Sehwaz Sarif:ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ପଞ୍ଚ ପତ୍ନୀଙ୍କ ପତି ଭାବରେ କୁଖ୍ୟାତ
Advertisement
Article Detail0/zeeodisha/odisha2114151

Sehwaz Sarif:ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ପଞ୍ଚ ପତ୍ନୀଙ୍କ ପତି ଭାବରେ କୁଖ୍ୟାତ

ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (ପିଏମ୍ଏଲ୍-ନୱାଜ) ମୁଖ୍ୟ ନୱାଜ ସରିଫ୍ ଶେହବାଜ ସରିଫ୍ ଙ୍କୁ ଦଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନରେ ନିର୍ବାଚନ ପରେ ପିଏମଏଲ-ନୱାଜ ବିଲାୱଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ସହ ମେଣ୍ଟ ସରକାର ଗଠନ କରିବାକୁ ଯାଉଛନ୍ତି। ପାକିସ୍ତାନର ଶାସକ ମାନେ ସେମାନଙ୍କର ର

SOCIAL MEDIA

Sehwaz Sarif:

ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (ପିଏମ୍ଏଲ୍-ନୱାଜ) ମୁଖ୍ୟ ନୱାଜ ସରିଫ୍ ଶେହବାଜ ସରିଫ୍ ଙ୍କୁ ଦଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନରେ ନିର୍ବାଚନ ପରେ ପିଏମଏଲ-ନୱାଜ ବିଲାୱଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ସହ ମେଣ୍ଟ ସରକାର ଗଠନ କରିବାକୁ ଯାଉଛନ୍ତି। ପାକିସ୍ତାନର ଶାସକ ମାନେ ସେମାନଙ୍କର ରଙ୍ଗୀନ ମିଜାଜ ପାଇଁ ଜଣାଶୁଣା। ଏମିତିରେ ଶାହବାଜ ସରିଫ ମଧ୍ୟ କିଛି ଅଲଗା ନୁହଁନ୍ତି । ଆନୁଷ୍ଠାନିକ ଭାବେ ସେ ୩ଟି ବିବାହ କରିସାରିଛନ୍ତି, କିନ୍ତୁ ପାକିସ୍ତାନର ଗଣମାଧ୍ୟମ ତାଙ୍କ ନାମକୁ ଅନେକ ମହିଳାଙ୍କ ସହ ଯୋଡୁଛି। ପାକିସ୍ତାନରେ ସେ ଶାହବାଜ ସରିଫ 5 ପତ୍ନୀଙ୍କ ସ୍ୱାମୀ ନାମରେ ମଧ୍ୟ ପରିଚିତ। ଏହି ମାମଲାରେ ସେ ଇମ୍ରାନ ଖାନଙ୍କ ଠାରୁ ଦୁଇ ପାଦ ଆଗରେ ଅଛନ୍ତି।

ଶାହବାଜଙ୍କ ବୟସ ବର୍ତ୍ତମାନ ୭୧ ବର୍ଷ ହୋଇଥିବା ବେଳେ ସେ କେବଳ ଫିଟ୍ ନୁହଁନ୍ତି ବରଂ ତାଙ୍କ ବ୍ୟକ୍ତିତ୍ୱରେ ବହୁତ ଆକର୍ଷଣ ରହିଛି । ଆସନ୍ତୁ ଜାଣିବା ତାଙ୍କ ଶେଷ ଦୁଇଟି ବିବାହକୁ ନେଇ ତାଙ୍କ ପରିବାର ଲୋକେ କାହିଁକି ତାଙ୍କ ଉପରେ ରାଗି ଯାଇଥିଲେ। ତେବେ ଏବେ ତାଙ୍କ ଭାଇ ତଥା ପାକିସ୍ତାନ ମୁସଲିମ ଲିଗ୍-ନୱାଜ ମୁଖ୍ୟ ନୱାଜ ସରିଫ୍ ତାଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବାକୁ ଯାଉଛନ୍ତି।

