Advertisement

Laser scanning

alt
ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ହେବ ଲେଜର୍ ସ୍କାନିଂ। ଆଉ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏଏସଆଇକୁ ଅନୁମତି ମିଳିଛି। ରତ୍ନଭଣ୍ଡାର ବାହାର କାନ୍ଥରୁ ଆରମ୍ଭ ହେବ ଏହି ପ୍ରକ୍ରିୟା । ରତ୍ନଭଣ୍ଡାର ଅସୁରକ୍ଷିତ ଥିବା ଓ ଏହାର ଜରୁରୀ ମରାମତି ଆବଶ୍ୟକ ବୋଲି ବିଭିନ୍ନ ଆଡୁ ଦାବି ହେବା ସହ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ ଲେଜର୍ ସ୍କାନିଂ କରି ସ୍ଥିତି ପରଖିବାକୁ ନିଷ୍ପତ୍ତି ନେଇଛି। ଏଏସଆଇ ଲେଜର୍ ସ୍କାନିଂ କରି କେଉଁ ଜାଗାରେ ଫାଟ ଅଛି ବା କେଉଁଠି କାନ୍ଥ ଦୁର୍ବଳ ଅଛି ତାହାର ରିପୋର୍ଟ ଦେବା ପରେ ଶ୍ରୀମନ୍ଦିର ବୈଷୟିକ କମିଟି ସହ ଆଲୋଚନା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ସେପଟେ ଲେଜର୍ ସ୍କାନିଂ ମେସିନ ଗତକାଲି ଭୁବନେଶ୍ୱରରେ ପହଞ୍ଚିଛି।
Nov 28,2023, 10:37 AM IST

Trending news