Fire Case: ଜୀବନ ସହ ସଂଗ୍ରାମ କରୁଛନ୍ତି ୩୦ ଜଣ, ଭେଣ୍ଟିଲେଟରରେ ୯
Advertisement
Article Detail0/zeeodisha/odisha2569764

Fire Case: ଜୀବନ ସହ ସଂଗ୍ରାମ କରୁଛନ୍ତି ୩୦ ଜଣ, ଭେଣ୍ଟିଲେଟରରେ ୯

ଜୟପୁରରେ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୪ ରେ ପହଞ୍ଚିଛି। ବର୍ତ୍ତମାନ ୩୦ ଜଣ ଲୋକ ଆଇସିୟୁରେ ନିଜ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି ।

Fire Case: ଜୀବନ ସହ ସଂଗ୍ରାମ କରୁଛନ୍ତି ୩୦ ଜଣ, ଭେଣ୍ଟିଲେଟରରେ ୯

Jaipur Fire Case: ଜୟପୁରରେ ଏଲପିଜି ଟ୍ୟାଙ୍କର୍ ବିସ୍ଫୋରଣ ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏବେ ମଧ୍ୟ ୩୦ ଜଣ ଲୋକ ଆଇସିୟୁରେ ନିଜ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି। ୯ ଜଣ ଭେଣ୍ଟିଲେଟରରେ ଅଛନ୍ତି । ଅନେକ ଲୋକଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରି ନାହିଁ । ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଏହି ଘଟଣା ସମ୍ପର୍କରେ ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛି।

NHAI ସୂଚନା ଅନୁଯାୟୀ, ଏପରି ଘଟଣା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ କିଛି ପରାମର୍ଶ ଦିଆଯାଇଛି। ଘଟଣା ସ୍ଥଳରେ 24 ଘଣ୍ଟା ପୋଲିସ ନିୟୋଜିତ ରହିବା ଏବଂ ଡ୍ରାଇଭରମାନଙ୍କ ପାଇଁ ଏକ ଏସକର୍ଟ ସିଷ୍ଟମ ଆରମ୍ଭ କରିବାକୁ କୁହାଯାଇଛି।

NHAI ପ୍ରକଳ୍ପ ନିର୍ଦ୍ଦେଶକ ଅଜୟ ଆର୍ଯ୍ୟଙ୍କ ଅନୁଯାୟୀ, ଜେଡିଏ ଏବଂ ଟ୍ରାଫିକ ପୋଲିସର ମିଳିତ କମିଟିର ଅନୁମୋଦନ ପାଇବା ପରେ ହିଁ କଟ ଖୋଲିବା ଦ୍ୱାରା ଟ୍ରାଫିକ ଡାଇଭର୍ସନ କରାଯାଇଛି। ଏହି ରାସ୍ତା ୩୦ ମିଟର ଚଉଡା ହୋଇଥିଲେ ମଧ୍ୟ ଯେତେବେଳେ ବଡ ଯାନଗୁଡ଼ିକ ଯାତାୟତ କରନ୍ତି ସେ ସମୟରେ ରାସ୍ତାରେ ଅସୁବିଧା ସୃଷ୍ଟି ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଆମେ ରାସ୍ତାର ଉଭୟ ପାର୍ଶ୍ୱର ମୋଟେଇକୁ ୬ ଲେନରୁ ୧୦ ଲେନକୁ ବୃଦ୍ଧି କରିଛୁ, ଯାହା ଦ୍ୱାରା ବଡ ଯାନବାହନ ଚଳାଚଳ ସମୟରେ ଟ୍ରାଫିକ ଜାମ୍ ପରିସ୍ଥିତିକୁ ଏଡାଯାଇପାରିବ ବୋଲି କୁହାଯାଇଛି ।

ଜୟପୁର-ଅଜମେର ରାଜପଥରେ କରାଯାଇଥିବା ଏହି ବାଇପାସର ଉଦ୍ଦେଶ୍ୟ ହେଉଛି ଅଜମେରରୁ ଜୟପୁରକୁ ଆସୁଥିବା ଭାରୀଯାନକୁ ରିଙ୍ଗ ରୋଡକୁ ପଠାଇବା। ଜେଡିଏ ଏବଂ ଟ୍ରାଫିକ ପୋଲିସର ମିଳିତ କମିଟି ଏଥିପାଇଁ ଅନୁମୋଦନ ଦେଇଛନ୍ତି।

ଜୟପୁରରେ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୪ ରେ ପହଞ୍ଚିଛି। ବର୍ତ୍ତମାନ ୩୦ ଜଣ ଲୋକ ଆଇସିୟୁରେ ନିଜ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି । ସେଥିମଧ୍ୟରୁ ୯ ଜଣ ଭେଣ୍ଟିଲେଟରରେ ଅଛନ୍ତି । ଆଇସିୟୁରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମ ଗୋବିନ୍ଦ, ଯିଏ ଆସନ୍ତା ଫେବୃଆରୀ ୨ ରେ ବିବାହ କରିଥାନ୍ତେ । ସେ ବିବାହ ସାମଗ୍ରୀ କିଣାକିଣି କରି ଅଜମେରକୁ ଯାଉଥିଲେ । କିଛି ଅଜଣା ମୃତଦେହକୁ ଚିହ୍ନଟ କରାଯାଇଛି । ସେମଧ୍ୟରେ  ଅବସରପ୍ରାପ୍ତ ଆଇଏଏସ୍ କର୍ନି ସିଂ ରାଥୋଡଙ୍କ ମୃତଦେହ ରହିଛି । ଯିଏ କି ସକାଳେ ଭାନକ୍ରୋଟାସ୍ଥିତ ଫାର୍ମ ହାଉସ ଛାଡି ଜୟପୁରକୁ ଯାଇଥିଲେ।

ଆପଣଙ୍କୁ କହିରଖୁଛୁ ଯେ ଡିସେମ୍ବର ୨୦ ରେ, ଜୟପୁର-ଅଜମେର ରାଜପଥରେ ସକାଳ ପ୍ରାୟ ୬ ଟା ସମୟରେ ଏକ ଏଲପିଜି ଟ୍ୟାଙ୍କର୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା । ଏହା ପରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ନିଆଁ ବହୁ ଦୂର ପର୍ଯ୍ୟନ୍ତ ବ୍ୟାପିଯାଇଥିଲା । ପାଖାପାଖି ଯାଉଥିବା ପ୍ରାୟ ୪୦ ଟି ଯାନ ନିଆଁରେ ଜଳି ଯାଇଥିଲା। ଏହି ଦୁର୍ଘଟଣାର ଅନେକ ଭୟାନକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ଅନେକ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଦେଖିବାକୁ ମିଳିଥିଲା ।

Also Read- Lucky Zodiac Sign: ୨୨ ଡିସେମ୍ୱରରେ ଆୟୁଷ୍ମାନ ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ

Also Read- BSNL Plan: ଜିଓ ଏବଂ ଏୟାରଟେଲକୁ ଝଟକା ଦେଲା ଏହି ପ୍ଲାନ, ମାସକୁ ମିଳିବ 5 ହଜାର GB Data