Anil Ambani Luxury House: ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆଠାରୁ କୌଣସି ଗୁଣରେ କମ୍ ନୁହେଁ ଭାଇ ଅନିଲ ବାସଭବନ, ଦେଖନ୍ତୁ ଫଟୋ

ଅନିଲ ଅମ୍ବାନୀଙ୍କ ଘର ମୁମ୍ବାଇର ପାଲି ହିଲ ଅଞ୍ଚଳରେ । ତାଙ୍କର ୧୭ ମହଲା ବିଶିଷ୍ଟ ଘରର ନାମ ହେଉଛି ଅବୋଡ଼। ଏହା ପ୍ରାୟ ୧୬୦୦୦୦ ବର୍ଗଫୁଟର ଅଟେ ।

ଅନୀଲ ଅମ୍ବାନୀଙ୍କ ବିଳାସପୂର୍ଣ୍ଣ ଘର ବାହାରୁ ଯେତିକି ସୁନ୍ଦର, ଭିତରରୁ ସେତିକି ବିଳାସପୂର୍ଣ୍ଣ ମଧ୍ୟ । ଏହା ଉଚ୍ଚତା ପ୍ରାୟ ୭୦ ମିଟର ଅଟେ ।

ରିପୋର୍ଟ ଅନୁଯାୟୀ, ଅନୀଲ ଅମ୍ବାନୀ ନିଜ ପରିବାର ସହିତ ରହୁଥିବା ଏହି ଘରର ମୂଲ୍ୟ ପାଖାପାଖି ୫ ହଜାର କୋଟିର ଅଟେ ।

ଅନିଲ ଅମ୍ବାନୀଙ୍କ ଏହି ବାସ ଭବନରେ ସ୍ପା, ସୁଇମିଂ ପୁଲ୍, ଜିମ୍ ଓ ହେଲିପ୍ୟାଡ୍ ସହିତ ଅନ୍ୟାନ୍ୟ ୭ ତାରକା ସୁବିଧା ମଧ୍ୟ ରହିଛି ।

ଯଦି ଭାରତରେ ସବୁଠୁ ଦାମୀ ଘର ବିଷୟରେ କହିବା ତାହାଲେ ଅନିଲ ଅମ୍ବାନୀଙ୍କ ଏହି ରାଜପ୍ରାସାଦ ତୃତୀୟ ନମ୍ୱର ସ୍ଥାନରେ ରହିଛି ।

ଏହି ବିଳାସପୂର୍ଣ୍ଣ ଅବୋଡ଼ ବଙ୍ଗଳାର ବାଲକୋନିରୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟର ସୁନ୍ଦର ଦୃଶ୍ୟ ଦେଖାଯାଏ |

ଏହି ୧୭ ମହଲା ବିଶିଷ୍ଚ ବଙ୍ଗଳାରେ ଏକ ବଡ଼ ଲାଉଞ୍ଜ ଏରିଆ ଅଛି, ଯେଉଁଥିରେ ଅନିଲ ଅମ୍ବାନୀଙ୍କ ସମସ୍ତ କାର କଲେକସନ୍ ରହିଛି ।

ଅମ୍ବାନୀଙ୍କ ଏହି ବିଶାଳକାୟ ଅବୋଡ଼ ବାସ ଭବନରେ ପତ୍ନୀ ଟିନା, ଦୁଇ ପୁଅ ଜୟ ଅନମୋଲ ଓ ଜୟ ଅନସୁଲଙ୍କ ସମେତ ବୋହୂ କୃଷ୍ଣ ଶାହା ରୁହନ୍ତି।

ଅନୀଲ ଅମ୍ବାନୀଙ୍କ ବର୍ତ୍ତମାନ କରଜରେ ବୁଡ଼ିକି ରହିଥିବା ବେଳେ ତାଙ୍କ କମ୍ପାନୀ ରିଲିଆନ୍ସ କ୍ୟାପିଟାଲ ବିକ୍ରି ହେବା ପରିସ୍ଥିତିରେ ରହିଛି ।
ट्रेन्डिंग फोटोज़


