Garba in Swimming Pool: ସୁଇମିଂ ପୁଲରେ ନାଚିଲେ ଗରବା, ଭିଡ଼ିଓ ଭାଇରାଲ
Advertisement
Article Detail0/zeeodisha/odisha1366456

Garba in Swimming Pool: ସୁଇମିଂ ପୁଲରେ ନାଚିଲେ ଗରବା, ଭିଡ଼ିଓ ଭାଇରାଲ

ନବରାତ୍ରୀ ଯେତିକି ପାଖେଇ ଆସୁଛନ୍ତି ଦେଶର ବିଭିନ୍ନ ସ୍ଥାନରେ ଏହି ଉତ୍ସବର ପ୍ରସ୍ତୁତି ସେତିକି ଜୋରଦାର ହେଉଛି। ସଂଗୀତ ଏବଂ ନୃତ୍ୟ ବିନା ନବରାତ୍ରୀ ଅସମ୍ପୂର୍ଣ୍ଣ। ବିଶେଷକରି ଗରବା ଏବଂ ଦାଣ୍ଡିଆ ନାଚ ବିନା ଏହା ଏକ ପ୍ରକାର ଅସମ୍ପୂର୍ଣ୍ଣ।

Garba in Swimming Pool: ସୁଇମିଂ ପୁଲରେ ନାଚିଲେ ଗରବା, ଭିଡ଼ିଓ ଭାଇରାଲ

Garba in Swimming Pool: ନୂଆଦିଲ୍ଲୀ: ନବରାତ୍ରୀ ଯେତିକି ପାଖେଇ ଆସୁଛନ୍ତି ଦେଶର ବିଭିନ୍ନ ସ୍ଥାନରେ ଏହି ଉତ୍ସବର ପ୍ରସ୍ତୁତି ସେତିକି ଜୋରଦାର ହେଉଛି। ସଂଗୀତ ଏବଂ ନୃତ୍ୟ ବିନା ନବରାତ୍ରୀ ଅସମ୍ପୂର୍ଣ୍ଣ। ବିଶେଷକରି ଗରବା ଏବଂ ଦାଣ୍ଡିଆ ନାଚ ବିନା ଏହା ଏକ ପ୍ରକାର ଅସମ୍ପୂର୍ଣ୍ଣ। କିନ୍ତୁ ଆପଣ କେବେ ଦେଖିଛନ୍ତି କି କେହି ପାଣିରେ ଗରବା ନାଚିବାର ? ଯଦି ଆପଣ ଏହା ଦେଖି ନାହାଁନ୍ତି, ତେବେ ରାଜସ୍ଥାନର ଉଦୟପୁରରେ ଏକ ଦଳ ପୁରୁଷ ଏବଂ ମହିଳା ସୁଇମିଂ ପୁଲରେ ଗର୍ବା କରୁଥିବା ଦେଖାଯାଉଛି। ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି। 

ତେବେ ଭାଇରାଲ ଭିଡିଓଟି ଉଦୟପୁର ବୋଲି ଜଣାପଡ଼ିଛି। ଏହି ଭିଡ଼ିଓରେ ଜଣେ ପୁରୁଷ ଏବଂ ମହିଳା ଏକ ସୁଇମିଂ ପୁଲ ଭିତରେ ଗରବା କରୁଥିବା ଦେଖିବାକୁ ମିଳୁଛି। ଏହି ଗୋଷ୍ଠୀ ଲଭିତ୍ରୀ ଚଳଚ୍ଚିତ୍ରରୁ ଚୋଗଡା ତାରା ଗୀତରେ ନାଚୁଥିବା ଦେଖିବାକୁ ମିଳିବ।

ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ଭିଡିଓ କ୍ଲିପ୍ ୪୦ ହଜାରରୁ ଅଧିକ ଥର ଦେଖାଯାଇଛି ଏବଂ ଭିଡିଓରେ ଅନେକ ପ୍ରତିକ୍ରିୟା ଦେଇଛନ୍ତି ୟୁଜର୍ସ। ତେବେ ଏହି ଭିଡ଼ିଓକୁ ନେଇ କିଛି ୟୁଜର୍ସ କଡ଼ା ଭାଷାରେ ନିନ୍ଦା କରିଛନ୍ତି। କିଛି କହିଛନ୍ତି କି ଏମାନଙ୍କ ପାଇଁ ହିନ୍ଦୁ ଧର୍ମ ପ୍ରତି ବିପଦ ବଢିବାରେ ଲାଗିଛନ୍ତି। ଆଉ ଜଣେ ଲେଖିଛନ୍ତି କି ଆଉ କଣ ବଞ୍ଚିକି ରହିଛି ମଜ୍ଜା କରିବାକୁ। ଅଧିକାଂଶ ସ୍ଥାନରେ ଗରବାର ଅର୍ଥ କଣ ଲୋକମାନେ ଭଲଭାବେ ଜାଣିଛନ୍ତି ତ। 

