Budh Gochar 2024: କ୍ୟାରିୟର ସହ ବ୍ୟବସାୟରେ ସଫଳତା ପାଇବେ ଏହି ରାଶିର ବ୍ୟକ୍ତି
Advertisement
Article Detail0/zeeodisha/odisha2229094

Budh Gochar 2024: କ୍ୟାରିୟର ସହ ବ୍ୟବସାୟରେ ସଫଳତା ପାଇବେ ଏହି ରାଶିର ବ୍ୟକ୍ତି

Budh Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମେ ୧୦ ତାରିଖରେ ବୁଧ ମେଷ ରାଶିରେ ଚଳନ କରିବେ । ଯାହା ସମସ୍ତ ୧୨ ଟି ରାଶି ଉପରେ ପ୍ରଭାବ ପକାଇବ ।

Budh Gochar 2024: କ୍ୟାରିୟର ସହ ବ୍ୟବସାୟରେ ସଫଳତା ପାଇବେ ଏହି ରାଶିର ବ୍ୟକ୍ତି

Budh Gochar 2024 in Mesh Rashi: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୌରମଣ୍ଡଳରେ ଘଟୁଥିବା ପ୍ରତ୍ୟକ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ । ଗ୍ରହ ଗୁଡିକ ରାଶି ପରିବର୍ତ୍ତନ କରିବାର ପ୍ରଭାବ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ପଡିଥାଏ । ବୈଦିକ କ୍ୟାଲେଣ୍ଡର ଅନୁଯାୟୀ, ମେ ୧୦ ତାରିଖରେ ବୁଧ ମୀନ ରାଶିରୁ ବାହାରି ମେଷ ରାଶିରେ ଚଳନ କରିବେ ।

ବୁଧଙ୍କୁ ବୁଦ୍ଧି, ତର୍କ, ବ୍ୟବସାୟ ଏବଂ କାର୍ଯ୍ୟରେ ସଫଳତା ପାଇଁ ଦାୟୀ କରାଯାଇଥାଏ । ବୁଧଙ୍କ ରାଶି ପରିବର୍ତ୍ତନ ସମସ୍ତ ୧୨ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଉଭୟ ସକରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇବ । କିନ୍ତୁ ଏହି ସମୟ ମଧ୍ୟରେ କେତେକ ରାଶିର ବ୍ୟକ୍ତି ଅର୍ଥନୈତିକ, ବ୍ୟବସାୟ ଏବଂ ବୃତ୍ତିଗତ କ୍ଷେତ୍ରରେ ବିଶେଷ ଲାଭ ପାଇପାରେ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କୁ ବୁଧଙ୍କ ଚଳନ ଲାଭଦାୟକ ହେବ ।

ମେଷ ରାଶି
ଆପଣଙ୍କ ଉପରେ ବୁଧଙ୍କ ସକରାତ୍ମକ ପ୍ରଭାବ ପଡିବ । ଏହି ସମୟ ମଧ୍ୟରେ ଆପଣଙ୍କୁ ନୂତନ ଆୟର ଉତ୍ସ ମିଳିବ । କର୍ମକ୍ଷେତ୍ରରେ ଥିବା ସମସ୍ତ ବାଧା ମଧ୍ୟ ଦୂର ହୋଇଯିବ । ଯେଉଁମାନେ ନୂଆ ଚାକିରି ସନ୍ଧାନରେ ଅଛନ୍ତି ସେମାନଙ୍କୁ ସଫଳତା ମିଳିବ । ବ୍ୟବସାୟ କ୍ଷେତ୍ରରେ ସକରାତ୍ମକ ଫଳ ପାଇବେ । ଆପଣ ଜୀବନସାଥୀଙ୍କ ସମେତ ନିଜ ପରିବାରରୁ ସମର୍ଥନ ପାଇବେ । କଠିନ ପରିଶ୍ରମ କରୁଥିବା ଲୋକଙ୍କୁ ଆଶାଠୁ ଅଧିକ ଫଳ ମିଳିବ । ଆପଣଙ୍କ ବ୍ୟକ୍ତିତ୍ୱ ସମାଜରେ ଅଧିକ ପ୍ରଭାବ ପକାଇବ । ନିଜ ମିଠା ବକ୍ତବ୍ୟ ପାଇଁ ଆପଣ ପ୍ରଶଂସାର ପାତ୍ର ହେବେ ।

ସିଂହ ରାଶି
ଆପଣଙ୍କ ପାଇଁ ବୁଧଙ୍କ ଚଳନ ଶୁଭ ପ୍ରମାଣିତ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ଆପଣଙ୍କର ଆୟ ବୃଦ୍ଧି ହୋଇପାରେ । କ୍ୟାରିୟରରେ ଆପଣ ସଫଳତା ପାଇପାରିବେ । ଶିକ୍ଷା ପରେ ତୁରନ୍ତ ଚାକିରି ମିଳିବାର ସମ୍ଭାବନା ରହିଛି । ଆର୍ଥିକ କ୍ଷେତ୍ରରେ ଆପଣ ଉନ୍ନତୀ କରିବେ । ବ୍ୟବସାୟରେ ଆଶାଠୁ ଅଧିକ ଲାଭ ମିଳିପାରେ । ଆର୍ଥିକ ସ୍ଥିତି ସୁଦୃଢ ହେବ । ଏହି ସମୟ ମଧ୍ୟରେ ଆପଣ ପରିବାର ସଦସ୍ୟଙ୍କ ସମେତ ନିଜ ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ । ଆପଣଙ୍କ ମନ ଖୁସି ରହିବ ।

ତୁଳା ରାଶି
ଆପଣଙ୍କ ପାଇଁ ବୁଧଙ୍କ ଚଳନ ଅତ୍ୟନ୍ତ ଅନୁକୂଳ ପ୍ରମାଣିତ ହେବ । ଆପଣ କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ପାଇପାରନ୍ତି । ଆପଣଙ୍କର ଆୟ ବଢିବାର ସମ୍ଭାବନା ରହିଛି । ନୂତନ ଆୟର ଉତ୍ସ ଆପଣ ପାଇବେ । ଏହି ସମୟ ମଧ୍ୟରେ ଆପଣ ନେଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଭଙ୍କର ସାବ୍ୟସ୍ତ ହେବ । ବ୍ୟବସାୟରେ ଆପଣ ଭଲ ଲାଭ ପାଇବେ । ବିଦେଶରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସଫଳତାର ସୁଯୋଗ ରହିଛି । ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆପଣଙ୍କର ସମସ୍ତ ଭାବନା ସକରାତ୍ମକ ରହିବ । କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରି ପ୍ରଶଂସିତ ହେବେ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Guru Gochar 2024: ମଇ ୧ରେ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ, ଏହି ରାଶି ଉପରେ ପଡିବ ପ୍ରଭାବ

Also Read- Shani Nakshatra Parivartan: ମଇ ୧୨ରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ୩ରାଶିକୁ ଲାଭ