ଶାହବାଜ ସରିଫ ୧୯୭୩ ମସିହାରେ ତାଙ୍କ ସମ୍ପର୍କୀୟ ଭଉଣୀ ନୁସରତ ବଟଙ୍କୁ ୨୨ ବର୍ଷ ବୟସରେ ବିବାହ କରିଥିଲେ । ବାପା ଓ ପରିବାର ଲୋକଙ୍କ ପସନ୍ଦରେ ଏହି ବିବାହ ହୋଇଥିଲା। ନୁସରତଙ୍କ ଔରସରୁ ତାଙ୍କର ୪ ଜଣ ସନ୍ତାନ ଅଛନ୍ତି। ଦୁଇ ପୁଅ ଓ ଦୁଇ ଯାଆଁଳା ଝିଅ । ନୁସରତ ଏବେ ଶାହବାଜଙ୍କଠାରୁ ଅଲଗା ରହୁଛନ୍ତି। ଦୁଇ ବର୍ଷ ତଳେ ଶାହାବାଜଙ୍କୁ ଆର୍ଥିକ ଅନିୟମିତତା ଓ ମନି ଲଣ୍ଡରିଂ ମାମଲାରେ ଫସିବେଳେ ନୁସରତ ମଧ୍ୟ ଏଥିରେ ଫସି ଥିଲେ। ତାଙ୍କୁ ମଧ୍ୟ କୋର୍ଟରେ ହାଜର ହେବାକୁ ପଡ଼ିଥିଲା। ଏହା ମଧ୍ୟ କୁହାଯାଏ ଯେ ୧୯୯୩ ରେ ନୁସରତଙ୍କ ଠାରୁ ତାଙ୍କର ଛାଡପତ୍ର ହୋଇସାରିଛି ।

ମ଼ଡେଲଙ୍କ ସହ ଦ୍ୱିତୀୟ ବିବାହ

ତାଙ୍କର ଦ୍ୱିତୀୟ ବିବାହ ପାକିସ୍ତାନୀ ମଡେଲ ଆଲିଆ ହନିଙ୍କ ସହ ହୋଇଥିଲା, ଯାହାକୁ ନେଇ ତାଙ୍କ ବାପା ମିଆଁ ସରିଫ ବହୁତ ରାଗିଯାଇଥିଲେ । ଏହି ବିବାହ ୧୯୯୩ ମସିହାରେ ହୋଇଥିଲା । ସେତେବେଳେ ଆଲିଆ ଜଣେ ଉଦୀୟମାନ ଯୁବ  ମଡେଲ ଥିଲେ । କିଛିଦିନର ରୋମାନ୍ସ ପରେରେ ସେମାନେ ଗୁପ୍ତରେ ବିବାହ କରିଥିଲେ।ଏହି ସମ୍ପର୍କକୁ ନେଇ ଏକ କାହାଣୀ ମଧ୍ୟ ରହିଛି । ଏହାପରେ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆଲିଆଙ୍କ ଘରକୁ ଯିବା ପାଇଁ ସେ କ୍ୟାଭାଲରୀ ନାମକ ଏକ ନୂଆ ପୋଲ ନିର୍ମାଣ କରିଥିଲେ । ଏହି ସେତୁକୁ ତାଙ୍କ ନାମରେ ହନି ବ୍ରିଜ୍ ନାମରେ ନାମିତ କରାଯାଇଥିଲା। 1999ର ସାମରିକ ବିଦ୍ରୋହ ପରେ ଆତ୍ମନିର୍ବାସନରେ ସେ ଯେତେବେଳେ ସାଉଦି ଆରବ ଯାଇଥିଲେ, ସେତେବେଳେ ଆଲିଆ ମଧ୍ୟ ତାଙ୍କ ସହ ଥିଲେ କିନ୍ତୁ ପରେ ଉଭୟଙ୍କ ଛାଡ଼ପତ୍ର ହୋଇଯାଇଥିଲା। ଏହାର କିଛି ମାସ ପରେ ଆଲିଆଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ଦ୍ୱିତୀୟ ବିବାହ କାଳରେ ତୃତୀୟ ବିବାହ

ଆଲିଆଙ୍କ ସହ ବୈବାହିତ ଜୀବନ ବିତାଉଥିବା ବେଳେ  ସେ ଗୁପ୍ତରେ ନର୍ଗିସ ଖୋସାଙ୍କୁ ବିବାହ କରିଥିଲେ । କିନ୍ତୁ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ। ନର୍ଗୀସ ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି ର ମହାନିର୍ଦ୍ଦେଶକ ତାରିକ୍ ଖୋସାଙ୍କ ଭଉଣୀ ଥିଲେ । ସରିଫ ପରିବାର ଏହି ବିବାହକୁ ଆଦୌ ଅନୁମୋଦନ କରିନଥିଲେ। ଏହି ବିବାହ ଯେତିକି ଗୁପ୍ତରେ ହୋଇଥିଲା ,ଏହାର ଅନ୍ତ ମଧ୍ୟ ସେତିକି ଗୁପ୍ତରେ ହୋଇଥିଲା। 