ସୂଚନାଯୋଗ୍ୟ ଆସନ୍ତାକାଲିଠାରୁ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମଗ୍ର ଦେଶରେ ବେଶ ଉତ୍ସାହଜନକ ପରିବେଶ ଲାଗି ରହିଛି। ତେବେ ନବରାତ୍ରୀକୁ ନେଇ ଅନେକ ବିଶ୍ୱାସ ମଧ୍ୟ ରହିଆସିଛି। ଶାରଦୀୟ ନବରାତ୍ରୀର ପର୍ବ ୨୬ ସେପ୍ଟେମ୍ବରରୁ ଆରମ୍ଭ ହେଉଛି । ଘରଠାରୁ ଆରମ୍ଭ କରି ମନ୍ଦିର ଓ ପାଣ୍ଡାଲ ପର୍ଯ୍ୟନ୍ତ ୯ ଦିନ ଧରି ମା' ଦୁର୍ଗାଙ୍କ ପୂଜା ହେବ । ଏହି ନବରାତ୍ରୀର ମହାନତା ବିଷୟରେ ପୁରାଣରେ ଅନେକ କାହାଣୀ ଲିପିବଦ୍ଧ ରହିଛି, ଯେଉଁଥିରେ ଭିନ୍ନ ଭିନ୍ନ ଦେବୀ ଦେବତାଙ୍କ ଦ୍ୱାରା ନବରାତ୍ରୀର ବିଦ୍ଧି ପୂର୍ଣ୍ଣ ଉପବାସ କରଯାଇଥିବା ବିଷୟରେ ଉଲ୍ଲେଖ ରହିଛି । ସମପରି ଭଗବାନ ଶ୍ରୀ ରାମଙ୍କ ସହିତ ମଧ୍ୟ ଏକ କାହାଣୀ ଜଡିତ ରହିଛି । ଆଜି ଆମେ ଆପଣଙ୍କୁ ତାଙ୍କର ସେହି କାହାଣୀ ବିଷୟରେ କହିବାକୁ ଯାଉଛୁ ।

ଭଗବାନ ଶ୍ରୀ ରାମଙ୍କ ନବରାତ୍ରୀ ଉପବାସ ବିଷୟରେ ଭଗବତୀ ପୁରାଣରେ ଉଲ୍ଲେଖ କରାଯାଇଛି। ଏହା ଅନୁଯାୟୀ, ରାବଣ ଦ୍ୱାରା ମା' ସୀତାଙ୍କୁ ଅପହରଣ କରାଯିବା ନେଇ ବିବ୍ରତ ଥିବା ପ୍ରଭୁ ଶ୍ରୀରାମ ଏକଦା ନିଜ ସାନଭାଇ ଲକ୍ଷ୍ମଣଙ୍କ ସହ କଥା ହେଉଥିଲେ । ସେହି ସମୟରେ ନାରଦ ମୁନି ସେଠାରେ ପହଞ୍ଚିଥିଲେ, ଯିଏ ରାବଣ ଠାରୁ ବିଜୟପ୍ରାପ୍ତ କରିବା ପାଇଁ ଅଶ୍ୱିନ ମାସର ନବରାତ୍ରୀର ରୀତିନୀତିକୁ କରିବାକୁ ପରାମର୍ଶ ଦେଇଥିଲେ । ସେ ଭଗବାନ ରାମଙ୍କୁ ମଧ୍ୟ ମନେ ପକାଇ ଦେଇଥିଲେ ଯେ ସେ ନିଜର ପ୍ରତ୍ୟେକ ଅବତାରରେ ଶକ୍ତିଙ୍କୁ ପୂଜା କରିଥିଲେ ।