Navratri 2023: ମାତ୍ର ୨ଟି ଲବଙ୍ଗ ନବରାତ୍ରୀରେ ବଦଳାଇବ ଆପଣଙ୍କ ଭାଗ୍ୟ
Advertisement
Article Detail0/zeeodisha/odisha1909214

Navratri 2023: ମାତ୍ର ୨ଟି ଲବଙ୍ଗ ନବରାତ୍ରୀରେ ବଦଳାଇବ ଆପଣଙ୍କ ଭାଗ୍ୟ

Navratri 2023: ମାଆ ଦୁର୍ଗାଙ୍କୁ ଖୁସି କରିବା ଏବଂ ଅପାର କରୁଣା ପାଇବା ପାଇଁ ନବରାତ୍ରୀ ସମୟରେ ସ୍ୱତନ୍ତ୍ର ପୂଜା କରାଯାଇଥାଏ । ଯଦି ସେହି ସମୟରେ ଏହି ଉପାୟରେ ଲବଙ୍ଗ ବ୍ୟବହାର କରିବେ ତେବେ ଆପଣଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବ ।

Navratri 2023: ମାତ୍ର ୨ଟି ଲବଙ୍ଗ ନବରାତ୍ରୀରେ ବଦଳାଇବ ଆପଣଙ୍କ ଭାଗ୍ୟ

Navratri 2023: ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ମାତ୍ର ଆଉ ଅଳ୍ପଦିନ ବାକି ଅଛି । ନବରାତ୍ରୀର ୯ ଦିନରେ ମାଆ ଦୁର୍ଗାଙ୍କ ନିକଟରେ ୯ ପ୍ରକାରର ବିଶେଷ ପୂଜା (Special worship) କରାଯାଇଥାଏ । ୯ ଦିନ ମଧ୍ୟରେ ମାଆ ଦୁର୍ଗାଙ୍କୁ ଖୁସି କରିବା ପାଇଁ ଭକ୍ତମାନେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥାନ୍ତି । ଯାହାଦ୍ୱାରା ମାତା ଦୁର୍ଗାଙ୍କ କରୁଣା ମିଳିଥାଏ ଓ ମନର ଇଚ୍ଛା ପୂରଣ ହୁଏ । ମାଆ ଦୁର୍ଗାଙ୍କ ଆଶୀର୍ବାଦ ଜୀବନରେ ସୁଖ ଏବଂ ସମୃଦ୍ଧତା (Happiness and prosperity) ଭରିଦେଇଥାଏ । ପ୍ରତ୍ୟକ ଅସୁବିଧା ଦୂର ହୋଇଯାଏ । ଆଜି ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ର (Astrology)ରେ ଥିବା କିଛି ପ୍ରତିକାର ବିଷୟରେ କହିବୁ ଯାହା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିଦେବ । ନବରାତ୍ରୀ ସମୟରେ ଆପଣ ସେହି ଉପାୟ ଅବଲମ୍ୱନ କରିବା ଦ୍ୱାରା ଆପଣଙ୍କୁ ଅନେକ ଲାଭ (Many benefits) ମିଳିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନବରାତ୍ରୀ ସମୟରେ ଲବଙ୍ଗର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ନବରାତ୍ରୀ ସମୟରେ ଧନ ପ୍ରାପ୍ତି ଉପାୟ
ନିଜର ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ଆପଣ ଲବଙ୍ଗ ସାହାଯ୍ୟରେ ପ୍ରତିକାର କରିପାରିବେ । ଯଦି ଆପଣଙ୍କ ନିକଟରେ ଧନର ଅଭାବ (Lack of wealth) ଥାଏ ତେବେ ନବରାତ୍ରୀ ସମୟରେ ୨ ଟି ଲବଙ୍ଗ, ୫ ଟି ଅଳେଇଚ ଏବଂ ୫ ଟି ଗୁଆକୁ ହଳଦିଆ କପଡ଼ାରେ ଗୁଡାଇଦିଅନ୍ତୁ । ପରେ ଏହାକୁ ମାଆ ଦୁର୍ଗାଙ୍କ ନିକଟରେ ଅର୍ପଣ କରନ୍ତୁ । ତା’ପରେ ପରଦିନ ସକାଳେ ଆପଣ ଶୌଚହେବା ପରେ ଏହି ଜିନିଷଗୁଡ଼ିକୁ ହେମଦସ୍ତାରେ ଗୁଣ୍ଡ କରିଦିଅନ୍ତୁ । ପରେ ଉକ୍ତ ଗୁଣ୍ଡକୁ ଏକ ବୋତଲରେ ରଖନ୍ତୁ । ଏହା କରିବା ଦ୍ୱାରା, ଆପଣଙ୍କ ଘରେ ଧନ ବୃଦ୍ଧି ପାଇବ ଏବଂ ଆପଣଙ୍କୁ ସୁଖ ସମୃଦ୍ଧି ପ୍ରାପ୍ତ ହେବ ।

