ମାଉସୀ ଘରେ ଉପାସ ରହିବ କାଳିଆ, ପୁଣି ସେବାୟତ ଭାଙ୍ଗିଲେ ଅବଢା ଚୁଲି!
Advertisement
Article Detail0/zeeodisha/odisha1241083

ମାଉସୀ ଘରେ ଉପାସ ରହିବ କାଳିଆ, ପୁଣି ସେବାୟତ ଭାଙ୍ଗିଲେ ଅବଢା ଚୁଲି!

ଗୁଣ୍ଡିଚା ମନ୍ଦିର ରୋଷଘର ୬୦ରୁ ୭୦ ଚୁଲି ଭାଙ୍ଗିଛି। ଗତ ୫ ଦିନ ତଳେ ସେମାନେ ଚୁଲି ମରାମତି କରିଥିଲେ ଏବଂ ଶୁକ୍ରବାର ସକାଳେ ତାହାର ତଦାରଖ ମଧ୍ୟ କରିଥିଲେ। କିନ୍ତୁ ଶନିବାର ସକାଳେ ଚୁଲି ଗୁଡିକ ଭାଙ୍ଗି ଥିବା ଦେଖାଯାଇଥିଲା।

ଫାଇଲ ଫଟୋ

ପୁରୀ: ପୁଣି ଥରେ ବଡ ଠକୁରଙ୍କ ଭୋକରେ ରଖିବାକୁ ଷଡଯନ୍ତ୍ର ହୋଇଛି। ବଡଦେଉଳ ପରେ ଗୁଣ୍ଡିଚା ମନ୍ଦିରର ଚୁଲି ଭଙ୍ଗା ଯାଇଛି। ପ୍ରାୟ ୭୦ଟି ଚୁଲି ଭଙ୍ଗାଯାଇଥିବା ସୂଚନା ମିଳିଛି। ଶୁକ୍ରବାର ସନ୍ଧ୍ୟାରେ କେହେ ଦୁର୍ବୃତ୍ତ ଭାଙ୍ଗି ଥିବା ସନ୍ଦେହ କରାଯାଉଛି। ଏହି ଚୁଲା ଭଙ୍ଗା ଘଟଣାରେ ସେବାୟତଙ୍କ ହିଁ ହାତ ଥିବା ଅଭିଯୋଗ ହୋଇଛି।

ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଛି। ପ୍ରକୃତରେ କେତୋଟି ଚୁଲି ଭାଙ୍ଗିଛି ତାହା ସ୍ପଷ୍ଟ ହୋଇନାହିଁ। ପ୍ରାୟ ସାତ ଜଣ ସେବାୟତଙ୍କ ଚୁଲି ଭାଙ୍ଗିଛି। ସୁଆର ସେବାୟତ ଟୁଲୁ ମହାସୁଆରଙ୍କ କହିବା ଅନୁସାରେ, ୭୫୨ଟି ଚୁଲିରୁ ପ୍ରାୟ ୨୦ଟି ଚୁଲି ଭଙ୍ଗା ଯାଇଛି। ଆଡ଼ପ ଅବଢ଼ା ରନ୍ଧା ପାଇଁ ଚୁଲି ପ୍ରସ୍ତୁତ ହୋଇଥିଲା।  ଚୁଲି ଭଙ୍ଗାରେ କେହି ବାହାର ଲୋକ ସଂପୃକ୍ତ ନାହାନ୍ତି, ସେବାୟତ ହିଁ ଭାଙ୍ଗିଛନ୍ତି।
ଶ୍ରୀମନ୍ଦିର ରୋଷଘର ଭଳି ଚୁଲି ତଡ଼ାଯାଇନି, ତାକୁ ହାତରେ ଭଙ୍ଗା ଯାଇଛି। 

Also Read: ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ମାମଲାର ପର୍ଦ୍ଦାଫାସ; ପୁରୀ SP କହିଲେ ଘଟଣାକ୍ରମ, ତଦନ୍ତରେ ଚାପିହେଲା ଅନେକ ପ୍ରଶ୍ନ

ଅନ୍ୟଜଣେ ସେବାୟତ କହିଛନ୍ତି ଯେ, ଗୁଣ୍ଡିଚା ମନ୍ଦିର ରୋଷଘର ୬୦ରୁ ୭୦ ଚୁଲି ଭାଙ୍ଗିଛି। ଗତ ୫ ଦିନ ତଳେ ସେମାନେ ଚୁଲି ମରାମତି କରିଥିଲେ ଏବଂ ଶୁକ୍ରବାର ସକାଳେ ତାହାର ତଦାରଖ ମଧ୍ୟ କରିଥିଲେ। କିନ୍ତୁ ଶନିବାର ସକାଳେ ଚୁଲି ଗୁଡିକ ଭାଙ୍ଗି ଥିବା ଦେଖାଯାଇଥିଲା। ଶ୍ରୀମନ୍ଦିର ପରି ଗୁଣ୍ଡିଚା ମନ୍ଦିର ଚୁଲିକୁ କୌଣସି ସେବାୟତ ଭାଙ୍ଗିଛନ୍ତି। ଏଥିରେ ବାହର ଲୋକଙ୍କ ହାତ ନାହିଁ। କାରଣ ଏଠାରେ ବାହର ଲୋକଙ୍କ ପ୍ରବେଶ ନିଷେଧ ରହିଛି ବୋଲି ସେବାୟତ ଜଣକ କହିଛନ୍ତି। 

କୁହାଯାଉଛି ଯେ, କେବଳ ଆଡ଼ପ ଅବଢ଼ା ରନ୍ଧା ଚୁଲି ଭାଙ୍ଗିଛି, ତେଣୁ ମହାପ୍ରସାଦ ବାହାରିବାରେ କୌଣସି ସମସ୍ୟା ହେବନାହିଁ। ଭକ୍ତମାନେ ଅବଢା ପାଇବେ, କିନ୍ତୁ ଯେଉଁ ସେବାୟତଙ୍କର ଚୁଲି ଭାଙ୍ଗିଛି ସେମାନେ ଅସୁବିଧାରେ ପଡିବେ। ପୁଣି ଥରେ ଆଡ଼ପ ଅବଢ଼ା ଚୁଲି ପ୍ରସ୍ତୁତି ପାଇଁ ଚାରି ପାଞ୍ଚ ଦିନ ସମୟ ଲାଗିବ। ଟୁଲୁ ମହାସୁଆରଙ୍କ ଅନୁସାରେ, ଗୋଟିଏ ଚୁଲି ତିଆରି ପାଇଁ ୩ ହଜାରରୁ ୪ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। 

ସୂଚନାଯୋଗ୍ୟ, ଗତ ଏପ୍ରିଲରେ ଶ୍ରୀମନ୍ଦିର ରୋଷଘରର ୪୦ରୁ ଊର୍ଦ୍ଧ୍ୱ ଚୁଲି ଭାଙ୍ଗିଥିଲା। ଏହି ଘଟଣାରେ ସିସିଟିଭି ଫୁଟେଜ୍ ଆଧାରରେ ଖୋର୍ଦ୍ଧାରୁ ଜଣେ ୩୦ ବର୍ଷିୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ତେବେ ତାଙ୍କୁ ଭଲନଲାଗିବାରୁ ସେ ଚୁଲି ଭାଙ୍ଗିଥିବା କହିଥିଲେ। ପୁରୀ ଏସପି କନୱର ବିଶାଲ ସିଂ ପ୍ରେସମିଟ୍ କରି ଏହି ସୂଚନା ଦେଇଥିଲେ।