ମାଗଣା ତୀର୍ଥଯାତ୍ରା ଯୋଜନାରେ ସାମିଲ ହେଲା ଶ୍ରୀକ୍ଷେତ୍ର: ଦିଲ୍ଲୀ ସରକାର
Advertisement
Article Detail0/zeeodisha/odisha1244327

ମାଗଣା ତୀର୍ଥଯାତ୍ରା ଯୋଜନାରେ ସାମିଲ ହେଲା ଶ୍ରୀକ୍ଷେତ୍ର: ଦିଲ୍ଲୀ ସରକାର


ଦିଲ୍ଲୀ ସରକାରଙ୍କ ପୃଷ୍ଠପୋଷକତାରେ ଚାଲିଥିବା ମାଗଣା ତୀର୍ଥଯାତ୍ରା ଯୋଜନାରେ ସାମିଲ ହେଲା ପୁରୀ । କୋଭିଡ-୧୯ ମହାମାରୀ ହେତୁ ୨୦୨୦ ଏବଂ ୨୦୨୧ ମସିହାରେ ସାଧାରଣ ଜନତାଙ୍କୁ ରଥ ଯାତ୍ରାରେ ଭାଗ ନେବାକୁ ଅନୁମତି ଦିଆଯାଇ ନଥିଲା । ଦିଲ୍ଲୀ ସରକାରଙ୍କ ଏହି ଯୋଜନା ଅଧିନରେ ବୃଦ୍ଧ,ବୃଦ୍ଧା ମାନେ ପୁରୀ ଯାଇ ମହାପ୍ରଭୁଙ୍କୁ ଦେଖିବାର ସୌଭାଗ୍ୟ ପ୍ରାପ୍ତ ହେବେ ।  

ମାଗଣା ତୀର୍ଥଯାତ୍ରା ଯୋଜନାରେ ସାମିଲ ହେଲା ଶ୍ରୀକ୍ଷେତ୍ର: ଦିଲ୍ଲୀ ସରକାର

ନୁଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ମାଗଣା ତିର୍ଥଯାତ୍ରା ଯୋଜନା(free pilgrimage scheme) ଅଧିନରେ ବୃଦ୍ଧ,ବୃଦ୍ଧାମାନେ ଓଡିଶା ଯାଇ ମହାପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରିବାର ସୁଯୋଗ ପାଇବେ । ଏନେଇ ସରକାରଙ୍କ ଅଧିକାରୀ ମାନେ ଗତ ରବିବାର ସୂଚନା ଦେଇଛନ୍ତି । କୋଭିଡ-୧୯(COVID-19)ମହାମାରୀ(pandemic outbreak)ହେତୁ ୨୦୨୦ ଏବଂ ୨୦୨୧ ମସିହାରେ ସାଧାରଣ ଜନତାଙ୍କୁ ରଥ ଯାତ୍ରାରେ ଭାଗ ନେବାକୁ ଅନୁମତି ଦିଆଯାଇ ନଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସ୍ଥିତି ଆୟତ୍ତକୁ ଆସିବାପରେ ପ୍ରତିବନ୍ଧକଗୁଡିକ ହଟାଯାଇଥିଲା । ଏହାପରେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ପାଇଁ ନିଷ୍ପତ୍ତି ପରେ ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ମହାପ୍ରଭୁଙ୍କ ରଥଯାତ୍ରା ଆରମ୍ଭ ହୋଇଥିଲା ।

ସରକାରୀ ଅଧିକାରୀଙ୍କ କହିବାନୁସାରେ, ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ‘ମୁଖ୍ୟମନ୍ତ୍ରୀ ତିର୍ଥ ଯାତ୍ରା’(‘Mukhyamantri Tirth Yatra Yojna’) ଅଧୀନରେ ଦୁଇଟି ଟ୍ରେନ୍ ଜୁଲାଇ ୧୧ ଏବଂ ଜୁଲାଇ ୨୮ ରେ ଯାତ୍ରା କରିବ । ଦିଲ୍ଲୀ ସରକାରଙ୍କ ତିର୍ଥ ଯାତ୍ରା ବିକାଶ ସମିତିର ଅଧ୍ୟକ୍ଷ(chairman of the Delhi government’s Tirth Yatra Vikas Samiti) କମଲ ବନସଲ(Kamal Bansal)କହିଛନ୍ତି, “ପୁରୀରେ ଜଗନ୍ନାଥ ମହାପ୍ରଭୁଙ୍କ ଯାତ୍ରା ବହୁତ ଲୋକପ୍ରିୟ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶରେ ବରିଷ୍ଠ ନାଗରିକମାନଙ୍କୁ ମାଗଣା ତୀର୍ଥଯାତ୍ରା ଯୋଗାଇ ଦିଆଯାଉଛି ଏବଂ ବର୍ତ୍ତମାନ ସେମାନେ ଐତିହାସିକ ଯାତ୍ରା ପରିଦର୍ଶନ କରିବାର ସୁଯୋଗ ପାଇବେ। ଜୁଲାଇ ମାସରେ ସ୍ୱତନ୍ତ୍ର ଭାବେ ଦୁଇଟି ଟ୍ରେନ୍ ଯାତ୍ରା ପାଇଁ ଯିବ। ” ୨୦୧୯ ଜୁଲାଇ  ରେ ଏହି ଯୋଜନା ଆରମ୍ଭ କରାଯାଇଥିଲା, କିନ୍ତୁ ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା | ପ୍ରାୟ ୨୩ ମାସ ପରେ ଏହା ଗତ ଡିସେମ୍ବରରେ ପୁନଃ ଆରମ୍ଭ ହୋଇଥିଲା ।

