Weather Update: ଆସୁଛି ଲଘୁଚାପ, ବର୍ଷାରେ ଭିଜିବ ଦଶହରା!
Advertisement

Weather Update: ଆସୁଛି ଲଘୁଚାପ, ବର୍ଷାରେ ଭିଜିବ ଦଶହରା!

Weather Update: ଅସହ୍ୟ ଗରମ ସାଙ୍ଗକୁ ତାତିରେ (Heat wave) ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ । ସକାଳ ୯ଟାରୁ ଅପରାହ୍ନ ୨ଟା ମଧ୍ଯରେ ତାପମାତ୍ରା ଅଧିକ ରହୁଥିବାରୁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନ ଜୀବନ । ତେବେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ଉପରେ ତାପମାତ୍ରା ରହିବ । ଏହାପରେ ପାଗ ବଦଳିବା ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସୌ(ସୋସିଆଲ ମିଡିଆ)

Weather Update: ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଅସହ୍ୟ ଗରମ ସାଙ୍ଗକୁ ତାତିରେ (Heat wave) ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ । ସକାଳ ୯ଟାରୁ ଅପରାହ୍ନ ୨ଟା ମଧ୍ଯରେ ତାପମାତ୍ରା ଅଧିକ ରହୁଥିବାରୁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନ ଜୀବନ । ତେବେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ଉପରେ ତାପମାତ୍ରା ରହିବ । ଏହାପରେ ପାଗ ବଦଳିବା ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଦଶହରାକୁ ଫିକା କରିପାରେ ବର୍ଷା । ଦଶହରା ବେଳକୁ ଏକ ଲଘୁଚାପ (low pressure) ଓଡ଼ିଶା ଉପକୂଳକୁ ଆସିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Department) ପକ୍ଷରୁ ଆକଳନ କରାଯାଇଛି । ଏହା ପ୍ରଭାବରେ ଅକ୍ଟୋବର ୨୩ରୁ ୨୬ ତାରିଖ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୱିଣ୍ଡି ଡଟକମରେ ଜିଏଫଏସ୍ ମଡେଲର ଆକଳନ ଅନୁଯାୟୀ, ଆସନ୍ତା ରବିବାର ଦିନ ରାତି ୧୦ଟା ସୁଦ୍ଧା ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ଏହା ଓଡ଼ିଶା ମୁହାଁ ହେବା ସହ ଅକ୍ଟୋବର ୨୪ ତାରିଖ ବେଳକୁ ଓଡ଼ିଶା ଉପକୂଳରେ ରହିପାରେ । ଏହାପରେ ଗୋପାଳପୁର ଓ ଚିଲିକା ମଝିରେ ସ୍ଥଳଭାଗ ଛୁଇଁପାରେ । ଏହାର ପ୍ରଭାବରେ ୨୩ରୁ ୨୬ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା (Rain) ହେବା ନେଇ ସମ୍ଭାବନା ରହିଛି ।

ସେହିପରି ଟ୍ରପିକାଲ ଟିଡଟିକ୍ସ ଡଟକମର ଉପସ୍ଥାପିତ ଜିଏଫଏସ୍ ଆକଳନ ଅନୁଯାୟୀ,  ସମ୍ଭାବ୍ୟ ଲଘୁଚାପ (low pressure) ଅଧିନ ଘନୀଭୂତ ହୋଇ ବାଂଲାଦେଶ ଆଡକୁ ମୁହାଁଇପାରେ । ସେପଟେ କୃଷି ପାଣିପାଗ ବିଶାରଦ ଡଃ ପଶୁପାଳକ କହିଛନ୍ତି, ଚଳିତ ବର୍ଷ ଶୀତ ବିଳମ୍ବରେ ଆସି ଶୀଘ୍ର ପଳାଇବ । ଏଲ-ନିନୋ ପ୍ରଭାବ ଯୋଗୁଁ ଶୀତ ମଧ୍ୟ କମ୍ ହେବ ।

Also Read-Weather Report: ରାଜ୍ୟବାସୀଙ୍କୁ ଚକିତ କରୁଛି ପାଣିପାଗ। କେବେ ଆସିବ ଶୀତ, ଜାଣନ୍ତୁ ପାଣିପାଗ ଖବର..