ଲେଖିକାଙ୍କୁ ଚତୁର୍ଥ ବିବାହ

୨୦୦୩ ମସିହାରେ ସେ ତେହମିନା ଦୁରାନୀଙ୍କୁ ଗୁପ୍ତ ଭାବରେ ବିବାହ କରିଥିଲେ, ଯିଏ କି ମାଇ ଫ୍ୟୁଡାଲ ଲର୍ଡ୍ ପୁସ୍ତକ  ଲେଖି ପାକିସ୍ତାନରେ ପ୍ରସିଦ୍ଧ ହୋଇଥିଲେ । କୁହାଯାଉଛି ଯେ ସେମାନଙ୍କ ରୋମାନ୍ସ ପ୍ରାୟ ୮ ବର୍ଷ ଧରି ଚାଲିଥିଲା । ଏହାପରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଯେତେବେଳେ ସେ ବିବାହ କରିଥିଲେ, ସେତେବେଳେ ତାଙ୍କ ପରିବାର କିମ୍ବା ତାଙ୍କ ଦଳର ନେତାମାନେ ଏହାକୁ ପସନ୍ଦ କରିନଥିଲେ। ସେଥିପାଇଁ ବିବାହର କିଛି ସମୟ ପରେ ଯେତେବେଳେ ସେ ଦୁବାଇରେ ନିଜର ଗ୍ରାଣ୍ଡ ପାର୍ଟି କରିଥିଲେ, ସେତେବେଳେ ତାଙ୍କ ଦଳର ନେତାମାନେ ମଧ୍ୟ କହୁଥିବା ଦେଖିବାକୁ ମିଳିଥିଲା ଯେ ଶାହବାଜଙ୍କ ଗୁପ୍ତ ଜୀବନ ବାବଦରେ ସେମାନଙ୍କୁ ମଧ୍ୟ ଜଣାନାହିଁ ।

ତେହମିନା ଆଗରୁ ତିନିଥର ବାହା ହୋଇଛନ୍ତି

ତେହମିନା ଏବେ ବି ତାଙ୍କ ପତ୍ନୀ। ଏବେ ତାଙ୍କୁ ପାକିସ୍ତାନର ପ୍ରଥମ ମହିଳା ହେବାର ଶ୍ରେୟ ମିଳିବ। ତେହମିନାଙ୍କ କାହାଣୀ ମଧ୍ୟ ଅଦ୍ଭୁତ । ତାଙ୍କ ପିତା ଶାହକୁର ଉଲ୍ଲା ଦୁରାନୀ ପାକିସ୍ତାନ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଥିଲେ। ଏହାପରେ ସେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ମୁଖ୍ୟ ହୋଇଥିଲେ। ତେହମିନା ଏକ ବଡ଼ ଜମିଦାର ପରିବାରରୁ ଆସିଥିଲେ।

ମାତ୍ର ୧୭ ବର୍ଷ ବୟସରେ ସେ ଅନୀସ ଖାନ ନାମକ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଯାଇଥିଲେ। ପରିବାରର ବିରୋଧ ସତ୍ତ୍ୱେ ମଧ୍ୟ ସେ ଏହି ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ସେମାନଙ୍କ ଛାଡ଼ପତ୍ର ହୋଇଥିଲା। ଏହାପରେ ସେ ପଞ୍ଜାବର ଜଣେ ବିଶିଷ୍ଟ ରାଜନେତା ଗୁଲାମ ମୁସ୍ତାଫା ଖାରଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ ଗୁଲାମ ନିଜେ ଅନେକ ବିବାହ କରିଥିଲେ।

