Alternate profile feature in whatsapp: ହ୍ବାଟସ ଆପରେ ନୂଆ ଫିଚର, ଜାଣନ୍ତୁ କେମିତି କରିବ କାମ
Advertisement
Article Detail0/zeeodisha/odisha1940080

Alternate profile feature in whatsapp: ହ୍ବାଟସ ଆପରେ ନୂଆ ଫିଚର, ଜାଣନ୍ତୁ କେମିତି କରିବ କାମ

  ହ୍ବାଟସ ଆପରେ ଏକ ନୂଆ ଫିଚର ଲଞ୍ଚ ହୋଇଛି । ଯାହାର ନାଁ ହେଉଛି ‘ଅଲଟରନେଟ୍ ପ୍ରୋଫାଇଲ୍’ । ଏହି ଫିଚର ଦ୍ବାରା ବ୍ୟବହାରକାରୀ ମାନେ ଦୁଇଟି ଭିନ୍ନ ଭିନ୍ନ ପ୍ରୋଫାଇଲ ତିଆରି କରି ପାରିବେ । ଯେଉଁଥିରେ ସେମାନେ ଭିନ୍ନ ଭିନ୍ନ ଫଟୋ, ଷ୍ଟାଟସ ଏବଂ ସମ୍ପର୍କ ଦେଖାଇ ପାରିବେ । ଏଥିରେ ବ୍ୟବହାରକାରୀ ନିଜ ବ୍ୟକ

SOCIAL MEDIA

Alternate profile feature in whatsapp: 

ହ୍ବାଟସ ଆପରେ ଏକ ନୂଆ ଫିଚର ଲଞ୍ଚ ହୋଇଛି । ଯାହାର ନାଁ ହେଉଛି ‘ଅଲଟରନେଟ୍ ପ୍ରୋଫାଇଲ୍’ । ଏହି ଫିଚର ଦ୍ବାରା ବ୍ୟବହାରକାରୀ ମାନେ ଦୁଇଟି ଭିନ୍ନ ଭିନ୍ନ ପ୍ରୋଫାଇଲ ତିଆରି କରି ପାରିବେ । ଯେଉଁଥିରେ ସେମାନେ ଭିନ୍ନ ଭିନ୍ନ ଫଟୋ, ଷ୍ଟାଟସ ଏବଂ ସମ୍ପର୍କ ଦେଖାଇ ପାରିବେ । ଏଥିରେ ବ୍ୟବହାରକାରୀ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ପାଇଁ ମଧ୍ୟ ଦୁଇଟି ଆକାଉଣ୍ଟ ଖୋଲି ପାରିବେ । ଏହି ଫିଚର ଏବେ ଡ଼େଭଲପମେଣ୍ଟ ଫେଜରେ ଅଛି କିନ୍ତୁ ଖୁବଶୀଘ୍ର ଏହା ଆସିଯିବ ।

ଏହା ବ୍ୟବହାରକାରୀଙ୍କ ପାଇଁ ଏକ ଆକର୍ଷଣୀୟ ଫିଚର ହେବାକୁ ଯାଉଛି । ଏହି ଫିଚର ବ୍ୟବହାରକାରୀଙ୍କ ପ୍ରୋଫାଇଲ ଉପରେ ଅଧିକ କଣ୍ଟ୍ରୋଲ ଦେବ । ଅନେକ ସମୟରେ ହ୍ବାଟସଆପରେ ଲାଷ୍ଟ ସିନ୍, ଷ୍ଟାଟସ ଲୋକମାନେ ଅନେକ ଲୋକଙ୍କୁ ସେୟାର କରିବାକୁ ଚାହାଁନ୍ତି ନାହିଁ । ସେଥିପାଇଁ ହାଇଡ଼୍ କରି ରଖନ୍ତି । ସେ କ୍ଷେତ୍ରରେ ମଧ୍ୟ ଏହା ବେଶ ସହାୟକ ହେବ ।

ହ୍ବାଟସଆପ୍ ତରଫରୁ ଅଲଟରନେଟିଭ୍ ପ୍ରୋଫାଇଲର ଅପସନ ଦିଆଯାଇଛି । ଯେଉଁଥିରେ ଦୁଇଟି ପ୍ରୋଫାଇଲ୍ ତିଆରି ହୋଇପାରିବ । ଦୁଇଟି ପ୍ରୋଫାଇଲରେ ଦୁଇଟି ଭିନ୍ନ ଭିନ୍ନ ଫଟୋ ଲାଗି ପାରିବ ଏବଂ ଷ୍ଟାଟସ ମଧ୍ୟ ଅଲଗା ଲାଗି ପାରିବ । ବ୍ୟବହାରକାରୀ ଅଲଗା ଅଲଗା ପ୍ରୋଫାଇଲରେ ଅଲଗା ଲୋକଙ୍କୁ ମଧ୍ୟ ସାମିଲ କରି ପାରିବେ ।

କେମିତି କରିବ କାମ

ଆପଣଙ୍କ ରେଗୁଲାର ପ୍ରୋଫାଇଲ ପ୍ରାଇମେରୀ ରହିବ । ଯାହା ସବୁ ବ୍ୟବହାରକାରୀଙ୍କୁ ଦେଖାଯିବ । ଅଳଟରନେଟିଭ୍ ପ୍ରୋଫାଇଲରେ ପ୍ରାଇଭେଟ୍ ରହିବ । ସେଥିରେ ସେହି କଣ୍ଟାକ୍ଟ ମାନେ ସୋ କରିବେ ଯେଉଁମାନଙ୍କୁ ଆପଣ ସିଲେକ୍ଟ କରିବେ । ଅର୍ଥାତ ଆପଣଙ୍କର ଗୋଟିଏ ପ୍ରୋଫାଇଲ ସମସ୍ତଙ୍କ ପାଇଁ ହୋଇଥିବା ବେଳେ ଅନ୍ୟଟି କିଛି ଖାସ୍ ଲୋକଙ୍କ ପାଇଁ ହେବ । ମାନେ ଆପଣ ହ୍ବାଟସଆପକୁ କାମ ଏବଂ ଅଫିସ ପାଇଁ ସେଟ୍ କରିପାରିବେ । ଅଫିସ କାମ ପାଇଁ ଅଲଗା ପ୍ରୋଫାଇଲ ଏବଂ ଇମେଜରେ ଆକାଉଣ୍ଟ ଖୋଲି ପାରିବେ । ଏହି ଭଳି ଆପଣ ଆପଣଙ୍କ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫକୁ ଅଲଗା ରଖିପାରିବେ ।

ଏହି ଫିଚର ଆଣ୍ଡୋଏଡ଼୍ ଭିଟା ଭର୍ସନରେ ସପୋର୍ଟ କରିବ । ବର୍ତ୍ତମାନ ଏହି ଫିଚର ପାଇଁ କାମ ଚାଲିଛି କିନ୍ତୁ ଖୁବଶୀଘ୍ର ଏହା ଲଞ୍ଚ କରିବ ।