ଜାଣନ୍ତୁ କେଉଁ ଠାକୁରଙ୍କ କେଉଁ ଫୁଲ ପ୍ରିୟ?
Advertisement

ଜାଣନ୍ତୁ କେଉଁ ଠାକୁରଙ୍କ କେଉଁ ଫୁଲ ପ୍ରିୟ?

କିନ୍ତୁ ଆପଣ ଜାଣିଛନ୍ତି କି କିଛି ଫୁଲ ଅଛି ଯାହା ଦେବାଦେବୀଙ୍କୁ ବିଶେଷ ଭାବେ ପ୍ରିୟ ଅଟେ। ବିଭିନ୍ନ ପ୍ରକାର ଗ୍ରନ୍ଥରେ ଏହି ଫୁଲର ବର୍ଣ୍ଣନା କରାଯାଇଛି।

ଜାଣନ୍ତୁ କେଉଁ ଠାକୁରଙ୍କ କେଉଁ ଫୁଲ ପ୍ରିୟ?

ହିନ୍ଦୁ ଧର୍ମରେ ବିଭିନ୍ନ ପ୍ରକାର ଫୁଲର ବିଶେଷ ମହତ୍ତ୍ୱ ରହିଥାଏ। ଧର୍ମିକ ଅନୁଷ୍ଠାନ, ହୋମ ଯଜ୍ଞ, ପୂଜା ପାଠ, ଆଳତୀ ଅତ୍ୟାଦି ଫୁଲ ବିନା ସବୁ କିଛି ଅଧୁରା। ମାନ୍ୟତା ଅନୁଯାୟୀ ପୁଷ୍ପ ଅର୍ପଣ ଦ୍ୱାରା ଠାକୁରଙ୍କ କୃପା ମିଳିଥାଏ ଏବଂ ମନସ୍କାମନା ପୂରଣ ହୋଇଥାଏ। ଦେବାଦେବୀଙ୍କ ପୂଜା ସାମଗ୍ରୀ ମଧ୍ୟରୁ ଫୁଲ ସବୁଠୁ ପ୍ରିୟ। ସେମିତି ତ ଆମେ ସବୁବେଳେ ପୁଜା ପାଇଁ ଯେ କୌଣସି ଫୁଲ ଭଗବାନଙ୍କୁ ଅର୍ପଣ କରିଥାଉ। କିନ୍ତୁ ଆପଣ ଜାଣିଛନ୍ତି କି କିଛି ଫୁଲ ଅଛି ଯାହା ଦେବାଦେବୀଙ୍କୁ ବିଶେଷ ଭାବେ ପ୍ରିୟ ଅଟେ। ବିଭିନ୍ନ ପ୍ରକାର ଗ୍ରନ୍ଥରେ ଏହି ଫୁଲର ବର୍ଣ୍ଣନା କରାଯାଇଛି। ଠାକୁରଙ୍କୁ ତାଙ୍କ ପସନ୍ଦର ଫୁଷ୍ପ ଅର୍ପଣ କଲେ ସମସ୍ତ ମନସ୍କମନା ପୂର୍ଣ୍ଣ ହୁଏ ଓ ଅପାର କୃପା ମିଳେ। ଜାଣନ୍ତୁ କେଉଁ ଠାକୁରଙ୍କର କେଉଁ ଫୁଲ ପ୍ରିୟ 

୧.ଶ୍ରୀ ଗଣେଷ:  ଗଣେଷ ଭଗବାନଙ୍କୁ ଅଗ୍ରପୂଜ୍ୟ କୁହାଯାଏ। ଯେ କୌଣସି ବାରବ୍ରତ କି ପୂଜା ପାଠ କରନ୍ତୁ ପ୍ରଥମେ ଗଣେଷଙ୍କ ଆରାଧନା କରାଯାଏ । ପ୍ରଭୁ ଗଣେଷଙ୍କର ପ୍ରିୟ ହେଉଛି 'ଦୁବ'। ଯଦି ଆପଣ ଗଣେଷଙ୍କୁ ପ୍ରତିଦିନ ପୂଜା କରୁଛନ୍ତି, ତେବେ ପ୍ରତ୍ୟକ ଦିନ ୩ କିମ୍ବା ୫ଟି ଦୁବ ଅର୍ପଣ କରନ୍ତୁ। କେବଳ ତୁଳସୀ ପତ୍ରକୁ ଛାଡ଼ି ଦୁବ ସହିତ ଯେ କୌଣସି ବି ଫୁଲ ଗଣେଷଙ୍କୁ ଅର୍ପଣ କରିପାରିବେ।

