ISIS Khorasan:ଆଇଏସ୍ ଖୁରସାନ କ’ଣ ? ଯିଏ ହେଉଛି ପୁତିନଙ୍କ ଏକ ନମ୍ବର ଶତ୍ରୁ
Advertisement
Article Detail0/zeeodisha/odisha2174597

ISIS Khorasan:ଆଇଏସ୍ ଖୁରସାନ କ’ଣ ? ଯିଏ ହେଉଛି ପୁତିନଙ୍କ ଏକ ନମ୍ବର ଶତ୍ରୁ

 ରୁଷର ପ୍ରସିଦ୍ଧ କ୍ରୋକସ୍ ସିଟି ହଲ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ 143 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶହ ଶହ ଲୋକ ଆହତ ହୋଇଥିବା ଜଣାଯାଇଛି। ଚାରିଜଣ ସଶସ୍ତ୍ର ସନ୍ଦିଗ୍ଧଙ୍କ ସମେତ ଏପର୍ଯ୍ୟନ୍ତ ଅତି କମରେ 11 ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। 

SOCIAL MEDIA

ISIS Khorasan: ରୁଷର ପ୍ରସିଦ୍ଧ କ୍ରୋକସ୍ ସିଟି ହଲ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ 143 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶହ ଶହ ଲୋକ ଆହତ ହୋଇଥିବା ଜଣାଯାଇଛି। ଚାରିଜଣ ସଶସ୍ତ୍ର ସନ୍ଦିଗ୍ଧଙ୍କ ସମେତ ଏପର୍ଯ୍ୟନ୍ତ ଅତି କମରେ 11 ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏହାପୂର୍ବରୁ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ (ଆଇଏସ୍-କେ) ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହି ଘଟଣା ପାଇଁ ନିଜକୁ ଦାୟୀ କରିଥିଲା । ରଏଟର୍ସ ରିପୋର୍ଟ ଅନୁଯାୟୀ ଆମେରିକାର ଗୁପ୍ତଚର ଏଜେନ୍ସି ଆଇଏସ୍ ଖୋରାସାନର ଏହି ଦାବି ଉପରେ ମୋହର ମାରିଛି ।

ତେବେ, ଆଇଏସ୍-ଖୋରାସାନ୍ (ଇସଲାମିକ୍ ଷ୍ଟେଟ୍ ଖୋରାସାନ୍) ଋଷକୁ କାହିଁକି ଟାର୍ଗେଟ କଲା, ଏହାର ପ୍ରକୃତ କାରଣ କ’ଣ? ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିଛି ବିଶେଷଜ୍ଞ ଏହା ପଛରେ ୟୁକ୍ରେନ କୋଣକୁ ମଧ୍ୟ ଦାୟୀ କରୁଛନ୍ତି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜେ କହିଛନ୍ତି ଯେ ୟୁକ୍ରେନରୁ କିଛି ଲୋକ ଆତଙ୍କବାଦୀମାନଙ୍କୁ ରୁଷରେ ପ୍ରବେଶ କରିବାରେ ସାହାଯ୍ୟ କରିଥିଲେ।

ଆଇଏସ୍-ଖୋରାସାନ୍ କ’ଣ?

ଆଇଏସ୍ ଖୋରାସାନ୍ (ଆଇଏସ୍-କେ) ପ୍ରଥମେ ଉତ୍ତର ଆଫଗାନିସ୍ତାନରେ 2014 ରେ ସୃଷ୍ଟି ହୋଇଥିଲା ଏବଂ ବର୍ତ୍ତମାନ ଆଇଏସ୍ଆଇଏସ୍ ର ଅନ୍ୟତମ ସକ୍ରିୟ ସହଯୋଗୀ ଅଟେ। ‘ଖୋରାସାନ୍’  ପ୍ରାଚୀନ ଇସଲାମିକ ଖଲିଫାତକୁ ବୁଝାଏ ଯେଉଁଥିରେ ଆଜିର ଆଫଗାନିସ୍ତାନ, ଇରାନ, ପାକିସ୍ଥାନ ଏବଂ ତୁର୍କମେନିସ୍ତାନର କିଛି ଅଂଶ ରହିଥିଲା। ପାର୍ସୀ ଭାଷାରେ ଖୋରାସାନକୁ ଖୋରାସାନ-ଇ-କାହାନ ମଧ୍ୟ କୁହାଯାଏ । ମଧ୍ୟ ଏସିଆର ପ୍ରାଚୀନ ଖୋରାସାନରେ ଆଜିର ଆଫଗାନିସ୍ତାନ, ତୁର୍କମେନିସ୍ତାନ, ଉଜବେକିସ୍ତାନ, ତାଜିକିସ୍ତାନ ଏବଂ ପୂର୍ବ ଇରାନର ବଡ଼ ଅଂଶ ଅନ୍ତର୍ଭୁକ୍ତ ଥିଲା। ଇରାନର ବର୍ତ୍ତମାନର ଖୋରାସାନ୍ ପ୍ରଦେଶ ଐତିହାସିକ ଖୋରାସାନର ଏକ ଛୋଟ ଅଂଶ ।

ଆଇଏସ୍-କେ’ର ଆତଙ୍କବାଦୀ କିଏ?

