ବର୍ଷର ତୃତୀୟ ମାସ ମାର୍ଚ୍ଚର ଆରମ୍ଭ ହୋଇ ସାରିଛି । ଆଜି ମାର୍ଚ୍ଚର ପ୍ରଥମ ଦିନ । କେଇ ସହ ବର୍ଷ ତଳେ ମାର୍ଚ୍ଚ ବର୍ଷର ତୃତୀୟ ବର୍ଷ ନଥିଲା । ମାର୍ଚ୍ଚ ଥିଲା ବର୍ଷର ପ୍ରଥମ ମାସ । ମାନେ,ଯଦି ସେତେବେଳେ ହ୍ୱାଟସଆପ୍ ଥାଆନ୍ତା ତେବେ ଲୋକ ହ୍ୱାଟସଆପରେ ମାର୍ଚ୍ଚ ଏକ ତାରିଖ ଦିନ.. ହାପି ନ୍ୟୁ ଇୟର ୱିସ୍ ବାଲା ମେସେଜ୍ ପଠାଇଥାନ୍ତେ ।
Trending Photos
March 01:
ବର୍ଷର ତୃତୀୟ ମାସ ମାର୍ଚ୍ଚର ଆରମ୍ଭ ହୋଇ ସାରିଛି । ଆଜି ମାର୍ଚ୍ଚର ପ୍ରଥମ ଦିନ । କେଇ ସହ ବର୍ଷ ତଳେ ମାର୍ଚ୍ଚ ବର୍ଷର ତୃତୀୟ ବର୍ଷ ନଥିଲା । ମାର୍ଚ୍ଚ ଥିଲା ବର୍ଷର ପ୍ରଥମ ମାସ । ମାନେ,ଯଦି ସେତେବେଳେ ହ୍ୱାଟସଆପ୍ ଥାଆନ୍ତା ତେବେ ଲୋକ ହ୍ୱାଟସଆପରେ ମାର୍ଚ୍ଚ ଏକ ତାରିଖ ଦିନ.. ହାପି ନ୍ୟୁ ଇୟର ୱିସ୍ ବାଲା ମେସେଜ୍ ପଠାଇଥାନ୍ତେ । ତେବେ ଏଇ ମାର୍ଚ୍ଚ ମାସ କେଉଁଠୁ ଆସିଲା,କେମିତି ତା’ର ନାଁ ମାର୍ଚ୍ଚ ପଡିଲା ଆସନ୍ତୁ ଜାଣିବ ।
ମାର୍ଚ୍ଚର ନାମକରଣ
ମାର୍ଚ୍ଚ ନାମ ଲାଟିନ୍ ଶବ୍ଦ ମାର୍ଟିୟସ୍ ରୁ ଉତ୍ପନ୍ନ ହୋଇଛି । ଯାହା ରୋମାନ୍ ଯୁଦ୍ଧ ଦେବତା ମଙ୍ଗଳଙ୍କ ନାମରେ ନାମିତ । ଅନେକ ଶତାବ୍ଦୀ ପୂର୍ବରୁ ମୂଳ ରୋମାନ୍ କ୍ୟାଲେଣ୍ଡରର ପ୍ରଥମ ମାସର ନାମ ଥିଲା ମାର୍ଟିସ୍ । ଯେତେବେଳେ ରୋମାନ୍ କ୍ୟାଲେଣ୍ଡର ଆରମ୍ଭ ହେଲା,ସେତେବେଳେ ମାର୍ଚ୍ଚ ପ୍ରଥମ ମାସ ଥିଲା । ସେତେବେଳେ ବର୍ଷକ ୧୨ ମାସ ନଥିଲା,ସେତେବେଳେ ବର୍ଷକରେ ମାସର ସଂଖ୍ୟା ଥିଲା ୧୦ ।
ଆଲେକ୍ସଜାଣ୍ଡ୍ରିଆର ଜ୍ୟୋତିର୍ବିଜ୍ଞାନୀ ସୋସିଜେନସଙ୍କ ଦ୍ୱାରା ମାର୍ଚ୍ଚ ମାସ ଗଣନାକୁ ଆସିଥିଲା । ଯେହେତୁ ଏହା ପ୍ରଥମ ମାସ ଥିଲା,ତେଣୁ କାହାର ନାମରେ ଏହାର ନାମ ରଖିବା ଉଚିତ୍ ବୋଲି ଅନେକ ଚିନ୍ତା କରାଯାଇଥିଲା । ଯେହେତୁ ଏହା ପ୍ରଥମ ମାସ ଥିଲା ତେଣୁ ଚିନ୍ତା କରାଗଲା ଯେ,ମାସର ନାମ ଏପରି ହେବା ଉଚିତ ଯାହାକୁ ଶୁଣି ମନକୁ ଉତ୍ସାହିତ କରିବ । ଯେହେତୁ ରୋମାନ ପୁରାଣରେ ମଙ୍ଗଳ ବା ମାର୍ସ୍ ଥିଲେ ଯୁଦ୍ଧର ଦେବତା,ତେଣୁ ମାସର ପ୍ରଥମ ନାମ ତାଙ୍କରି ନାମ ସହିତ ସଂପର୍କ ରଖୁଥିବା ଶବ୍ଦରେ ପଡିଥିଲା ।
ଯିଏ ନାମକରଣ ଉପରେ ମୋହର ମାରିଥିଲେ ସିଏ ମାର୍ଚ୍ଚରେ ମରିଥିଲେ
ଜୁଲିୟସ୍ ସିଜର ଖ୍ରୀଷ୍ଟପୂର୍ବ ୪୬ ରେ ଏହି ମାସର ନାମକୁ ଅନୁମୋଦନ କରିଥିଲେ । ଏହା ରୋମାନ୍ କ୍ୟାଲେଣ୍ଡରର ପ୍ରଥମ ମାସ ହୋଇଥିଲା । ତେବେ ଏହି ମାସ ଜୁଲିୟସ ସିଜରଙ୍କ ପାଇଁ ଅମଙ୍ଗଳ ସାବ୍ୟସ୍ତ ହୋଇଥିଲା । କାରଣ ତାଙ୍କୁ ଏହି ମାସରେ ନିଜ ବିଶ୍ୱସ୍ତଙ୍କ ଷଡ଼ଯନ୍ତ୍ରର ଶିକାର ହୋଇ ହତ୍ୟାର ଶିକାର ହେବାକୁ ପଡିଥିଲା ।
କେମିତି ୧ ନମ୍ବରରୁ ୩ ନମ୍ବରକୁ ଖସିଲ ମାର୍ଚ୍ଚ ?