ଏହାପରେ,ଚଳିତ ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ଓମିକ୍ରନ୍ ଭାରିଆଣ୍ଟ(Omicron variant) ଦ୍ୱାରା କୋଭିଡ-୧୯(COVID-19)ର ତୃତୀୟ ଓ୍ୱେଭ(third wave)ଯୋଗୁଁ ଏହି ଯୋଜନା ପୁନର୍ବାର ବ୍ୟାହତ ହୋଇଥିଲା ଏବଂ ଫେବୃଆରୀ ୧୪ ରେ ଦ୍ୱାରକା-ସୋମନାଥ(Dwarka-Somnath) ଟ୍ରେନର ଫ୍ଲାଗ୍ ସହିତ ପୁନଃ ଆରମ୍ଭ କରାଯାଇଥିଲା । ଏହି ସମୟରେ, ଏହି ଯୋଜନା ଅନ୍ତର୍ଗତ ତାମିଲନାଡୁ(TamilNadu)ର ଭେଲାନକାନି ଚର୍ଚ୍ଚ(Velankanni Church)କୁ ବରିଷ୍ଠ ନାଗରିକମାନଙ୍କୁ ମାଗଣା ତୀର୍ଥଯାତ୍ରା ପ୍ରଦାନ କରିବା ପଦକ୍ଷେପକୁ ଭଲ ପ୍ରତିକ୍ରିୟା ମିଳିନଥିଲା । ଗତ ନଭେମ୍ୱରରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଯାତ୍ରା ଯୋଜନା ଅଧିନରେ ତୀର୍ଥସ୍ଥାନ ତାଲିକାରେ ଲୋକପ୍ରିୟ ଚର୍ଚ୍ଚ ଗୁଡ଼ିକୁ ଯୋଗ କରିଥିଲେ । ତେବେ ଏହାସହ ଜଡ଼ିତ ଅଧିକାରୀ ମାନେ କହିଛନ୍ତି ଏ ବାବଦରେ କମ ଆବେଦନ ଆସିଛି । ସେମାନେ କହିଛନ୍ତି, "ଚଳିତ ବର୍ଷ ଜାନୁଆରୀରେ କରୋନାଭାଇରସର ତୃତୀୟ ତରଙ୍ଗ ଯୋଗୁଁ ଏହା ବ୍ୟାଘାତ ହେବାପରେ ଏହି ଯୋଜନା ଆରମ୍ଭ ହେବା ପରଠାରୁ ଆମେ କେବଳ ୫୦୦-୬୦୦ ଆବେଦନ ଗ୍ରହଣ କରିଛୁ। ତୀର୍ଥଯାତ୍ରା ପାଇଁ ଅତି କମରେ ୧୦୦୦ ଆବେଦନକାରୀ ରହିବା ଆବଶ୍ୟକ।"

ମୋଟାମୋଟି ଭାବେ ଏପର୍ଯ୍ୟନ୍ତ ,୬୩,୦୭୭ ହିତାଧିକାରୀ ଏହି ଯୋଜନାରେ ଲାଭ ପାଇଛନ୍ତି ଯେଉଁଥିରେ ସରକାର ୬୦ ରୁ ଅଧିକ ବୟସର ଲୋକଙ୍କୁ ୧୫ ଟି ରୁଟରେ ତୀର୍ଥଯାତ୍ରା କୁ ପ୍ରାୟୋଜିତ କରୁଛନ୍ତି । ସରକାର ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କ ଯାତ୍ରା, ରହିବା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଅର୍ଥ ପ୍ରଦାନ କରନ୍ତି । ଏହି ଯୋଜନା ଅଧିନରେ ତୀର୍ଥଯାତ୍ରାରେ ଯାଉଥିବା ହିତାଧିକାରୀ ସାଙ୍ଗରେ ଜଣେ ସହଯୋଗୀ ନେଇପାରିବେ । ପ୍ରତ୍ୟେକ ଟ୍ରେନରେ ପ୍ରାୟ ୧୦୦୦ ତୀର୍ଥଯାତ୍ରୀ ଯାଇପାରିବେ ।