fallback

୨.ଭଗବାନ ଶିବ ଶଙ୍କର: ମହାଦେବଙ୍କୁ ଦୁଦୁରା ଫୁଲ, ବେଲ ପତ୍ର, ମଣିନାଗେଶ୍ୱରୀ ଫୁଲ, ଧଳା ନାଗ କେଷରୀ ଫୁଲ, କନିଅର ଫୁଲ, ଚମ୍ପା ଫୁଲ, ଅର୍ଖଫୁଲ, ଗଇସ ଫୁଲ ଓ ପଦ୍ମ ମଞ୍ଜି ଇତ୍ୟାଦି ଅତ୍ୟନ୍ତ ପ୍ରିୟ ଅଟେ। ଭୁଲରେ ବି କେବେ ଭଗବାନ ଶିବଙ୍କୁ କିଆ ଫୁଲ ଅର୍ପଣ କରିବେ ନାହିଁ।

fallback

୩. ମା ପାର୍ବତୀ ତଥା ଗୌରୀ: ପ୍ରଭୁ ଶିବ ସଙ୍କରଙ୍କୁ ଯେଉଁ ସବୁ ଫୁଲ ପ୍ରିୟ, ସେହି ସବୁ ଫୁଲ ମା' ପାର୍ବତୀଙ୍କୁ ମଧ୍ୟ ପ୍ରିୟ। ଏହାଛଡ଼ା ନାଲିଫୁଲ, ଧଳା ପଦ୍ମ, ଚମ୍ପା ଓ ପଳାସ ଫୁଲ ମା ପାର୍ବତୀଙ୍କ ଅତି ପ୍ରିୟ ଅଟେ।

fallback

୪.ବିଷ୍ଣୁ ଭଗବାନ:  ପଦ୍ମ, କଦମ୍ବ, ଚମେଲି, ଅଶୋକ, ମାଳତୀ, ତରାଟ, ଇତ୍ୟାଦି ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ଫୁଲ। କିନ୍ତୁ ତୁଳସୀଙ୍କ ବିନା ବିଷ୍ଣୁ ଭଗବାନଙ୍କ ପୂଜା ଅଧୁରା ରହିଥାଏ। ତୁଳସୀ ଅର୍ପଣ ଦ୍ୱାରା ଭଗବାନ ବିଷ୍ଣୁ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି।

fallback

୫. ଶ୍ରୀକୃଷ୍ଣ: କଦମ୍ବ, ମଲ୍ଲୀ, କରବୀର, ବଉଳ, ଇତ୍ୟାଦି ଶ୍ରୀକୃଷ୍ଣ ଭଗବାନଙ୍କର ପ୍ରିୟ।

fallback

୬. ମା ଲକ୍ଷ୍ମୀ: ମା ଲକ୍ଷ୍ମୀଙ୍କ ସବୁଠୁ ପ୍ରିୟ ଫୁଲ ହେଉଛି ପଦ୍ମ ଫୁଲ। ଏହାଛଡ଼ା ଗେଣ୍ଡୁ ଫୁଲ ଏବଂ ଯେକୌଣସି ନାଲି ଓ ଗୋଲାପ ଫୁଲ ମଧ୍ୟ ଅର୍ପଣ କରିପାରିବେ।

fallback

୭. ମା ସରସ୍ୱତୀ: ମା ସ୍ୱରସ୍ୱତୀଙ୍କୁ ପ୍ରସନ୍ନ ପାଇଁ ଆପଣ ଧଳା ଗୋଲାପ, ଧଳା କନିଅର ଓ ଧଳା କଇଁ ଇତ୍ୟାଦି ଅର୍ପଣ କରିପାରିବେ।  

fallback

୮.ମା କାଳି: ମା କାଳୀଙ୍କ ପ୍ରିୟ ଫୁଲ ହେଉଛି ମନ୍ଦାର, କିନ୍ତୁ ନାଲି ମନ୍ଦାର ହେଉଛି ସବୁଠୁ ପ୍ରିୟ।

fallback

୯. ଶନିଦେବ: ଶନି ଦେବଙ୍କୁ ନୀଳ ରଙ୍ଗର ଫୁଲ ଭାରି ପ୍ରିୟ, ତେଣୁ ନୀଳ ଅପରାଜିତା ଶନିଦେବକୁ ଅର୍ପଣ କଲେ ଶନିଦେବଙ୍କ କୃପାରୁ ମୁକ୍ତି ମିଳେ।

fallback