Heat Wave: ଆକାଶରୁ ନିଆଁ ବର୍ଷା! ସାଢେ ୧୧ ସୁଦ୍ଧା ୪୦ ଡିଗ୍ରୀ ଟପିଲା ତାପମାତ୍ରା
Advertisement
Article Detail0/zeeodisha/odisha2231256

Heat Wave: ଆକାଶରୁ ନିଆଁ ବର୍ଷା! ସାଢେ ୧୧ ସୁଦ୍ଧା ୪୦ ଡିଗ୍ରୀ ଟପିଲା ତାପମାତ୍ରା

Heat Wave: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ତାତି ପାଇଁ ସକାଳ ୮ଟା ପରୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଜରୁରୀ କାମ ନ ଥିଲେ ଲୋକେ ବାହାରକୁ ଯିବା ପାଇଁ ମନ ବଳାଉ ନାହାଁନ୍ତି। ଆଉ ଘରୁ ବାହାରକୁ ଯିବା ସମୟରେ ହାତରେ ପାଣି ବୋତଲ ଓ ଛତା ନବାକୁ ବି ଭୁଲୁ ନାହାଁନ୍ତି । ତେବେ, ଆଜି ମଧ୍ୟ ତାତିର ପ୍ରକୋପ ରାଜ୍ୟରେ ଜାରି ରହିଛି । ସକାଳୁ ସକାଳୁ ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡି଼ଛନ୍ତି ରାଜ୍ୟବାସୀ। 

ଆଜି ଦିନ ୧୧ ଟା ୩୦ ସୁଦ୍ଧା  ବାଲେଶ୍ବରରେ ସର୍ବାଧିତ ତାପମାତ୍ରା ରେକର୍ଡ଼ କରାଯାଇଛି। ୪୦.୬ ଡିଗ୍ରୀ ସହ ବାଲେଶ୍ବର  ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଝାରସୁଗୁଡାରେ ୪୦°C, କେନ୍ଦୁଝରରେ ୪୦°C, ସମ୍ବଲପୁରରେ ୩୯.୭°C,ହୀରାକୁଦରେ ୩୯°C , ରାଉରକେଲାରେ ୩୮.୪°C, ଭୁବନେଶ୍ୱରରେ ୩୮°C,ପୁରୀରେ ୩୩.୬°C,ପାରାଦୀପରେ ୩୨.୪°C ଓ ଗୋପାଳପୁରରେ ୩୨.୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ବିଶେଷ କରି, ଆଉ ୨ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ପୂର୍ବ ପରି ଜାରି ରହିବ । କାଳବୈଶାଖୀ ବର୍ଷା ପ୍ରଭାବରେ ୭ ତାରିଖ ବେଳକୁ ସାରା ରାଜ୍ୟରେ ତାତି ୩ ରୁ ୪ ଡିଗ୍ରୀ କମିବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ଆଜି ମଧ୍ୟ କିଛି ଜିଲ୍ଲାକୁ କିଛି ଜିଲ୍ଲାକୁ ଅରେଂଜ ଓ୍ବାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲା ଗୁଡିକ ହେଲା, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ନୟାଗଡ଼, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ସମ୍ବଲପୁର, ସୋନପୁର ଓ ଝାରସୁଗୁଡ଼ା । ଏହାସହ ପଶ୍ଚିମ ଏବଂ ଉତ୍ତରର ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।