ନିଯୁକ୍ତି ପାଇଁ ପ୍ରତିକାର
ଯଦି ଆପଣ ଅନେକ ଚେଷ୍ଟା କରି ମଧ୍ୟ ନିଯୁକ୍ତି ପାଇବାରେ ବିଫଳ ହେଉଛନ୍ତି ଏବଂ ସମସ୍ତ କଠିନ ପରିଶ୍ରମ (Hard work) ବେକାର ହୋଇଯାଉଛି ତେବେ ଆପଣଙ୍କ ସମସ୍ୟାର ସମାଧାନ ପାଇଁ ନବରାତ୍ରୀ ଏକ ସଠିକ ସମୟ । ଏହି ସମୟରେ ପ୍ରତିଦିନ ମାଆ ଦୁର୍ଗାଙ୍କୁ ପୂଜା କରନ୍ତୁ । ଲବଙ୍ଗକୁ ହାତ ମାଧ୍ୟମରେ ନିଜ ମୁଣ୍ଡରେ ୭ ଥର ଲଗାନ୍ତୁ ଏବଂ ତାହାକୁ ମାଆ ଦୁର୍ଗାଙ୍କ ପାଦ ତଳେ ଅର୍ପଣ କରିଦିଅନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ସମସ୍ତ ବାଧା ଦୂର ହୋଇଯିବା ସହିତ ଖୁବ ଶୀଘ୍ର ନିଯୁକ୍ତି ମିଳିବ ।

ରାହୁ-କେତୁଙ୍କ ପ୍ରଭାବ ପାଇଁ ପ୍ରତିକାର
ରାଶି ଚକ୍ରରେ ରାହୁ-କେତୁଙ୍କ ପ୍ରଭାବ ରହିଲେ ଜୀବନରେ ଅନେକ ସମସ୍ୟା ଆସିଥାଏ । ସେହି ଖରାପ ପ୍ରଭାବରୁ ମୁକ୍ତି ପାଇବା ପାଇଁ ନବରାତ୍ରୀକୁ ସର୍ବୋତ୍ତମ ସମୟ ବୋଲି ବିବେଚନା କରାଯାଇଥାଏ । ଏଥିପାଇଁ ନବରାତ୍ରୀର ୯ ଦିନ ପର୍ଯ୍ୟନ୍ତ ପ୍ରତିଦିନ ନିକଟସ୍ଥ ଶିବ ମନ୍ଦିରକୁ ଯାଇ ଆପଣ ପ୍ରତିକାର କରିପାରିବେ । ଶିବଲିଙ୍ଗରେ ପ୍ରତିଦିନ ୨ଟି ଲବଙ୍ଗ ଚଢାଇବା ଦ୍ୱାରା ବାବାଙ୍କ ଆଶୀର୍ବାଦରୁ ରାହୁ, କେତୁଙ୍କ ପ୍ରଭାବ ଦୂର ହୋଇଯାଏ ।

ସମସ୍ୟାର ସମାଧାନ
ଯଦି ଆପଣଙ୍କ ଘରେ କଳି ଝଗଡା ଲାଗୁଛି କିମ୍ୱା ପରସ୍ପରଙ୍କ ସହିତ ମନୋମାଳିନ୍ୟ ରହିଛି ତେବେ ତାହାର ପ୍ରତିକାର ପାଇଁ ଆପଣ ଲବଙ୍ଗ ବ୍ୟବହାର କରିପାରିବେ । ନବରାତ୍ରୀର ୯ ଦିନରେ ପ୍ରତିଦିନ ଘରେ କର୍ପୂର ସହିତ ଲବଙ୍ଗ ମିଶାଇ ଆଳତୀ କରନ୍ତୁ । ଏପରି କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।

(ସୂଚନା: ଏଠାରେ ଦିଆଯାଇଥିବା ସମସ୍ତ ସୂଚନା ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ ।)

Also Read- Israel Cow: ସର୍ବାଧିକ କ୍ଷୀର ଦିଅନ୍ତି ଇସ୍ରାଏଲ୍ ଗାଈ, କ୍ଷୀର ବାହାର କରନ୍ତି ରୋବଟ୍

Also Read- Swiggyରୁ ଅର୍ଡର କରିବା ହେଲା ଶସ୍ତା, ୯୯ଟଙ୍କାରେ ଜବରଦସ୍ତ ଅଫର