ଅଲୋଡ଼ା ହେଲା ଅତ୍ୟାଧୁନିକ ସେବା: ବୃନ୍ଦାବତି ନିବାସ ଛାଡିଲେ ହବିଷ୍ଯାଳୀ, ହଜାରେରୁ ଊର୍ଦ୍ଧ୍ୱ ଅସୁସ୍ଥ
Advertisement
Article Detail0/zeeodisha/odisha1400095

ଅଲୋଡ଼ା ହେଲା ଅତ୍ୟାଧୁନିକ ସେବା: ବୃନ୍ଦାବତି ନିବାସ ଛାଡିଲେ ହବିଷ୍ଯାଳୀ, ହଜାରେରୁ ଊର୍ଦ୍ଧ୍ୱ ଅସୁସ୍ଥ

Puri Devotees: ବୃନ୍ଦାବତୀ ନିବାସ ଛାଡିଲେ ୧୦ ହବିଷ୍ଯାଳୀ। ଶ୍ରୀକ୍ଷେତ୍ରରେ ବୃନ୍ଦାବତି ନିବାସ ସହ ସରକାରଙ୍କ ୫ଟି ହବିଷ୍ଯାଳୀ ଶିବିର ରହିଛି। ଏଠାରେ ପ୍ରାୟ ୩୦୦୦ ହବିଷ୍ୟାଳୀ ରହୁଛନ୍ତି। ହଜାରରେରୁ ଊର୍ଦ୍ଧ୍ୱ ହବିଷ୍ୟାଳୀ ଅସୁସ୍ଥ ହୋଇଛନ୍ତି। ଶିବିର ପରିସରରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କ ଚିକିତ୍ସା କରାଯାଉଛି।

ଅଲୋଡ଼ା ହେଲା ଅତ୍ୟାଧୁନିକ ସେବା: ବୃନ୍ଦାବତି ନିବାସ ଛାଡିଲେ ହବିଷ୍ଯାଳୀ, ହଜାରେରୁ ଊର୍ଦ୍ଧ୍ୱ ଅସୁସ୍ଥ

Puri Devotees, ପୁରୀ: ପୁଣ୍ୟ ମାସରେ ପାପ ଅର୍ଜଛୁ ପ୍ରଶାସନ! ବୃନ୍ଦାବତୀ ନିବାସ ଛାଡିଲେ ୧୦ ହବିଷ୍ଯାଳୀ। ସ୍ୱାସ୍ଥ୍ୟଗତ ଓ ପାରିବାରିକ କାରଣ ଦର୍ଶାଇ ସେମାନେ ଶିବିର ଛାଡିଛନ୍ତି। ଶ୍ରୀକ୍ଷେତ୍ରରେ ଥିବା ହଜାରେରୁ ଊର୍ଦ୍ଧ୍ୱ ହବିଷ୍ଯାଳୀ ଅସୁସ୍ଥ ହୋଇଛନ୍ତି। ୨୨ ଜଣ ଗୁରୁତରଙ୍କୁ ପୁରୀ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ସେବା ସହ ହବିଷ୍ଯାଳୀମାନେ ଖାପ ଖୁଆଇ ଚଳିପାରୁନଥିବା କୁହାଯାଉଛି। ଯଦି ରଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀଙ୍କ ପାଇଁ କୋଟି କୋଟି ଟଙ୍କାରେ ତିଆରି କରାଯାଇଥିବା ଅତ୍ୟାଧୁନିକ କୋଠା କେଉଁ କାମର ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି।

ଶ୍ରୀକ୍ଷେତ୍ରରେ ବୃନ୍ଦାବତି ନିବାସ ସହ ସରକାରଙ୍କ ୫ଟି ହବିଷ୍ଯାଳୀ ଶିବିର ରହିଛି। ଏଠାରେ ପ୍ରାୟ ୩୦୦୦ ହବିଷ୍ୟାଳୀ ରହୁଛନ୍ତି। ବୃନ୍ଦାବତି ନିବାସରେ ୧୬୦୦ରୁ ଊର୍ଦ୍ଧ୍ୱ ହିବଷ୍ୟାଳୀ ରହୁଥିବା ବେଳେ ୧୦ ଜଣ ଶିବିର ଛାଡିଲେଣି। ୧୦ରୁ ୧୭ତାରିଖ ଭିତରେ କେବଳ ବୃନ୍ଦାବତି ନିବାସରୁ ୧୦ ହବିଷ୍ଯାଳୀ ବାହାରିଯାଇଛନ୍ତି। ୧୦, ୧୨, ୧୬ ଓ ୧୭ ତାରିଖରେ ଜଣେ ଲେଖାଏଁ ଓ ୧୧, ୧୪ ଓ ୧୫ ତାରିଖରେ ଦୁଇଜଣ ଲେଖାଏଁ ବୃନ୍ଦାବତି ନିବାସ ଛାଡିଥିବା ଜଣାପଡିଛି। ତେବେ ଅନେକ ପ୍ରକାରର ଅବ୍ଯବସ୍ଥା ଯୋଗୁଁ କିଛି ଶିବିର ଛାଡିବାକୁ ବାଧ୍ଯ ହୋଇଥିବା ବେଳେ ଆଉ କିଛି ସ୍ୱାସ୍ଥ୍ୟଗତ କାରଣରୁ ଓ ଆଉ କିଛି ପାରିବାରିକ ସମସ୍ଯା କାରଣରୁ ଶିବିର ଛାଡିଥିବା ଜଣାପଡିଛି। 