ରୋମାନ୍ ଶାସକ ନୁମା ପମ୍ପିଲିୟସ୍ ପାରମ୍ପାରିକ ଭାବରେ ଜାନୁଆରୀ ଏବଂ ଫେବୃଆରୀକୁ କ୍ୟାଲେଣ୍ଡରରେ ଯୋଡି ମାର୍ଚ୍ଚକୁ ବର୍ଷର ତୃତୀୟ ମାସ ଭାବରେ ମାନ୍ୟତା ଦେଇଥିଲେ । ତଥାପି କେତେକ ସଂସ୍କୃତି ଏବଂ ଧର୍ମ ମାର୍ଚ୍ଚ ୧କୁ ବର୍ଷ ପ୍ରଥମ ଦିନ ଭାବେ ପାଳନ କରନ୍ତି । ଇରାନରେ ନୂଆ ବର୍ଷର ପ୍ରଥମ ଦିନ ୨୧ ମାର୍ଚ୍ଚରେ ପାଳନ କରାଯାଏ । ଅବଶ୍ୟ, ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଗ୍ରହଣ ପରେ, ମାର୍ଚ୍ଚ ସେହି ୦୭ ମାସ ମଧ୍ୟରୁ ଗୋଟିଏ, ଯାହାର ଦିନ ସଂଖ୍ୟା ୩୧ ଅଟେ ।
ମାର୍ଚ୍ଚର ସାମରିକ ଅଭିଯାନ ସହିତ ସମ୍ପର୍କ କ’ଣ?
ପ୍ରାଚୀନ ରୋମରେ ମାର୍ଚ୍ଚରେ ସାମରିକ ଅଭିଯାନ ଋତୁ ଆରମ୍ଭ ହେଉଥିଲା। ଏହି ମାସରେ ରୋମାନ୍ ସେନା ଯୁଦ୍ଧ ଅଭିଯାନରେ ବାହାରୁଥିଲେ । ସେନା ‘ମାର୍ଚ୍ଚ’ କରୁଥିବାକୁ ମାସର ନାମ ମାର୍ଚ୍ଚ ହୋଇଛି ବୋଲି କିଛି ଲୋକ କୁହନ୍ତି । ମାର୍ଚ୍ଚ ଶବ୍ଦଟି ପୁରୁଣା ଫରାସୀ ଶବ୍ଦ ମାର୍ଚ୍ଚିୟରରୁ ଆସିଛି - ଯାହାର ଅର୍ଥ ହେଉଛି “ଚାଲିବା, ଗତି କରିବା” ।
ଭାରତରେ ମାର୍ଚ୍ଚ ମାସ ହେଉଛି ଆନନ୍ଦର ମାସ
ଭାରତରେ ମାର୍ଚ୍ଚ ହେଉଛି ଆନନ୍ଦ ଓ ଉତ୍ସବର ମାସ । ଭାରତୀୟ କ୍ୟାଲେଣ୍ଡରର ଫାଲଗୁନ ମାସ ଏହି ମାସରେ ପଡିଥାଏ । ଏହି ମାସରେ, ମହାଶିବରାତ୍ରୀ ଏବଂ ହୋଲି ପରି ପର୍ବଗୁଡିକ ବଡ଼ ଉତ୍ସାହର ସହିତ ପାଳନ କରାଯାଏ । ଏହି ମାସରେ ଦକ୍ଷିଣ ଭାରତର ରାଜ୍ୟ ଗୁଡିକରେ ଅନେକ ପ୍ରକାରର ପର୍ବ ଅନୁଷ୍ଠିତ ହୁଏ ।