ବିସିସିଆଇର ରିପୋର୍ଟ ଅନୁଯାୟୀ, ଆଇଏସଆଇଏସ-କେରେ ତାଲିବାନରୁ ବିଚ୍ଛିନ୍ନ ହୋଇଥିବା ଆତଙ୍କବାଦୀ ଅଛନ୍ତି। ଏହା ବ୍ୟତୀତ ଏହି ଗୋଷ୍ଠୀରେ ସେହି ଆତଙ୍କବାଦୀ ମଧ୍ୟ ଅଛନ୍ତି ଯେଉଁମାନେ ଆଇଏସ୍ ନେତା ଆବୁ-ବକର-ଅଲ-ବାଗଦାଦୀ ପ୍ରତି ସମବେଦାନ ରଖନ୍ତି । ଖବର ଅନୁଯାୟୀ, ଆଫଗାନିସ୍ତାନରେ ତାଲିବାନ ଅଧିକ ଶକ୍ତିଶାଳୀ ହୋଇଥିବାରୁ 2018 ପରଠାରୁ ଏହି ଗୋଷ୍ଠୀର ଆତଙ୍କବାଦୀଙ୍କ ସଂଖ୍ୟାରେ ବହୁତ ହ୍ରାସ ଘଟିଛି। ତେବେ ଆଫଗାନିସ୍ତାନର ଅନେକ ଅଞ୍ଚଳରେ ତାଲିବାନକୁ ଆଇଏସଆଇଏସ-କେ କଠୋର ଚ୍ୟାଲେଂଜ୍ ଦେଉଛି ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ରିପୋର୍ଟ ଅନୁଯାୟୀ ଆତଙ୍କବାଦୀ ସଂଗଠନରେ କେବଳ 2500 ସକ୍ରିୟ ଆତଙ୍କବାଦୀ ରହିଛନ୍ତି। ଏଥି ସହିତ, ଆମେରିକା କହିଛି ଯେ ବର୍ତ୍ତମାନ ଆଇଏସ୍ ଖୋରାସାନରେ କେବଳ 1000 ସଦସ୍ୟ ରହିଛନ୍ତି ଏବଂ ସେମାନଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି।

ଆଇଆଇଏସ-କେ କେବେ କେବେ ଆକ୍ରମଣ କରିଛି?

ଏହାପୂର୍ବରୁ ମଧ୍ୟ ଅନେକ ଆକ୍ରମଣରେ ଆଇଏସ୍ ଖୋରାସାନ୍ (ଆଇଏସ୍-କେ) ନାମ ସାମ୍ନାକୁ ଆସିଛି । ଉଦାହରଣ ସ୍ୱରୂପ, 2021 ମସିହାରେ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ 13 ଜଣ ଆମେରିକୀୟ ସୈନିକ ପ୍ରାଣ ହରାଇଥିଲେ ଏବଂ ଅତି କମରେ 175 ଆଫଗାନିସ୍ତାନ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । 2022 ମସିହାରେ ଆଇଏସ୍ ଖୋରାସାନ୍ ଯୋଦ୍ଧାମାନେ କାବୁଲରେ ଥିବା ଋଷ ଦୂତାବାସ ଉପରେ ଆତ୍ମଘାତୀ ବିସ୍ଫୋରଣ କରିଥିଲେ। ଏହା ବ୍ୟତୀତ, ଚଳିତ ବର୍ଷ ଆରମ୍ଭରେ ଇରାନରେ ହୋଇଥିବା କ୍ରମିକ ବିସ୍ଫୋରଣ,ଯେଉଁଥିରେ ଅତି କମରେ 100 ଜଣଙ୍କର ମୃତ୍ୟୁ ଘଟିଥିଲା,ତାହା ପଛରେ ମଧ୍ୟ ଏହାର ହାତ ଥିଲା ।

ସେମାନେ ଋଷ ଉପରେ କାହିଁକି ଆକ୍ରମଣ କଲେ?

ଆଇଏସ୍ ଖୋରାସାନ୍ ପ୍ରଥମ ଥର ପାଇଁ ନିଜର ଗଡ଼ (ଇରାନ ଏବଂ ଆଫଗାନିସ୍ତାନ) ବାହାରେ ଥିବା ଦେଶରେ ଏଭଳି ଏକ ବଡ଼ ଆକ୍ରମଣ କରିଛି। ଆଇଏସ୍ ଖୋରାସାନ୍ ଆରମ୍ଭରୁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିରୋଧ କରୁଛି ।  ମୁସଲମାନମାନଙ୍କ ବିରୋଧରେ ହିଂସା ପାଇଁ ଏହା ପୁଟିନ ଓ ଋଷକୁ ଦାୟୀ କରି ଆସୁଛି ।

ୱାଶିଂଟନ୍ ଭିତ୍ତିକ ଅନୁସନ୍ଧାନ ଗୋଷ୍ଠୀ ସୋଫାନ୍ ସେଣ୍ଟର ସହିତ ଜଡିତ କଲିନ୍ କ୍ଲାର୍କ କହିଛନ୍ତି ଯେ ଗତ ଦୁଇ ବର୍ଷ ଧରି ଋଷ ଆଇଏସ୍ ଖୋରାସାନ୍ଙ୍କୁ ଟାର୍ଗେଟ କରିଆସୁଛି। ବିଶେଷକରି ସିରିଆରେ ଆଇଏସଆଇଏସକୁ ହଟାଇବା ପାଇଁ ଋଷ ଅନେକ ଅଭିଯାନ ଆରମ୍ଭ କରିଥିବାରୁ ଆଇଏସ୍ ଖୋରାସାନ୍ ଉତକ୍ଷିପ୍ତ ଅଛି । ଏହା ବ୍ୟତୀତ ଋଷ ଆଫଗାନିସ୍ତାନର ତାଲିବାନ ଆଡକୁ ଢଳିବା ମଧ୍ୟ ଆଇଏସଏସକୁ ପସନ୍ଦ ଆସୁନାହିଁ ।