ଏହି ବିବାହରୁ ତେହମିନାଙ୍କର ୪ଟି ସନ୍ତାନ ଥିଲେ। ଏହି ବିବାହ ୧୪ ବର୍ଷ ଧରି ଚାଲିଥିଲା, କିନ୍ତୁ ସେ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ କିପରି ମୁସ୍ତାଫା ତାଙ୍କୁ ନିର୍ଯାତନା ଦେଉଥିଲେ। ବିବାହ ବ୍ୟତୀତ ଅନ୍ୟ ମହିଳାଙ୍କ ସହ ତାଙ୍କର ସମ୍ପର୍କ ରହିଥିଲା। ସେତେବେଳେ ମୁସ୍ତାଫା ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୁଲ୍ଫିକାର ଅଲ୍ଲୀ ଭୁଟ୍ଟୋଙ୍କ ନିକଟତର ଥିଲେ। ସେଥିପାଇଁ ସେ ପ୍ରଥମେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଓ ପରେ ରାଜ୍ୟପାଳ ହୋଇଥିଲେ।

ଜୀବନୀ ପୁସ୍ତକ "ମାଇଁ ଫ୍ୟୁ଼ଡାଲ ଲର୍ଡ୍" ଲେଖି ସେ ପାକିସ୍ତାନର ଜମିଦାର ଙ୍କଠାରୁ ଶୀର୍ଷ ରାଜନେତାମାନଙ୍କ ପର୍ଦ୍ଦାଫାସ  କରିଥିଲେ ଏବଂ ସେମାନଙ୍କର ଅବୈଧ ସମ୍ପର୍କ ବିଷୟରେ ଲେଖିଥିଲେ । ଏହି ପୁସ୍ତକରେ ସେ ଏହା ମଧ୍ୟ ଲେଖିଛନ୍ତି ଯେ କିପରି ସ୍ୱାମୀ ମୁସ୍ତାଫା  ତାଙ୍କୁ ଭୁଟ୍ଟୋଙ୍କ ସହ ଶୋଇବାକୁ ବାଧ୍ୟ କରୁଥିଲେ। ଏବେ  ପାକିସ୍ତାନ ମୁସଲିମ୍ ଲିଗ୍ ସେହି ପାକିସ୍ତାନ ପିପୁଲ୍ସ ପାର୍ଟି ସହ ମିଶି ସରକାର ଗଠନ କରୁଛି ,ଯାହାର ପ୍ରତିଷ୍ଠାତା ଥିଲେ ଭୁଟ୍ଟୋ ଏବଂ ଶାହବାଜ ସରିଫ୍ ଏହାର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।

ଏହି ପୁସ୍ତକଟି ୮ଟି ଭାଷାରେ ଅନୁବାଦିତ  ହୋଇଥିଲା । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ୧୯୯୧ମସିହାରେ ପ୍ରକାଶିତ ଏହି ପୁସ୍ତକକୁ ପ୍ରଥମେ ପାକିସ୍ତାନରେ ନିଷିଦ୍ଧ କରାଯାଇଥିଲା। ଏବେ ଏହି କଟକଣା ହଟିଯାଇଛି। ଏହି ପୁସ୍ତକକୁ ନେଇ ତେହମିନାଙ୍କ ପରିବାର ଲୋକେ ଏତେ କ୍ରୋଧିତ ହୋଇଥିଲେ ଯେ ସେ ସେମାନଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ।ତେବେ କୁହାଯାଉଛି ଯେ, ତହମିନାଙ୍କୁ ଏବେ ମଧ୍ୟ ସରିଫ ପରିବାର ସ୍ୱୀକାର କରୁନାହାନ୍ତି। ଏପରିକି ନୱାଜ ତାଙ୍କୁ ପସନ୍ଦ କରୁନଥିବା କୁହାଯାଉଛି।

ଜଣେ ସରକାରୀ ଅଧିକାରୀଙ୍କୁ ପଞ୍ଚମ ବିବାହ

କୁହାଯାଏ ଯେ ଶାହବାଜଙ୍କ ଆଖି କୁଲସୁମ୍ ହେ ନାମକ ଜଣେ ଅଫିସରଙ୍କୁ ପଂଚମ ବିବାହ କରିଥିଲେ।  ୨୦୧୨ରେ ଶେହବାଜ ତାଙ୍କୁ ଗୁପ୍ତରେ ବିବାହ କରିଥିଲେ ଏବଂ ପରେ ଖୁବ୍ ଶୀଘ୍ର ଛାଡ଼ପତ୍ର ନେଇଥିଲେ। ସରିଫ ପରିବାର ଶାହାବାଜଙ୍କ ଏହି ଲଭର ବୟ ଇମେଜକୁ ନେଇ  ଖୁସି ନୁହଁନ୍ତି । ଅନେକ ସମୟରେ ପରିବାରରେ ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଥାଏ ବୋଲି କୁହାଯାଏ।