଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ଋଣ ଭାରରୁ ଆପଣଙ୍କୁ ମୁକ୍ତି ମିଳିବ । ବ୍ୟବସାୟ ବିସ୍ତାର ହେବାର ସମ୍ଭାବନା ରହିଛି ଅଛି |

ବୃତ୍ତି ଉପରେ ପ୍ରଭାବ
ରୋହିଣୀ ନକ୍ଷତ୍ରରେ ବୃହସ୍ପତିଙ୍କ ଚଳନ କ୍ୟାରିୟର କ୍ଷେତ୍ରରେ ବିଶେଷ ଫଳପ୍ରଦ ହୋଇପାରେ । ଛାତ୍ରମାନଙ୍କ ଆତ୍ମବିଶ୍ୱାସ ଏବଂ ବ୍ୟକ୍ତିତ୍ୱରେ ଏକ ନୂଆ ଝଲକ ଦେଖିବାକୁ ମିଳିବ । ଅଧ୍ୟୟନ ପ୍ରତି ଆଗ୍ରହ ବଢିବ । ବୟସ୍କ ଏବଂ ଶିକ୍ଷକମାନଙ୍କଠାରୁ ସହାୟତା ପାଇବେ । ଶିକ୍ଷାଗତ ବ୍ୟବସାୟ ସହିତ ଜଡିତ ଅନୁଷ୍ଠାନଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ଭଲ ଲାଭ ପାଇବେ ।

ସ୍ୱାସ୍ଥ୍ୟ ଉପରେ ପ୍ରଭାବ
ରୋହିନୀ ନକ୍ଷତ୍ରରେ ବୃହସ୍ପତିଙ୍କ ଚଳନ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ସହାୟକ ହେବ । ଖାଦ୍ୟପେୟ ସଠିକ ରହିବ । ପୁରୁଣା ରୋଗରୁ ମୁକ୍ତି ପାଇବେ । ମାନସିକ ଶକ୍ତି ସହିତ ଶାରୀରିକ ଶକ୍ତି ବୃଦ୍ଧି ପାଇବ ।

ପ୍ରେମ ସମ୍ପର୍କ
ରୋହିଣୀ ନକ୍ଷତ୍ରରେ ବୃହସ୍ପତିର ଚଳନ ପ୍ରେମ ଜୀବନ ଏବଂ ସମ୍ପର୍କରେ ସନ୍ତୁଳନ ଏବଂ ସ୍ଥିରତା ଆଣିବ । ଦ୍ୱିପାକ୍ଷିକ ସମ୍ମାନ ବୃଦ୍ଧି ପାଇବ । ବୈବାହିକ ସୁଖ ବୃଦ୍ଧି ପାଇବ । ଜୀବନ ସାଥୀଙ୍କ ସହିତ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ । ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Lucky Zodiac Sign: ଜୁନ ୮ରେ ଶନି ଶଶା ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