ଘୋଷଣା ହୋଇପାରେ ନୂଆ ରାଜନୈତିକ ଦଳ, ଗେରୁଆ ଦଳର ହେବ ପ୍ରତିଦ୍ୱନ୍ଦ୍ୱୀ !

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଖୁବ ଶୀଘ୍ର ତାଙ୍କର ନୂଆ ଦଳ ସମ୍ପର୍କରେ ଘୋଷଣା କରିବାକୁ ଯାଉଛନ୍ତି । 

Edited by - Zee Odisha Desk | Last Updated : Mar 15, 2020, 04:50 PM IST
ଘୋଷଣା ହୋଇପାରେ ନୂଆ ରାଜନୈତିକ ଦଳ, ଗେରୁଆ ଦଳର ହେବ ପ୍ରତିଦ୍ୱନ୍ଦ୍ୱୀ !

ନୂଆଦିଲ୍ଲୀ: ସିଏଏ ଆନ୍ଦୋଳନକୁ ନେଇ ବେଶ ଚର୍ଚ୍ଚାକୁ ଆସିଥିବା ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଖୁବ ଶୀଘ୍ର ତାଙ୍କର ନୂଆ ଦଳ ସମ୍ପର୍କରେ ଘୋଷଣା କରିବାକୁ ଯାଉଛନ୍ତି । ରବିବାର ସନ୍ଧ୍ୟା ସୁଦ୍ଧା ସେ ତାଙ୍କର ନୂଆ ଦଳ ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି । 

ତେବେ ତାଙ୍କ ନୂଆ ଦଳରେ ୨୮ ଜଣ ପୂର୍ବତନ ବିଧାୟକ ଓ ୬ ଜଣ ପୂର୍ବତନ ସାଂସଦ ଦଳରେ ସାମିଲ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏନେଇ ଆଜି ସକାଳେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ମାତ୍ର ଏହି କାର୍ଯ୍ୟକ୍ରମକୁ କେହି ଦୁର୍ବୃତ୍ତ ବିଗାଡ଼ି ଦେଇଥିବା ସେ ଅଭିଯୋଗ କରିଛନ୍ତି । 

ରବିବାର ସକାଳେ ଚନ୍ଦ୍ରଶେଖର ନୋଏଡ଼ାରେ ହେବାକୁ ଥିବା କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲେ । ମାତ୍ର ତାଙ୍କୁ ସେଠାରୁ ଫେରାଇ ଦିଆଯାଇଥିଲା । କାରଣରେ ପୋଲିସର ଅନୁମତି ନଥିବା ଦର୍ଶାଇ ତାଙ୍କୁ ସେଠାରୁ ଫେରାଇ ଦିଆଯାଇଥିଲା । ମାତ୍ର ପରେ ବୁଝାବୁଝି କରିବା ପରେ ତାଲା ଖୋଲାଯାଇଥିଲା । ତାଲା ଖୋଲାଯିବା ପରେ ତାଙ୍କ ସମର୍ଥକମାନେ ସେଠାରେ ବସିଥିଲେ । ଏହି ସଭାରେ ଯୋଗଦେବା ପାଇଁ ବିଭିନ୍ନ ରାଜ୍ୟରୁ ଭୀମ ଆର୍ମି ସମର୍ଥକମାନେ ସାମିଲ ହୋଇଥିଲେ । 

ସୂଚନାଯୋଗ୍ୟ ଆସନ୍ତା ୨୦୨୨ରେ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଚନ୍ଦ୍ରଶେଖର ନିର୍ବାଚନ ଲଢିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ । ଆଉ ସେହି ସମୟରେ ସେ ରାଜ୍ୟ ବିଧାନସଭା ନିର୍ବାଚନରେ ଶାସକ ବିଜେପିର ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହେବେ ବୋଲି କହିଥିଲେ । ଦଳିତ ଓ ଠାକୁର ସମ୍ପ୍ରଦାୟର ଲୋକମାନଙ୍କ ସହିତ କନ୍ଦଳ ହେବା ପରେ ସେ ଚର୍ଚ୍ଚାକୁ ଆସିଥିଲେ । ଏହି ଘଟଣା ପରେ ସେ ବାରମ୍ବାର କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କୁ ଚ୍ୟାଲେଞ୍ଜ କରି ଆସୁଛନ୍ତି । 

ट्रेंडिंग न्यूज़