Also Read: Odisha Weather Update: ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ଆଗାମୀ ପାଞ୍ଚ ଦିନ ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

 

ଗତ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନେକ ସୁବିଧା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିଲେ ମଧ୍ୟ ଅବ୍ଯବସ୍ଥା ସିମା ଟପିଛି। ବୟସର ଅପରାହ୍ନରେ ଥିବା ଏହି ହବିଷ୍ଯାଳୀଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୭ ମହଲା ବିଶିଷ୍ଟ ସ୍ଥାୟୀ କୋଠା 'ବୃନ୍ଦାବତି ନିବାସ' ନିର୍ମାଣ କରାଯାଇଛି। କିନ୍ତୁ ହବିଷ୍ଯାଳୀମାନେ ଅତ୍ଯାଧୁନିକ ବ୍ଯବସ୍ଥା ସହ ପରିଚିତ ନୁହନ୍ତି। ଫଳରେ ସେମାନେ ଲିଫ୍ଟରେ ନଯାଇ ସାତମହଲା ପର୍ଯ୍ୟନ୍ତ ଦିନରେ ଏକାଧିକ ବାର ସିଡିରେ ଯିବାଆସିବା କରୁଛନ୍ତି। ଯଦି ବି ଯିବାକୁ ଚେଷ୍ଟା କରୁଛନ୍ତି ବେଳେବେଳେ କରେଣ୍ଟ ଫେଲ୍ ହେବାରୁ ଲିପ୍ଟ ଅଟକି ଯାଉଛି। ଦୁଇଦୁଇ ଥର ହବିଷ୍ଯାଳୀମାନେ ଲିଫ୍ଟରେ ଫସିବା ଯୋଗୁଁ ସମସ୍ତେ ଆତଙ୍କିତ ହୋଇପଡିଛନ୍ତି। ସହାୟକ ରହିଥିଲେ ସୁଦ୍ଧା ସହଯୋଗ କରୁନଥିବା ବାରମ୍ବାର ଅଭିଯୋଗ ଆସୁଛି। 

ସେପଟେ ଅତ୍ଯାଧୁନିକ ଟଏଲେଟ ବ୍ଯବସ୍ଥା ବି ହବିଷ୍ୟାଳୀଙ୍କୁ ଅଡୁଆରେ ପକାଇଛି। ଅନେକ ଖାଦ୍ୟପେୟରେ ସନ୍ତୁଳନ ରକ୍ଷା କରିପାରୁ ନାହାଁନ୍ତି ଫଳରେ ସ୍ୱାସ୍ଥ୍ୟଗତ ସମସ୍ଯା ଦେଖାଯାଉଛି। ଏକୁଟିଆ ଲିପ୍ଟରେ ଯିବାଆସିବା କରିବା ଜାଣିନଥିବା ବେଳେ କିଭଳି ଆକ୍ଯୁଆଗାର୍ଡରୁ ପାଣି ସଂଗ୍ରହ କରାଯାଏ ତାହା ମଧ୍ୟ ଜାଣିନାହାନ୍ତି। ଏମିତିକି ଶ୍ରୀମନ୍ଦିର ଦର୍ଶନ ବ୍ଯବସ୍ଥାରେ ମଧ୍ୟ ଅନେକ ସମସ୍ଯା ସୃଷ୍ଟି ହେଉଥିବା ନଜରକୁ ଆସିଛି। ଏଣୁ ଆଗକୁ ବି ହବିଷ୍ଯାଳୀ ସରକାରୀ ଶିବିର ଛାଡିବା ଆଶଙ୍କା ରହିଛି। ଅନ୍ୟପଟେ ଶ୍ରୀକ୍ଷେତ୍ରର ବିଭିନ୍ନ ଶିବିରରେ ହଜାରେରୁ ଊର୍ଦ୍ଧ୍ୱ ହବିଷ୍ଯାଳୀ ଅସୁସ୍ଥ ହୋଇଥିବା ଖବର ଆସୁଛି।

Also Read: Twitter Man: ସୋସିଆଲ ମିଡିଆରେ ସମାଧାନ, ସରକାରଙ୍କ ନିଦ ହଜାଇଛନ୍ତି ଅଶୋକ

ସୂତ୍ରାନୁସାରେ ପୁରୀରେ ହଜାରରେରୁ ଊର୍ଦ୍ଧ୍ୱ ହବିଷ୍ୟାଳୀ ଅସୁସ୍ଥ ହୋଇଛନ୍ତି। ଶିବିର ପରିସରରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କ ଚିକିତ୍ସା କରାଯାଉଛି। ୨୨ ହବିଷ୍ୟାଳୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେମାନେ ବିପଦ ମୁକ୍ତ ଅଛନ୍ତି। ଶିବିରରେ ଅବବ୍ୟବସ୍ଥା ଓ ଖାଦ୍ୟପେୟ ଠିକ ନଥିବାରୁ ହବିଷ୍ୟାଳୀମାନେ ଅସୁସ୍ଥ ହେଉଥିବା କୁହାଯାଉଛି। କିଛି ହବିଷ୍ୟାଳୀ ଶିବିରରେ ନିର୍ଯାତନା ଦିଆଯାଉଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି। ତେବେ ଏଭିଳି ଅବ୍ୟବସ୍ଥା ଲାଗି ରହିଲେ କାର୍ତ୍ତିକ ମାସ ସରିବା ପୂର୍ବରୁ ସରକାରୀ ହବିଷ୍ୟାଳୀ ଶିବିର ଖାଲି ହୋଇଯିବ ବୋଲି ଚର୍ଚ୍ଚା ହେଉଛି।